୨୭ ବର୍ଷ ପରେ ମା’କୁ ପାଇଲା ଦୁଷ୍କର୍ମ ଯୋଗୁ ଜନ୍ମିତ ପୁଅ, ଅଭିଯୁକ୍ତଙ୍କୁ ବି ଠାବ କଲା

ବରେଲୀ: ଶୀର୍ଷକ ପଢ଼ି ଆପଣମାନେ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ପୂର୍ବରୁ ଫିଲ୍ମରେ ଆପଣମାନେ ଦେଖିଥିବା କାଳ୍ପନିକ କାହାଣୀର ବାସ୍ତବଚିତ୍ର ଏବେ ସାମ୍ନାକୁ ଆସିଛି। ଦୀର୍ଘ ୨୭ ବର୍ଷ ପରେ ନିଜ ଜନ୍ମ କଲା ମା’କୁ ଠାବ କରିଛି ପୁଅ। ୨୭ ବର୍ଷ ତଳେ ମା’କୁ ଦୁଇ ଭାଇ ଦୁଷ୍କର୍ମ କରିବା ପରେ ଏହି ସନ୍ତାନଟି ଜନ୍ମ ହୋଇଥିଲା। ଜନ୍ମ ପରେ ମା’ ଓ ପୁଅକୁ ଅଲଗା କରି ଦେଇଥିଲେ ଅଭିଯୁକ୍ତ। ସେବେଠାରୁ ଅନ୍ୟ ପାଖରେ ପୋଷ୍ୟ […]

Jail

Jail

Hemant Lenka
  • Published: Thursday, 04 August 2022
  • Updated: 04 August 2022, 06:53 PM IST

Sports

Latest News

ବରେଲୀ: ଶୀର୍ଷକ ପଢ଼ି ଆପଣମାନେ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ପୂର୍ବରୁ ଫିଲ୍ମରେ ଆପଣମାନେ ଦେଖିଥିବା କାଳ୍ପନିକ କାହାଣୀର ବାସ୍ତବଚିତ୍ର ଏବେ ସାମ୍ନାକୁ ଆସିଛି। ଦୀର୍ଘ ୨୭ ବର୍ଷ ପରେ ନିଜ ଜନ୍ମ କଲା ମା’କୁ ଠାବ କରିଛି ପୁଅ। ୨୭ ବର୍ଷ ତଳେ ମା’କୁ ଦୁଇ ଭାଇ ଦୁଷ୍କର୍ମ କରିବା ପରେ ଏହି ସନ୍ତାନଟି ଜନ୍ମ ହୋଇଥିଲା।

ଜନ୍ମ ପରେ ମା’ ଓ ପୁଅକୁ ଅଲଗା କରି ଦେଇଥିଲେ ଅଭିଯୁକ୍ତ। ସେବେଠାରୁ ଅନ୍ୟ ପାଖରେ ପୋଷ୍ୟ ସନ୍ତାନ ଭାବେ ରହୁଥିବା ପୁଅ ନ୍ୟାୟ ଦେଇବାକୁ ଅଣ୍ଟା ଭିଡ଼ିଛି। ସେ ନିଜ ଉଦ୍ୟମ ବଳରେ ମା’କୁ ଠାବ କରିଛି। ଏଥିସହ ୨୭ ବର୍ଷ ତଳେ ମା’ ସହ ଘଟାଇଥିବା ଜଘନ୍ୟକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜି ବାହାର କରିଛି ପୁଅ।

ପୁଲିସ ଜଣେ ଅଭିଯୁକ୍ତକୁ ହାଇଦ୍ରାବାଦରୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଓଡ଼ିଶାରେ ରହିଥିବା ଜଣାପଡ଼ିଛି। ପୁଲିସ୍‌ ଖୁବଶୀଘ୍ର ତା’କୁ ମଧ୍ୟ ଗିରଫ କରିବ ବୋଲି କହିଛି। ଉତ୍ତର ପ୍ରଦେଶର ଶାହାଜାହାନପୁରରୁ ଏମିତି ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କୁ ୧୨ ବର୍ଷ ବୟସ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ।

ମହମ୍ମଦ ରାଜି ଓ ନକି ହାସନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୪୮ ବର୍ଷୀୟ ରାଜିକୁ ପୁଲିସ ହାଇଦ୍ରାବାଦରୁ ଧରିଥିବା ବେଳେ ଓଡ଼ିଶାରେ ଲୁଚିଥିବା ହାସନର ଠିକଣା ପୁଲିସ୍ ହାସଲ କରିପାରିଛି। ଏତେ ବର୍ଷ ପରେ ରାଜି ଗିରଫ ହେବ ବୋଲି କେବେ ଆଶଙ୍କା କରି ନଥିବା ମଧ୍ୟ ପୁଲିସ୍ ଆଗରେ କହିଥିବା ଘଟଣାର ତଦନ୍ତ କରୁଥିବା ଇନସପେକ୍ଟର ଧର୍ମେନ୍ଦ୍ର କୁମାର ଗୁପ୍ତା କହିଛନ୍ତି।

