ଭାରତ ପାଇଁ ବର୍ଗର ଓ ପିଜା ଠିକ୍‌ ନୁହେଁ: ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ବର୍ଗର ଓ ପିଜା ଖାଇବା ଉପରେ ବଡ଼ ଟିପ୍ପଣୀ ଦେଇଛନ୍ତି। ବର୍ଗର ଓ ପିଜା ଖାଇବା ଅନ୍ୟ ଦେଶ ଗୁଡ଼ିକ ପାଇଁ ଠିକ୍‌। କିନ୍ତୁ ଭାରତ ପାଇଁ ଏହା ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ଉତ୍ତର ଗୋଆରେ ଗୋଟିଏ କଲେଜର ନୂଆ କ୍ୟାମ୍ପସ ଉଦଘାଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ନାଇଡୁ ଟେକ୍ନୋଲଜି ଓ ଜଳବାୟୁ ପରିବର୍ତ୍ତନର ବିପଦ ଯୋଗୁ ପ୍ରକୃତି ପ୍ରତି ସୃଷ୍ଟି […]

VP

VP

Hemant Lenka
  • Published: Thursday, 28 October 2021
  • Updated: 28 October 2021, 06:07 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ବର୍ଗର ଓ ପିଜା ଖାଇବା ଉପରେ ବଡ଼ ଟିପ୍ପଣୀ ଦେଇଛନ୍ତି। ବର୍ଗର ଓ ପିଜା ଖାଇବା ଅନ୍ୟ ଦେଶ ଗୁଡ଼ିକ ପାଇଁ ଠିକ୍‌। କିନ୍ତୁ ଭାରତ ପାଇଁ ଏହା ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ଉତ୍ତର ଗୋଆରେ ଗୋଟିଏ କଲେଜର ନୂଆ କ୍ୟାମ୍ପସ ଉଦଘାଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ନାଇଡୁ ଟେକ୍ନୋଲଜି ଓ ଜଳବାୟୁ ପରିବର୍ତ୍ତନର ବିପଦ ଯୋଗୁ ପ୍ରକୃତି ପ୍ରତି ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି, “ମୁଁ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ ଖାଇବାକୁ ପରାମର୍ଶ ଦେଉନାହିଁ। ଭାରତରେ ଅନ୍ୟ ପ୍ରକାରର ଖାଦ୍ୟ ରହିଛି। ମୁଁ କେବଳ ରନ୍ଧା ଖାଦ୍ୟ ଖାଇବାକୁ କହୁଛି। କେହି ବି ଗଚ୍ଛିତ ହୋଇଥିବା ଖାଦ୍ୟ ଖାଇବା ଠିକ୍‌ ନୁହେଁ। ଆମେ ଅର୍ଗାନିକ ଖାଦ୍ୟକୁ ଗ୍ରହଣ କରିବା ଦରକାର। ବର୍ଗର ଓ ପିଜା ଅନ୍ୟ ଦେଶଗୁଡ଼ିକ ପାଇଁ ଉପଯୁକ୍ତ ହୋଇପାରେ। କିନ୍ତୁ ଆମ ଦେଶ ପାଇଁ ଏହା ଠିକ ନୁହେଁ। ଆମ ପୂର୍ବ ପୁରୁଷମାନେ ଅନେକ ପ୍ରକାରର ଖାଦ୍ୟ ଆମକୁ ଦେଇଛନ୍ତି।

ଏହାର ଅଭିଜ୍ଞତା ମଧ୍ୟ ସେମାନଙ୍କ ପାଖରେ ରହିଥିଲା। ଆମର ଯୁବ ଗୋଷ୍ଠୀ ଏହାକୁ ଯେମିତି ଅନୁକରଣ କରିବେ, ତା’ର ବ୍ୟବସ୍ଥା ଆମକୁ କରିବାକୁ ପଡ଼ିବ।” ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନରୁ ଆମକୁ ଆମ ପ୍ରକୃତିକୁ ସଂରକ୍ଷିତ ରଖିବା ଜରୁରୀ ବୋଲି ମଧ୍ୟ ଉପ ରାଷ୍ଟ୍ରପତି କହିଛନ୍ତି।

ସେ କହିଛନ୍ତି, ସଦ୍ୟତମ ଆଇଟି ଟୁଲ୍ସ ମଧ୍ୟରେ ଆମକୁ ବଟରପ୍ଲାଏ ଗାର୍ଡେନ ବେଶ ଗୁରୁତ୍ୱପୂର୍ଣ୍ଣ। ଆମେ ଆଗକୁ ବଢ଼ିବା କିନ୍ତୁ କେବେ ହେଲେ ପ୍ରକୃତିକୁ ଅଣଦେଖା କରି ପାରିବା ନାହିଁ। ପ୍ରକୃତି ଓ ସଂସ୍କୃତି ଉତ୍ତମ ଭବଷ୍ୟତ ପାଇଁ ଜରୁରୀ। ଆମେ ପ୍ରକୃତିର ସୁରକ୍ଷା କରୁ ନଥିବାରୁ ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନର ଘାତକ ରୂପ ଦେଖିବାକୁ ମିଳୁଛି। ପ୍ରକୃତି ତା’ର କରାଳ ରୂପ ଆମ ଉପରେ ଦେଖାଉଛି। ବିକଶିତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହାର ପରିଣାମ ଭୋଗୁଛନ୍ତି। ଆମକୁ ପ୍ରକୃତି ପାଖକୁ ଫେରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story