ବାହାଘରରେ ଭଉଣୀକୁ ଭାଇର ନିଆରା ଉପହାର, ଦେଲେ ଦିବଂଗତ ବାପାଙ୍କ ମହମ ପ୍ରତିମୂର୍ତ୍ତି

ହାଇଦ୍ରାବାଦ: ଯଦି ଜୀବନ ସାରା ବାପା ମା’ଙ୍କ ଭଲ ପାଇବା ଆପଣଙ୍କ ଚାରିପାଖରେ ରହିବ, ତା’ହେଲେ ଆପଣ ଜଣେ ଭାଗ୍ୟବାନ ମଣିଷ ଭାବେ ଗଣତି ହେବେ। ବାପା ମା’ଙ୍କ ସହ ରହିବାକୁ ସବୁବେଳେ ସମସ୍ତଙ୍କର ଇଚ୍ଛା। ବାପା ମା’ଙ୍କ ନିଃସ୍ୱାର୍ଥପର ଭଲ ପାଇବାର ବିକଳ୍ପ ହିଁ ନାହିଁ। ଆପଣମାନେ ଭାବୁଥିବେ ହଠାତ୍‌ କାହିଁକି ଆମେ ଆପଣଙ୍କୁ ଏସବୁ କଥା କହୁଛୁ? ଏ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆପଣମାନଙ୍କୁ ଇଣ୍ଟରନେଟରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓକୁ ଦେଖିବାକୁ […]

Bride

Bride

Hemant Lenka
  • Published: Tuesday, 28 June 2022
  • Updated: 28 June 2022, 06:21 PM IST

Sports

Latest News

ହାଇଦ୍ରାବାଦ: ଯଦି ଜୀବନ ସାରା ବାପା ମା’ଙ୍କ ଭଲ ପାଇବା ଆପଣଙ୍କ ଚାରିପାଖରେ ରହିବ, ତା’ହେଲେ ଆପଣ ଜଣେ ଭାଗ୍ୟବାନ ମଣିଷ ଭାବେ ଗଣତି ହେବେ। ବାପା ମା’ଙ୍କ ସହ ରହିବାକୁ ସବୁବେଳେ ସମସ୍ତଙ୍କର ଇଚ୍ଛା। ବାପା ମା’ଙ୍କ ନିଃସ୍ୱାର୍ଥପର ଭଲ ପାଇବାର ବିକଳ୍ପ ହିଁ ନାହିଁ। ଆପଣମାନେ ଭାବୁଥିବେ ହଠାତ୍‌ କାହିଁକି ଆମେ ଆପଣଙ୍କୁ ଏସବୁ କଥା କହୁଛୁ?

ଏ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆପଣମାନଙ୍କୁ ଇଣ୍ଟରନେଟରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓକୁ ଦେଖିବାକୁ ପଡ଼ିବ। ଏହି ଭିଡିଓ ପଛର କାହାଣୀ ଜାଣିବା ପରେ ଆପଣମାନେ ମଧ୍ୟ ନିଶ୍ଚୟ ଭାବବିହ୍ୱଳ ହୋଇଯିବେ।

ଜଣେ ଭାଇ ଭଉଣୀର ବାହାଘରରେ ଉପହାର ଦେଇଛନ୍ତି। ଏହା ଏକ ସ୍ୱାଭାବିକ ଘଟଣା। ହେଲେ ଏହି ଭିଡିଓରେ ଥିବା ଭାଇ ଜଣଙ୍କର ଉପହାର ବେଶ ସ୍ୱତନ୍ତ୍ର। କାରଣ ସେ ବାପାଙ୍କ ଅନୁପସ୍ଥିତକୁ କମ କରିବା ପାଇଁ ଭଉଣୀର ବାହାଘର ଦିନ ଚେଷ୍ଟା କରିଛନ୍ତି। ଏଥିପାଇଁ ସେ ଭଉଣୀଙ୍କୁ ଦିବଂଗତ ବାପାଙ୍କ ମହମ ପ୍ରତିମୂର୍ତ୍ତି ଦେଇଛନ୍ତି। ପ୍ରତିମୂର୍ତ୍ତିଟି ଅବିକଳ ତାଙ୍କ ବାପାଙ୍କ ଚେହେରା ସହ ମେଳ ଖାଉଥିବାରୁ ଝିଅ ଜଣଙ୍କ ଏହାକୁ ଦେଖି କାନ୍ଦି ପକାଇଛନ୍ତି। ଆନ୍ଧ୍ର ପ୍ରଦେଶର ୱାରଙ୍ଗଲରୁ ଏହି ଭିଡିଓଟି ସାମ୍ନାକୁ ଆସିଛି।

କରୋନା ଯୋଗୁ ବିବାହ କରିବାକୁ ଯାଉଥିବା ଯୁବତୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ବାହାଘର ଦିନ ସେ ତାଙ୍କ ଅନୁପସ୍ଥିତିକୁ ସବୁଠାରୁ ଅଧିକ ଅନୁଭବ କରୁଥିବାରୁ ତାଙ୍କ ଭାଇ ଅଭିନବ ଉପାୟରେ ଏହାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଏଥିପାଇଁ ସେ ବାହାଘର ମଣ୍ଡପରେ ହିଁ ତାଙ୍କ ଭଉଣୀଙ୍କୁ ଦିବଂଗତ ବାପାଙ୍କ ମହମ ପ୍ରତିମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି।

ଯେତେବେଳେ ବିବାହ ମଣ୍ଡପକୁ କନିଆଁ ବେଶରେ ଯୁବତୀ ଜଣଙ୍କ ତାଙ୍କ ମା’, ଭାବୀ ସ୍ୱାମୀ ଓ ଅନ୍ୟମାନଙ୍କ ସହ ପ୍ରବେଶ କରିଥିଲେ ଠିକ୍‌ ସେତିକି ବେଳେ ତାଙ୍କ ଭାଇ ମହମ ପ୍ରତିମୂର୍ତ୍ତି ଆଗକୁ ଆଣିଥିଲେ। ସେ ନିଜ ସାମ୍ନାରେ ଅବିକଳ ବାପାଙ୍କ ଚେହେରାକୁ ଦେଖି ସ୍ତବ୍ଧ ହୋଇ ଯାଇଥିଲେ। ଏଥିସହ ସେ କାନ୍ଦି ପକାଇଥିଲେ।

ତାଙ୍କ ମା’ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ନିଜ ଲୁହକୁ ଅଟକାଇ ପାରି ନଥିଲେ। ଏହାପରେ ଝିଅ ଜଣଙ୍କ ବାପାଙ୍କ ପ୍ରତିମୂର୍ତ୍ତି ପାଖକୁ ଯାଇ ଗେଲ କରିଥିଲେ। ଏଥିସହ ପ୍ରତିମୂର୍ତ୍ତିକୁ ନିଜ ପାଖରେ ରଖି ବାହାଘରର ସମସ୍ତ ରୀତିନୀତିକୁ ସମାପନ କରିଥିଲେ।

ସାମ୍ନାକୁ ଆସିଥିବା ଏହି ୩ ମିନିଟ ଅବଧିର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
https://youtu.be/5DZgy7lWRkU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story