କଫିନଙ୍କୁ କିସ୍‌ କରି ଭୋ ଭୋ ହୋଇ କାନ୍ଦିଲେ ବ୍ରିଗେଡିୟର ଲିଡରଙ୍କ ପତ୍ନୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ଘଟିଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‌ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ବୀରପୁତ୍ରଙ୍କୁ ଆଜି ଦେଶ ଶେଷ ସଲାମ ଜଣାଇଛି। ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଅନ୍ତିମ ଦର୍ଶନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଏବେ ବି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। କିନ୍ତୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର ଲଖିୱିନ୍ଦର ସିଂହ ଲିଡର୍‌ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି। ଆଜି ସକାଳୁ ତାଙ୍କ ପାର୍ଥିବ ଶରୀରକୁ […]

LS-Lidder

LS-Lidder

Hemant Lenka
  • Published: Friday, 10 December 2021
  • Updated: 10 December 2021, 12:56 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ଘଟିଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‌ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ବୀରପୁତ୍ରଙ୍କୁ ଆଜି ଦେଶ ଶେଷ ସଲାମ ଜଣାଇଛି। ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଅନ୍ତିମ ଦର୍ଶନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଏବେ ବି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

କିନ୍ତୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର ଲଖିୱିନ୍ଦର ସିଂହ ଲିଡର୍‌ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି। ଆଜି ସକାଳୁ ତାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀର କ୍ୟାଣ୍ଟନମେଣ୍ଟରେ ଥିବା ବ୍ରାର ସ୍କୋୟାରକୁ ଅଣାଯାଇଥିଲା। ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ।

ଏହି ସମୟରେ ବେଶ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ତିମ ଦର୍ଶନ ପାଇଁ ଆସିଥିବା ବ୍ରିଗେଡିୟର ଲିଡରଙ୍କ ପତ୍ନୀ ଓ ଝିଅ ନିଜର କୋହକୁ ସମ୍ଭାଳି ପାରି ନଥିଲା। ପାର୍ଥିବ ଶରୀର ରହିଥିବା କଫିନ ପାଖରେ ବସି ବ୍ରିଗେଡିୟରଙ୍କ ପତ୍ନୀ ଏହାକୁ କିସ୍‌ କରିଥିଲେ। ନିଜ ଜୀବନ ସାଥୀଙ୍କୁ ହରାଇବାର ଦୁଃଖକୁ ସେ ସହଜରେ ଗ୍ରହଣ କରିପାରୁ ନଥିଲେ।

କିସ୍‌ କରିବା ପରେ ସେ ଭୋଭୋ ହୋଇ କାନ୍ଦି ଉଠିଥିଲେ। ତାଙ୍କ ଝିଅ ମଧ୍ୟ ବାପାଙ୍କୁ ଶେଷ ବିଦାୟ ଜଣାଇବା ପରେ କାନ୍ଦିବାରେ ଲାଗିଥିଲେ। ତେବେ ନିଜ ଲୁହକୁ ପୋଛି ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ବ୍ରିଗେଡିୟର ଲିଡରଙ୍କ ଝିଅ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ମୋତେ ଏବେ ୧୭ ବର୍ଷ ହେବ। ଏହାର ଅର୍ଥ ମୋ ବାପା ମୋ ସହ ୧୭ ବର୍ଷ ରହିଲେ। ଆମେ ଏବେ ତାଙ୍କ ସହ କାଟିଥିବା ଖୁସିର ମୁହୂର୍ତ୍ତକୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ। ଏହା ଗୋଟିଏ ଜାତୀୟ କ୍ଷତି। ମୋ ବାପା ଜଣେ ହିରୋ ଥିଲେ। ମୋ ବେଷ୍ଟ ଫ୍ରେଣ୍ଡ ଥିଲେ। ବୋଧେ ଆମ ଭାଗ୍ୟରେ ଏହା ଲେଖାଥିଲା। ଭଲ କଥା ଆମ ଜୀବନରେ ଆସିବ। ସେ ମୋର ସବୁଠାରୁ ବଡ଼ ପ୍ରେରଣାର ଉତ୍ସ ହୋଇ ରହିଥିଲେ ଓ ସବୁବେଳେ ରହିବେ।”

ଦୁଃଖରେ ଭାଙ୍ଗି ପଡ଼ିଥିବା ବ୍ରିଗେଡିୟରଙ୍କ ପତ୍ନୀ ଗୀତିକା ଲିଡର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଆମେ ତାଙ୍କୁ ଭଲ ଭାବେ ବିଦାୟ ଦେବା। ହସି ହସି ତାଙ୍କୁ ବିଦାୟ ଜଣାଇବା। ମୁଁ ଜଣେ ବୀର ସୈନ୍ୟଙ୍କ ପତ୍ନୀ। ଏହା ଗୋଟିଏ ବଡ଼ କ୍ଷତି।”

୧୯୬୯ ମସିହା ଜୁନ୍ ୨୬ରେ ଜନ୍ମ ଗ୍ରହଣ କରିଥିବା ବ୍ରିଗେଡିୟର ଲିଡର ୨୦୨୧ ଜାନୁଆରୀରୁ ସିଡିଏସ୍‌ ବିପିନ ରାୱତଙ୍କ ଡିଫେନ୍ସ ଆସିସଷ୍ଟାଣ୍ଟ ଭାବେ କାମ କରୁଥିଲେ। ନିକଟରେ ତାଙ୍କୁ ମେଜର ଜେନେରାଲ ରାଙ୍କକୁ ପ୍ରମୋସନ ମିଳିଥିଲା। ସେ ଏହି ଦାୟିତ୍ୱ ନେବା ପୂର୍ବରୁ ଦୁନିଆରୁ ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story