ପୂରା ଘଟଣା ୧୯୯୪ ମସିହାରୁ ଆରମ୍ଭ ହୋଇଥିଲା। ରାଜି ଓ ହାସନ ସେତେବେଳେ ଶାହାଜାହାନପୁରରେ ରହୁଥିଲେ। ଏହି ସମୟରେ ପୀଡ଼ିତାଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା। ରାଜି ଓ ହାସନ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାରୁ ସେ ଗର୍ଭବତୀ ହୋଇ ଯାଇଥିଲେ। ତାଙ୍କର ପୁତ୍ର ସନ୍ତାନ ହୋଇଥିଲା। ତେବେ ଧରା ପଡ଼ିଯିବା ଭୟରେ ମା’ ଓ ପୁଅଙ୍କୁ ଦୁଇ ଅଭିଯୁକ୍ତ ଅଲଗା କରି ଦେଇଥିଲେ। ମହିଳାଙ୍କ ଠାରୁ ତାଙ୍କ ପୁଅକୁ ନେଇ ସେମାନେ ଅନ୍ୟ ହାତରେ ଟେକି ଦେଇଥିଲେ। ସେବେଠାରୁ ମା’ ଓ ପୁଅ କେବେ କାହାକୁ ଦେଖି ନଥିଲେ। ମହିଳା ଜଣଙ୍କ ଏଫଆଇଆର କରି ନଥିବାରୁ ଘଟଣାର ତଦନ୍ତ ମଧ୍ୟ ହୋଇ ନଥିଲା।

କିନ୍ତୁ ୨୦୨୧ର ଆରମ୍ଭରୁ ପୁଅ ଜଣଙ୍କ ନିଜ ମା’କୁ ଖୋଜି ବାହାର କରିଥିଲେ। ଏହାପରେ ସେ ମା’କୁ ନ୍ୟାୟ ଦେବାକୁ ଉତ୍ସାହିତ କରିଥିଲେ। ମା’ ମଧ୍ୟ ପୁଅ କଥାରେ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଥିଲେ। ଶାହାଜାହାନପୁରର ଏସଏସପି ଏସ ଆନନ୍ଦ କହିଛନ୍ତି, “୨୦୨୧ ମସିହା ମାର୍ଚ୍ଚ ୪ ତାରିଖରେ ଏଫଆଇଆର ରୁଜୁ ହେବା ପରେ ମୋ ନଜରକୁ ଘଟଣା ଆସିଥିଲା।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଫଆଇଆର କରାଯାଇଥିଲା। ଆମ ପାଖରେ ଅଭିଯୁକ୍ତମାନଙ୍କ ପୂରା ନାଁ ନଥିଲା କିମ୍ବା ଠିକଣାର ବିସ୍ତୃତ ତଥ୍ୟ ବି ମିଳି ନଥିଲା। ଏହା ଏକ ପୁରୁଣା ମାମଲା ହୋଇଥିଲେ ମଧ୍ୟ ଅଭିଯୋଗକାରୀଙ୍କ କଥାରେ ସତ୍ୟତା ଥିବା ହୃଦବୋଧ ହୋଇଥିଲା। ଆମେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସହଯୋଗ କରିଥିଲୁ।

ବିସ୍ତୃତ ତଦନ୍ତ କରିବା ପରେ ଆମେ ଦୁଇ ଅଭିଯୁକ୍ତ ଭାଇଙ୍କ ବିଷୟରେ ଜାଣିବାକୁ ପାଇଥିଲୁ। ସେମାନେ ହାଡ୍ଡାଫ ଅଞ୍ଚଳରେ ଅନାୟଶରେ ରହୁଥିବା ଖବର ମଧ୍ୟ ମିଳିଥିଲା। ପୁଲିସ ଯେତେବେଳେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଲା ସେମାନେ ପୀଡ଼ିତାଙ୍କୁ ଜାଣି ନଥିବା କହିଥିଲା। ଏହାପରେ ପୁଲିସ୍‌ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା।

ପୁଲିସ ଟିମ ୨୦୨୧ ଜୁଲାଇରେ ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଇଥିଲା। ଏପ୍ରିଲ ୨୦୨୨ରେ ରିପୋର୍ଟ ପଜିଟିଭ ଆସିଥିଲା। ଏହି ରିପୋର୍ଟ ପରେ ପୀଡ଼ିତାଙ୍କ ପୁଅର ବାପା ମହମ୍ମଦ ରାଜି ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଗିରଫ ପାଇଁ କୋର୍ଟ ୱାରେଣ୍ଟ ବାହାରିବା ପୂର୍ବରୁ ଦୁଇ ଅଭିଯୁକ୍ତ ଭାଇ ଫେରାର ହୋଇ ଯାଇଥିଲେ।

ସେବେଠାରୁ ଏକାଧିକ ଟିମ ଗଠନ କରାଯାଇ ଫେରାର ଦୁଇ ଭାଇଙ୍କୁ ଖୋଜା ଯାଇଥିଲା। ଶେଷରେ ହାଇଦ୍ରାବାଦର ଗୋଟିଏ ଥର୍ମାଲ ପ୍ଲାଣ୍ଟରେ କାମ କରୁଥିବା ରାଜିକୁ ପୁଲିସ ନିକଟରେ ଗିରଫ କରିବାକୁ ସକ୍ଷମ ହୋଇଛି। ଖୁବଶୀଘ୍ର ତା’ ଭାଇକୁ ଓଡ଼ିଶାରୁ ଗିରଫ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos