ଟେଲିକମ କ୍ଷେତ୍ର ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର, ୧୦୦% ଏଫଡିଆଇ ମଞ୍ଜୁର

ନୂଆଦିଲ୍ଲୀ: ଟେଲିକମ କ୍ଷେତ୍ରରେ ସଂସ୍କାର ଓ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତ ପ୍ରଦାନ କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଟେଲିକମ କ୍ଷେତ୍ରରେ ଅଟୋମେଟିକ ରୁଟ ଜରିଆରେ ୧୦୦% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ)କୁ ଅନୁମତି ଦେଇଛନ୍ତି। ଏହାର ଅର୍ଥ ଯେ କୌଣସି ବିଦେଶୀ କମ୍ପାନୀ ଭାରତର ଟେଲିକମ ଶିଳ୍ପରେ ପୁଞ୍ଜି ନିବେଶ କରି ଏହାକୁ ପରିଚାଳନା କରିପାରିବ। କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ […]

Telecome

Telecome

Hemant Lenka
  • Published: Wednesday, 15 September 2021
  • Updated: 15 September 2021, 05:14 PM IST

Sports

Latest News

ନୂଆଦିଲ୍ଲୀ: ଟେଲିକମ କ୍ଷେତ୍ରରେ ସଂସ୍କାର ଓ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତ ପ୍ରଦାନ କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଟେଲିକମ କ୍ଷେତ୍ରରେ ଅଟୋମେଟିକ ରୁଟ ଜରିଆରେ ୧୦୦% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ)କୁ ଅନୁମତି ଦେଇଛନ୍ତି। ଏହାର ଅର୍ଥ ଯେ କୌଣସି ବିଦେଶୀ କମ୍ପାନୀ ଭାରତର ଟେଲିକମ ଶିଳ୍ପରେ ପୁଞ୍ଜି ନିବେଶ କରି ଏହାକୁ ପରିଚାଳନା କରିପାରିବ।

କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନେକ ଗୁଡ଼ିଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ, ଟେଲିକମ ଅପରେଟରମାନଙ୍କ ଉପରେ ରହିଥିବା ବକେୟା ଅର୍ଥ ଉପରେ ୪ ବର୍ଷର ମୋରାଟରିୟମ ପରିୟଡ ଲାଗୁ କରାଯାଇଛି। କିନ୍ତୁ ମୋରାଟୋରିୟମ ପିରିୟଡରେ ଅପରେଟରମାନଙ୍କୁ ବକେୟା ଅର୍ଥ ଉପରେ ସୁଧ ଦେବାକୁ ପଡ଼ିବ। କ୍ୟାବିନେଟ ଏଜିଆର ପରିଭାଷାକୁ ଅଧିକ ସରଳୀକରଣ କରି ଜୋରିମାନା ନିୟମକୁ ଶେଷ କରିଛି ବୋଲି ସେ କହିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟ ୧୦ ବର୍ଷ ମଧ୍ୟରେ ବକେୟା ଏଜିଆର ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର କ୍ୟାବିନେଟର ଏପରି ମୋରାଟୋରିୟମ ଭୋଡାଫୋନ-ଆଇଡିଆ ଭଳି କ୍ଷତିରେ ଚାଲୁଥିବା ଟେଲିକମ କମ୍ପାନୀଗୁଡ଼ିକୁ ସହାୟତା କରିବ। କାରଣ ଏହି କମ୍ପାନୀଗୁଡ଼ିକ କୋଟି କୋଟି ଟଙ୍କା କେନ୍ଦ୍ରକୁ ଦେବାର ଅଛି।

ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ଟେଲିକମ ସେକ୍ଟରରେ ୧୦୦% ଏଫଡିଆଇକୁ ଅନୁମତି ମିଳିଛି। ସର୍ବମୋଟ କ୍ୟାବିନେଟ ୯ଟି ଷ୍ଟ୍ରକଚରାଲ ସଂସ୍କାର ଓ ୫ଟି ପ୍ରୋସେସ ସଂସ୍କାର ବିଷୟରେ ଘୋଷଣା କରିଛି। ଏହି ସଂସ୍କାର ଗୁଡ଼ିକ ଟେଲିକମ ସେକ୍ଟରର ସଂପୂର୍ଣ୍ଣ ରୂପରେଖକୁ ବଦଳାଇ ଦେବ। ଏଥିସହ ଅଧିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ଗ୍ରାହକଙ୍କ ସ୍ୱାର୍ଥ ସାଧନ କରି ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।

ଯେଉଁ ଗ୍ରାହକମାନେ ଡିଜିଟାଲ୍ ଫର୍ମାଟରେ ସିମ୍ କିଣୁଛନ୍ତି, ସେମାନଙ୍କର ସେହିସ୍ଥାନରେ ହିଁ ଭେରିଫିକେଶନ ହେବ। ସ୍ପେକ୍‌ଟ୍ରମର ନିଲାମ ପ୍ରତି ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍‌ରେ ହେବ। ସ୍ପେକ୍‌ଟ୍ରମ ନିଲାମ ଅବଧିକୁ ୨୦ରୁ ୩୦ ବର୍ଷକୁ ବୃଦ୍ଧି କରାଯାଇଛି। ୧୦ ବର୍ଷ ପରେ ଯେକୌଣସି କମ୍ପାନୀ ଏହାକୁ ସରେଣ୍ଡର କରିପାରିବେ। ସେମାନେ ସେରଣ୍ଡର ଚାର୍ଜ ସହ ଏପରି ସୁବିଧା ପାଇପାରିବେ। ମାଗଣା ସ୍ପେକ୍‌ଟ୍ରମ ଶେୟାରିଂକୁ ମଧ୍ୟ କ୍ୟାବିନେଟ ଅନୁମତି ଦେଇଛି।

ସେହିପରି ପ୍ରିପେଡରୁ ପୋଷ୍ଟପେଡକୁ ଯାଉଥିବା ଗ୍ରାହକଙ୍କୁ କୌଣସି ପ୍ରକାରର KYC ପୂରଣ କରିବାକୁ ପଡ଼ିବ ନାହିଁ। ସେଲ୍ଫ ଡିକ୍ଲାରେସନ ଜରିଆରେ ଟାୱାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯିବ।
https://twitter.com/i/status/1438094582344916998

୧୯୫୩ ମସିହା ବିଜ୍ଞପ୍ତି ଅନୁଯାୟୀ ଲାଇସେନ୍ସ ରାଜ ସମାପ୍ତ ହୋଇଛି। ବର୍ତ୍ତମାନ ଉପକରଣ କିଣିବାରେ କୌଣସି ଅସୁବିଧା ହେବ ନାହିଁ। ଏଥିସହ ସେ କମ୍ପାନୀଗୁଡ଼ିକୁ ଭାରତରେ 4G/ 5G ଟେକନିକର ଡିଜାଇନ କରି ବିଶ୍ୱକୁ ରପ୍ତାନୀ କରନ୍ତୁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story