ପ୍ରଥମଥର ପାଇଁ ହିନ୍ଦୀ ଉପନ୍ୟାସକୁ ମିଳିଲା ବୁକର ପୁରସ୍କାର

ଲଣ୍ଡନ: ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରର ବୁକର ପୁରସ୍କାର ଜିତିଛି କୌଣସି ହିନ୍ଦୀ ଉପନ୍ୟାସ। ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଦ୍ୱାରା ରଚିତ ରେତ୍‌ ସମାଧି (Tomb Of Sand)କୁ ମିଳିଛି ଏହି ବୃହତ ସମ୍ମାନ। ଏଥିସହ କୌଣସି ଭାରତୀୟ ଭାଷାରେ ସମ୍ମାନଜନକ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇବାରେ ରେତ୍‌ ସମାଧି ପ୍ରଥମ ଉପନ୍ୟାସ ହେବାର କୀର୍ତ୍ତିମାନ ସୃଷ୍ଟି କରିଛି। ଗୀତାଞ୍ଜଳି ଏହାକୁ ହିନ୍ଦୀ ଭାଷାରେ ଲେଖିଥିବା ବେଳେ ବହିଟିକୁ ଡେଜି ରକୱେଲ ଇଂରାଜୀରେ ଅନୁବାଦ କରିଥିଲେ। […]

Book

Book

Hemant Lenka
  • Published: Friday, 27 May 2022
  • Updated: 27 May 2022, 11:22 AM IST

Sports

Latest News

ଲଣ୍ଡନ: ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରର ବୁକର ପୁରସ୍କାର ଜିତିଛି କୌଣସି ହିନ୍ଦୀ ଉପନ୍ୟାସ। ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଦ୍ୱାରା ରଚିତ ରେତ୍‌ ସମାଧି (Tomb Of Sand)କୁ ମିଳିଛି ଏହି ବୃହତ ସମ୍ମାନ। ଏଥିସହ କୌଣସି ଭାରତୀୟ ଭାଷାରେ ସମ୍ମାନଜନକ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇବାରେ ରେତ୍‌ ସମାଧି ପ୍ରଥମ ଉପନ୍ୟାସ ହେବାର କୀର୍ତ୍ତିମାନ ସୃଷ୍ଟି କରିଛି।

ଗୀତାଞ୍ଜଳି ଏହାକୁ ହିନ୍ଦୀ ଭାଷାରେ ଲେଖିଥିବା ବେଳେ ବହିଟିକୁ ଡେଜି ରକୱେଲ ଇଂରାଜୀରେ ଅନୁବାଦ କରିଥିଲେ। ୨୦୧୮ରେ ଏହି ବହିଟି ରେତ୍ ସମାଧି ନାଁରେ ଉନ୍ମୋଚିତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ଇଂରାଜୀରେ ଅନୁବାଦ ହୋଇଥିଲା। ଏହି ସମୟରେ ହିଁ ଏହାର ନାଁ Tomb Of Sand ରଖାଯାଇଥିଲା।

ବିଶ୍ୱର ୧୩୫ଟି ବହିକୁ ବୁକର ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଏହା ମଧ୍ୟରେ ରେତ୍‌ ସମାଧି ମଧ୍ୟ ୫୦ ହଜାର ପାଉଣ୍ଡ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ପୁରସ୍କାର ପ୍ରଦାନ ପାଇଁ ଗୁରୁବାର ଲଣ୍ଡନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଗୀତାଞ୍ଜଳି ଓ ଏହାର ଇଂରାଜୀ ଅନୁବାଦକ ଉପସ୍ଥିତ ରହିଥିଲେ।

ବୁକର ପୁରସ୍କାର ପକ୍ଷରୁ ନିଜ ଟ୍ୱିଟର ଆକାଉଣ୍ଟରେ କୁହାଯାଇଛି ଯେ ଗୀତାଞ୍ଜଳିଙ୍କ ରେତ୍‌ ସମାଧି ବା ବାଲିର ସମାଧି ୨୦୨୨ ମସିହା ପାଇଁ ଅନ୍ତର୍ଜାତୀୟ ବୁକର ପୁରସ୍କାର ଜିତିଛି। ଏଥିସହ ପୁରସ୍କାରର ଘୋଷଣା ବେଳର ଭିଡିଓ ମଧ୍ୟ ଶେୟାର କରାଯାଇଛି। ଗୀତାଞ୍ଜଳି ଶ୍ରୀ ଅନେକ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସର ଲେଖକ ଅଟନ୍ତି।

ତାଙ୍କୁ ରେତ୍‌ ସମାଧି ପାଇଁ ୫୦ ହଜାର ପାଉଣ୍ଡ ପୁରସ୍କାର ମିଳିଛି। ସେ ଏହାକୁ ତାଙ୍କ ବହିର ଇଂରାଜୀ ଅନୁବାଦକଙ୍କ ସହ ଶେୟାର କରିଛନ୍ତି। ବୁକର ସଂସ୍ଥା ପକ୍ଷରୁ ୨୦୨୨ରେ ୧୩୫ଟି ବହିକୁ ବିଚାରକୁ ନିଆ ଯାଇଥିଲା। ପ୍ରଥମଥର ପାଇଁ ଏହି ୧୩୫ଟି ଯାକ ବହିର ଲେଖକ ଓ ଅନୁବାଦକଙ୍କୁ ୨୫୦୦ ଡଲାର ଲେଖାଏ ଦିଆଯାଇଛି। ପୂର୍ବରୁ ଏହା ମାତ୍ର ୧୦୦୦ ଡଲାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos