ପାକିସ୍ତାନ ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ମାରି ଖସାଇଲା ବିଏସଏଫ

ଚଣ୍ଡିଗଡ଼: ସୋମବାର ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍‌କୁ ମାରି ଖାସାଇଦେଇଛି ବିଏସଏଫ। ଏହି ଡ୍ରୋନ୍‌ ମାଧ୍ୟମରେ ହେରୋଇନ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି। ଏହି ଡ୍ରୋନ୍‌ରୁ ୯ ପ୍ୟାକେଟ ହେରୋଇନ୍ ମିଳିଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି। ସୀମାରେ ଏହି ନିଷିଦ୍ଧ ନିଶା କାରବାର ହେଉଥିବା ବେଳେ ବିଏସଏଫ ପକ୍ଷରୁ ପଣ୍ଡ କରି ଦିଆଯାଇଛି। ପାକିସ୍ତାନ ପକ୍ଷରୁ ଡ୍ରୋନ୍‌ଟି […]

drone

drone

Tapas Behera
  • Published: Monday, 09 May 2022
  • Updated: 09 May 2022, 10:50 AM IST

Sports

Latest News

ଚଣ୍ଡିଗଡ଼: ସୋମବାର ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍‌କୁ ମାରି ଖାସାଇଦେଇଛି ବିଏସଏଫ। ଏହି ଡ୍ରୋନ୍‌ ମାଧ୍ୟମରେ ହେରୋଇନ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି।

ଏହି ଡ୍ରୋନ୍‌ରୁ ୯ ପ୍ୟାକେଟ ହେରୋଇନ୍ ମିଳିଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି। ସୀମାରେ ଏହି ନିଷିଦ୍ଧ ନିଶା କାରବାର ହେଉଥିବା ବେଳେ ବିଏସଏଫ ପକ୍ଷରୁ ପଣ୍ଡ କରି ଦିଆଯାଇଛି। ପାକିସ୍ତାନ ପକ୍ଷରୁ ଡ୍ରୋନ୍‌ଟି ସୀମା ଦେଇ ଭାରତ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଗୁଳି କରାଯାଇଥିଲା । ଡ୍ରୋନ୍‌ଟି ତଳେ ଖସିବା ପରେ ଯାଞ୍ଚ କରାଯାଥିଲା।  ତଦନ୍ତ ବେଳେ ଉକ୍ତ ଡ୍ରୋନ୍‌ରେ ୯ଟି ପ୍ୟାକେଟରେ ୧୦.୬୭୦ କେଜି ହେରୋଇନ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ପୁଳିସ  ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos