କାହିଁକି ହଠାତ୍‌ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପା? ପଚାରିବାରୁ ହସିଦେଲେ

ନୂଆଦିଲ୍ଲୀ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ଆଜି ହଠାତ୍‌ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦୀର୍ଘ ମାସ ହେଲା ଚର୍ଚ୍ଚା ହେଉଥିବା ବେଳେ ଏଭଳି ଭେଟଘାଟକୁ ନେଇ ଅନେକ ପ୍ରକାରର ଆକଳନ କରାଯାଇଥିଲା। ହେଲେ ମୋଦିଙ୍କ ସହ ବୈଠକ ପରେ ୭୮ ବର୍ଷ ୟେଦ୍ଦ୍ୟୁରପ୍ପା ଏହି ଗୁରୁତପୂର୍ଣ୍ଣ ପ୍ରଶ୍ନକୁ ହସରେ ଉଡ଼ାଇ ଦେଇଛନ୍ତି। ମାସେରୁ ଅଧିକ ଦିନ ହେଲାଣି ଦଳର କିଛି ବିଧାୟକ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପାଙ୍କୁ ବିରୋଧ କରୁଛନ୍ତି। […]

CM

CM

Hemant Lenka
  • Published: Friday, 16 July 2021
  • Updated: 16 July 2021, 09:15 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ଆଜି ହଠାତ୍‌ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦୀର୍ଘ ମାସ ହେଲା ଚର୍ଚ୍ଚା ହେଉଥିବା ବେଳେ ଏଭଳି ଭେଟଘାଟକୁ ନେଇ ଅନେକ ପ୍ରକାରର ଆକଳନ କରାଯାଇଥିଲା।

ହେଲେ ମୋଦିଙ୍କ ସହ ବୈଠକ ପରେ ୭୮ ବର୍ଷ ୟେଦ୍ଦ୍ୟୁରପ୍ପା ଏହି ଗୁରୁତପୂର୍ଣ୍ଣ ପ୍ରଶ୍ନକୁ ହସରେ ଉଡ଼ାଇ ଦେଇଛନ୍ତି। ମାସେରୁ ଅଧିକ ଦିନ ହେଲାଣି ଦଳର କିଛି ବିଧାୟକ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପାଙ୍କୁ ବିରୋଧ କରୁଛନ୍ତି। ଏହି କାରଣରୁ ବିଜେପି କର୍ଣ୍ଣାଟକାରେ ନେତୃତ୍ୱ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ହେଉଥିଲା।

ଆଜି କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିସିରେ ଆଲୋଚନା କରିବା ପରେ ୟେଦ୍ଦ୍ୟୁରପ୍ପା ନିଜ ପୁଅଙ୍କ ସହ ଦିଲ୍ଲୀ ବାହାରି ଥିଲେ। ଅପରାହ୍ନ ୩.୩୦ରେ ୟେଦ୍ଦ୍ୟୁରପ୍ପା ଓ ତାଙ୍କ ପୁଅ ବିଜେୟନ୍ଦ୍ର ଦିଲ୍ଲାରେ ଲ୍ୟାଣ୍ଡ କରିଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପା ପ୍ରାୟ ୩୦ ମିନିଟ୍‌ ମୋଦିଙ୍କ ସହ ବୈଠକ କରିଥିଲେ।

ବୈଠକରେ ପରେ ସାମ୍ବାଦିକମାନେ ତାଙ୍କୁ ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ମୋଦିଙ୍କ ସହ କିଛି ଆଲୋଚନା ହେଲା କି ପଚାରିଥିଲେ। ହେଲେ ସେ ଏହାକୁ ହସରେ ଉଡ଼ାଇ ଦେଇଛନ୍ତି। ସେ କହିଛନ୍ତି, “ନେତୃତ୍ୱ ପରିବର୍ତ୍ତନ ନେଇ ଚାଲିଥିବା ଗୁଜବ ସମ୍ପର୍କରେ ମୁଁ କିଛି ଜାଣନି। ଆପଣ ମୋତେ କୁହନ୍ତୁ।”

ସେ ଆସନ୍ତାକାଲି ବେଙ୍ଗାଲୁରୁ ଫେରିବେ। ଏହାପୂର୍ବରୁ ସେ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଛି ଯେ ଆଜି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରି ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅପର ଭଦ୍ରା ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି ବେଙ୍ଗାଲୁରୁ ପେରିଫେରିଆ ରିଙ୍ଗ ରୋଡ ପ୍ରକଳ୍ପ ପାଇଁ ୬ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମାଗିଛନ୍ତି। ମେକଦାତୁ ପ୍ରକଳ୍ପ ଓ ଆମେରିକା କନସୁଲେଟ ପ୍ରତିଷ୍ଠା ଉପରେ ମଧ୍ୟ ଆଲୋଚନା ହୋଇଥିବା କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story