ରେଡ ବେଳେ ରହସ୍ୟଜନକ ଭାବେ ବ୍ୟବସାୟୀଙ୍କ ମୃତ୍ୟୁ, କାଠଗଡ଼ାରେ ପୁଲିସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ପୁଲିସ୍‌ ଗୋଟିଏ ହୋଟେଲରେ ରେଡ୍‌ କରିବା ବେଳେ ଜଣେ ବ୍ୟବସାୟୀଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ପୁଲିସ ମାଡ଼ ମାରି ହୋଟେଲ ମଧ୍ୟରେ ହିଁ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ତାଙ୍କ ସହ ରାତିରେ ଥିବା ଜଣେ ବନ୍ଧୁ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍‌ ବ୍ୟବସାୟୀଙ୍କ ମୃତ୍ୟୁ ଅଜାଣତରେ ହୋଇଥିବା କହି ଘଟଣାରେ ତାଳି ପକାଇବାକୁ ଚେଷ୍ଟା କରିଛି। […]

UP-bussiness

UP-bussiness

Hemant Lenka
  • Published: Wednesday, 29 September 2021
  • Updated: 29 September 2021, 04:01 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ପୁଲିସ୍‌ ଗୋଟିଏ ହୋଟେଲରେ ରେଡ୍‌ କରିବା ବେଳେ ଜଣେ ବ୍ୟବସାୟୀଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ପୁଲିସ ମାଡ଼ ମାରି ହୋଟେଲ ମଧ୍ୟରେ ହିଁ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ତାଙ୍କ ସହ ରାତିରେ ଥିବା ଜଣେ ବନ୍ଧୁ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି।

ହେଲେ ପୁଲିସ୍‌ ବ୍ୟବସାୟୀଙ୍କ ମୃତ୍ୟୁ ଅଜାଣତରେ ହୋଇଥିବା କହି ଘଟଣାରେ ତାଳି ପକାଇବାକୁ ଚେଷ୍ଟା କରିଛି। ବିବାଦ ବଢ଼ିବାରୁ ରାଜ୍ୟ ସରକାର ରେଡ୍‌ରେ ସାମିଲ ଥିବା ୬ ଜଣ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସେହିପରି ମୃତ ବ୍ୟବସାୟୀଙ୍କ ପତ୍ନୀଙ୍କ ଅଭିଯୋଗକ୍ରମେ ନିଲମ୍ବିତ ୬ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଦିଆଯିବ।

ମୃତ ବ୍ୟବସାୟୀଙ୍କୁ ହୋଟେଲ ମଧ୍ୟରେ ପୁଲିସ୍‌ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲା। ହେଲେ ପୁଲିସ୍‌ ବ୍ୟବସାୟୀ ଜଣଙ୍କ ହୋଟେଲ ରୁମରେ ଦୁର୍ଭାଗ୍ୟବଶତଃ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କହିଛି। ମୃତ ବ୍ୟବସାୟୀ ଜଣଙ୍କ ହେଲେ ଉତ୍ତର ପ୍ରଦେଶ ଅନ୍ତର୍ଗତ କାନପୁରରେ ରହୁଥିବା ମନୀଷ କୁମାର ଗୁପ୍ତା। ସୋମବାର ରାତିରେ ପୁଲିସ୍‌ ଯେତେବେଳେ ଗୋରଖପୁର ସ୍ଥିତ ଗୋଟିଏ ହୋଟେଲରେ ରେଡ୍‌ କରୁଥିଲା ସେତେବେଳେ ମନୀଷ ଓ ତାଙ୍କର ଦୁଇ ଜଣ ବନ୍ଧୁ ସେଠାରେ ଥିଲେ।

ମନୀଷଙ୍କ ସହ ସେମାନଙ୍କର ବ୍ୟବସାୟିକ ସମ୍ପର୍କ ଥିବା ବେଳେ ସେମାନେ ସମସ୍ତେ ଆଉ ଜଣେ ବନ୍ଧୁଙ୍କୁ ଭେଟିବାକୁ ଗୋରଖପୁର ଆସିଥିଲେ। ମନୀଷଙ୍କ ସହ ହୋଟେଲ ରୁମରେ ଥିବା ହରବୀର ସିଂହ କହିଛନ୍ତି, “ଆମେ ୩ ବନ୍ଧୁ ହୋଟେଲ ରୁମରେ ଶୋଇଥିଲୁ। ପ୍ରାୟ ରାତି ୧୨.୩୦ରେ କବାଟ ଖୋଲିବାକୁ ବେଲ ବାଜିଥିଲା। ମୁଁ ନିଜେ କବାଟ ଖୋଲିଥିଲି। ଏହି ସମୟରେ ୫ରୁ ୭ ଜଣ ପୁଲିସ୍‌ ଅଧିକାରୀ ଓ ହୋଟେଲର ଜଣେ କର୍ମଚାରୀ ସେଠାରେ ରହିଥିଲେ।

