ଓମିକ୍ରନ ବିରୋଧରେ ପ୍ରଭାବ ଦେଖାଉଛି ବୁଷ୍ଟର ଡୋଜ୍‌!

ଲଣ୍ଡନ: କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ସାରା ବିଶ୍ୱରେ ଛନକା ପଶିଥିବା ବେଳେ ଏବେ ସାମାନ୍ୟ ଆଶ୍ୱସ୍ତ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଓମିକ୍ରନ ଭାରିଏଣ୍ଟ ବିରୋଧରେ ଟିକାର ବୁଷ୍ଟର ବା ତୃତୀୟ ଡୋଜ୍‌ ସୁରକ୍ଷା ଦେଇ ପାରୁଥିବା ନୂଆ ଗବେଷଣାରୁ ସ୍ପଷ୍ଟ ହୋଇଛି। ଓମିକ୍ରନ ଭାରିଏଣ୍ଟ ଦ୍ୱାରା ଦେଖାଯାଉଥିବା ଲକ୍ଷଣ ଯୁକ୍ତ ସଂକ୍ରମଣ ବିରୋଧରେ ବୁଷ୍ଟର ଡୋଜ୍‌ ୭୦ରୁ ୭୫% ସୁରକ୍ଷା ଦେଇ ପାରୁଥିବା ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା(ୟୁକେଏଚ୍‌ଏସ୍‌ଏ) ଗବେଷଣାରୁ ଜାଣିବାକୁ ପାଇଛି। […]

Corona

Corona

Hemant Lenka
  • Published: Saturday, 11 December 2021
  • Updated: 11 December 2021, 08:15 AM IST

Sports

Latest News

ଲଣ୍ଡନ: କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ସାରା ବିଶ୍ୱରେ ଛନକା ପଶିଥିବା ବେଳେ ଏବେ ସାମାନ୍ୟ ଆଶ୍ୱସ୍ତ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଓମିକ୍ରନ ଭାରିଏଣ୍ଟ ବିରୋଧରେ ଟିକାର ବୁଷ୍ଟର ବା ତୃତୀୟ ଡୋଜ୍‌ ସୁରକ୍ଷା ଦେଇ ପାରୁଥିବା ନୂଆ ଗବେଷଣାରୁ ସ୍ପଷ୍ଟ ହୋଇଛି।

ଓମିକ୍ରନ ଭାରିଏଣ୍ଟ ଦ୍ୱାରା ଦେଖାଯାଉଥିବା ଲକ୍ଷଣ ଯୁକ୍ତ ସଂକ୍ରମଣ ବିରୋଧରେ ବୁଷ୍ଟର ଡୋଜ୍‌ ୭୦ରୁ ୭୫% ସୁରକ୍ଷା ଦେଇ ପାରୁଥିବା ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା(ୟୁକେଏଚ୍‌ଏସ୍‌ଏ) ଗବେଷଣାରୁ ଜାଣିବାକୁ ପାଇଛି।

ୟୁକେଏଚ୍‌ଏସ୍‌ଏ ଓମିକ୍ରନ ଉପରେ ଗବେଷଣା କରିବା ପରେ କହିଛି ଯେ ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକା ଓ ଫାଇଜର/ବାୟୋନଟେକ ପ୍ରସ୍ତୁତ କରିଥିବା ଟିକାର ୨ଟି ଡୋଜ୍‌ ଡେଲ୍ଟା ଭାରିଏଣ୍ଟ ବିରୋଧରେ ବେଶ ପ୍ରଭାବ ଦେଖାଇଥିଲା। କିନ୍ତୁ ଏହି ଟିକା ଲକ୍ଷଣ ଯୁକ୍ତ ଓମିକ୍ରନ ଭାରିଏଣ୍ଟ ବିରୋଧରେ ସେତେଟା ପ୍ରଭାବ ଦେଖାଇ ପାରୁନି। ତେବେ ଏହି ଟିକାର ତୃତୀୟ ବା ବୁଷ୍ଟର ଡୋଜ୍‌ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି। ୫୮୧ ଜଣ ଓମିକ୍ରନ ମାମଲା ଉପରେ ଗବେଷଣା କରିବା ପାଇଁ ସଂସ୍ଥା ଏହି ନିର୍ଯାସରେ ପହଞ୍ଚିଥିବା କହିଛି।

ବ୍ରଟେନର ଓମିକ୍ରନ ସ୍ଥିତି ନେଇ ୟୁକେଏଚ୍‌ଏସ୍‌ଏ କହିଛି ଯେ ଯଦି ଓମିକ୍ରନ ଦ୍ୱାରା ଏପରି ସଂକ୍ରମଣ ଜାରି ରହିବ, ତା’ହେଲେ ଚଳିତ ବର୍ଷ ଶେଷ ବେଳକୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ମିଲିୟନ ଅତିକ୍ରମ କରିଯିବ। ତଥାପି ଟିକାର ଦୁଇଟି ଡୋଜ୍‌ ଏବେ ବି କରୋନା ବିରୋଧରେ ତା’ର ପ୍ରଭାବ ଦେଖାଉଛି। ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି।

ୟୁକେଏଚ୍‌ଏସ୍‌ଏର ମୁଖ୍ୟ ଡା ମାରୀ ରାମସେ କହିଛନ୍ତି, “ପ୍ରାଥମିକ ଗବେଷଣାରୁ ବୁଷ୍ଟର ଡୋଜ୍ ଓମିକ୍ରନ ବିରୋଧରେ ପ୍ରଭାବ ଦେଖାଉଥିବା ଜଣାପଡ଼ିଛି। ଏହା ଉପରେ ଅଧିକ ଗବେଷଣା ଜରୁରୀ। କିନ୍ତୁ ଗବେଷଣାରୁ ଜଣାପଡ଼ିଛି ଯେ ଦ୍ୱିତୀୟ ଡୋଜ୍‌ ନେବାର କିଛି ମାସ ପରେ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ହେଲେ ଡେଲ୍ଟା ଷ୍ଟ୍ରେନରେ ଦୁଇଟି ଡୋଜ୍‌ ନେଇଥିବା ବ୍ୟକ୍ତି ସଂକ୍ରମିତ ହେବା ଆଶଙ୍କା କମ। ଟିକା ନେଇଥିବା ବ୍ୟକ୍ତି ଗୁରୁତର ହେଉନାହାନ୍ତି। ତେଣୁ ସମସ୍ତେ ଟିକା ନେବା ଦରକାର।” ଏହାବାଦ ସେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର୍‌ର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos