୩ ପିଲାଙ୍କ ଜୀବନ ବଞ୍ଚାଇଲେ, କିନ୍ତୁ ନିଜେ ପୋଡ଼ି ହୋଇ ମରିଗଲେ

ନାଭି ମୁମ୍ବାଇ: ଅଭିନୟରେ ରୁଚି ରଖିଥିବା ଜଣେ ୩୮ ବର୍ଷୀୟ କେବୁଲ ଅପରେଟରଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ପାନଭେଲର ଅକୁରଲି ଗାଁରେ ଥିବା ତାଙ୍କ ବଙ୍ଗଳାରେ ନିଆଁ ଲାଗି ଯିବାରୁ ଏଥିରେ ପୋଡ଼ି ହୋଇ ଉକ୍ତ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜେଶ ଠାକୁର। ସେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ପୂର୍ବରୁ ବେଶ ସାହାସିକତାର ସେ ନିଜର ୩ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଘରେ […]

Cable

Cable

Hemant Lenka
  • Published: Monday, 27 June 2022
  • Updated: 27 June 2022, 08:29 AM IST

Sports

Latest News

ନାଭି ମୁମ୍ବାଇ: ଅଭିନୟରେ ରୁଚି ରଖିଥିବା ଜଣେ ୩୮ ବର୍ଷୀୟ କେବୁଲ ଅପରେଟରଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ପାନଭେଲର ଅକୁରଲି ଗାଁରେ ଥିବା ତାଙ୍କ ବଙ୍ଗଳାରେ ନିଆଁ ଲାଗି ଯିବାରୁ ଏଥିରେ ପୋଡ଼ି ହୋଇ ଉକ୍ତ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜେଶ ଠାକୁର। ସେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ପୂର୍ବରୁ ବେଶ ସାହାସିକତାର ସେ ନିଜର ୩ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

ଘରେ ନିଆଁ ଲାଗିବା କ୍ଷଣି ରାଜେଶ ପ୍ରଥମେ ନିଜର ୧୬ ବର୍ଷୀୟ ଝିଅ, ୧୮ ଓ ୧୧ ବର୍ଷୀୟ ଦୁଇ ପୁଅଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଏହାପରେ ଘରେ ରହିଥିବା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣିବାକୁ ପୁଣି ଭିତରକୁ ଯାଇଥିଲେ। ହେଲେ ନିଆଁର ପ୍ରକୋପ ବଢ଼ି ଯିବାରୁ ରାଜେଶ ଆଉ ବାହାରକୁ ବାହାରି ପାରି ନଥିଲେ। ଫଳରେ ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ ଘର ଭିତରୁ ରାଜେଶଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ଘରର ଦ୍ୱିତୀୟ ମହଲାର ଗୋଟିଏ ରୁମରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଥିଲା। ରାଜେଶ ଉକ୍ତ ରୁମରେ ଶୋଇଥିବା ବେଳେ ତାଙ୍କର ୩ ପିଲା ପ୍ରଥମ ମହଲାରେ ରହିଥିଲେ। ଘରେ ରାଜେଶଙ୍କ ପତ୍ନୀ ନଥିଲେ। ନିଆଁ ଲାଗିଥିବା ଜାଣିପାରି ରାଜେଶ ତୁରନ୍ତ ଚିହିଁକି ଉଠିଥିଲେ। ଏହାପରେ ସେ ନିଜର ୩ ପିଲାଙ୍କୁ ଘର ବାହାରକୁ ନେଇ ଆସିଥିଲେ। ଏତିକି ବେଳେ ସେ ବଙ୍ଗଳାର ମୁଖ୍ୟ ବିଜୁଳି ସୁଇଚକୁ ଅଫ କରି ପୁଣି ଘର ଭିତରକୁ ଯିବା ଚେଷ୍ଟା କରିଥିଲେ।

ସ୍ଥାନୀୟ ଲୋକ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣିବାକୁ ଘର ଭିତରକୁ ଚାଲି ଯାଇଥିଲେ। ହେଲେ ନିଆଁ ଜୋରରେ ବ୍ୟାପି ଯିବାରୁ ସେ ଆଉ ବାହାରକୁ ବାହାରି ପାଣି ନଥିଲେ। ଖବର ପାଇ ସକାଳ ପ୍ରାୟ ୭.୪୦ରେ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ସେତେବେଳକୁ ବଙ୍ଗଳାର ଦ୍ୱିତୀୟ ମହଲାଟି ନିଆଁରେ ପୋଡ଼ି ହୋଇ ପାଉଁଶ ହୋଇ ସାରିଥିଲା। ସେହିପରି କାଗଜପତ୍ର ଆଣିବାକୁ ଦ୍ୱିତୀୟ ମହଲାକୁ ଯାଇଥିବା ରାଜେଶ ମଧ୍ୟ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ।

ପୁଲିସ୍‌ କହିଛି ଯେ ଶର୍ଟସର୍କିଟ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସେହିପରି ରାଜେଶ ଠାକୁର ନିଜ ଲ୍ୟାପଟପକୁ ରାତି ତମାତ ଚାର୍ଜ ବସାଇଥିଲେ। ସମ୍ଭବତଃ ଓଭର ଚାର୍ଜ ଯୋଗୁ ଏହାର ବ୍ୟାଟେରୀ ବିସ୍ଫୋରଣ କରିଥାଇ ପାରେ। ତେଣୁ ସବୁ ଦିଗକୁ ଦେଖି ତଦନ୍ତ କରାଯାଉଥିବା ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ରାଜେଶ ଠାକୁର ଅଭିନୟ କ୍ଷେତ୍ରରେ ବେଶ ରୁଚି ରଖିଥିଲେ। କିନ୍ତୁ ସେ କୌଣସି ଫିଲ୍ମ କିମ୍ବା ସିରିଏଲରେ ଜଡ଼ିତ ଥିଲେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story