ସେମାନେ ଆମ ରୁମ ଭିତରକୁ ଆସି ପରିଚୟପତ୍ର ମାଗିଥିଲେ। ମୁଁ ପରିଚୟପତ୍ର ମଧ୍ୟ ଦେଖାଇଥିଲି। ଏହାପରେ ମୁଁ ମନୀଷଙ୍କୁ ନିଦରୁ ଉଠାଇଥିଲି। ସେ ନିଦରୁ ଉଠି ପୁଲିସ୍‌କୁ କାହିଁକି ରାତି ଅଧରେ ଆମକୁ ହଇରାଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାଶୁଣି ପୁଲିସ୍‌ ପକ୍ଷରୁ ଆମକୁ ଧମକ ଦିଆଯାଇଥିଲା।

ପୁଲିସ୍‌ ଅଧିକାରୀମାନେ ମଦ ପିଇଥିଲେ। ମୋତେ ଜଣେ ପୁଲିସ୍‌ କର୍ମଚାରୀ ଚାପୁଡ଼ା ମଧ୍ୟ ମାରିଥିଲେ। କିଛି ପୁଲିସ୍‌ କର୍ମଚାରୀଙ୍କ ପାଖରେ ବନ୍ଧୁକ ରହିଥିଲା। ମୋତେ ସେମାନେ ରୁମରୁ ବାହାର କରିବା ସହ ମନୀଷଙ୍କ ସହ ଯୁକ୍ତିତର୍କ କରିଥିଲେ। କିଛି ସମୟରେ ମନୀଷଙ୍କୁ ରୁମରୁ ବାହାରକୁ ନିଆଯାଇଥିଲା। ଏହି ସମୟରେ ତାଙ୍କ ମୁହଁ ଓ ରୁମ ପୂରା ରକ୍ତାକ୍ତ ହୋଇ ଯାଇଥିଲା।”

ଅନ୍ୟପକ୍ଷରେ ଗୋରଖପୁର ପୁଲିସ୍‌ କହିଛି ଯଆ ହୋଟେଲରେ କିଛି ସନ୍ଦିଗ୍ଧ ଅପରାଧୀ ଲୁଚି ଥିବା ଖବର ମିଳିଥିଲା। ଏହି କାରଣରୁ ବିଳମ୍ବିତ ରାତିରେ ରେଡ୍‌ କରାଯାଇଥିଲା। ଗୋରଖପୁର ପୁଲିସ୍‌ ମୁଖ୍ୟ ବିପିନ କହିଛନ୍ତି, ହୋଟେଲରେ ଥିବା ବ୍ୟକ୍ତିମାନେ ଅନ୍ୟ ସହରର। ପୁଲିସ୍‌ କିଛି ସନ୍ଦିଗ୍ଧ ଗତିବିଧିର ଆଶଙ୍କା କରି ହୋଟେଲ ମ୍ୟାନେଜରଙ୍କ ସହ ରୁମକୁ ଯାଇଥିଲା। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ହୋଟେଲ ରୁମରେ ଦୁର୍ଘଟଣା ଯୋଗୁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି ବୋଲି ସେ କହିଛନ୍ତି।

ମୃତ ବ୍ୟବସାୟୀ ମନୀଷଙ୍କ ପତ୍ନୀ ମୀନାକ୍ଷୀ ଗୁପ୍ତା କହିଛନ୍ତି, ମୃତ୍ୟୁର ୧୦ ମିନିଟ ପୂର୍ବରୁ ସେ ମୋ ସହ ଫୋନରେ କଥା ହେଉଥିଲେ। ପୁଲିସ୍ ରୁମକୁ ଆସିଛି କହି ଫୋନ କାଟିଥିଲେ। ପୁଲିସ୍‌ ତାଙ୍କୁ ହଇରାଣ କରିବା ସହ ଥାନାକୁ ନେବାକୁ ଚେଷ୍ଟା କରୁଥିବା ସେ ଆଉ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଫୋନ କରିଥିଲେ। ସେ କେମିତି ପ୍ରାଣ ହରାଇଲେ, ତା’ର ଉତ୍ତର ମୁଁ ଜାଣିବାକୁ ଚାହୁଁଛି ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story