ଶାହଙ୍କ ସହ କ’ଣ ଆଲୋଚନା କଲେ କ୍ୟାପ୍ଟେନ? ଟ୍ୱିଟ କରି ଦେଲେ ସୂଚନା

ନୂଆଦିଲ୍ଲୀ: ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ହଠାତ୍‌ ଆଜି ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। କ୍ୟାପ୍ଟେନ ଓ ଶାହଙ୍କ ଭେଟଘାଟକୁ ନେଇ ନାନା ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଥିଲା। ଏପରି କି କ୍ୟାପ୍ଟେନ ବିଜେପିରେ ମିଶିବେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ଶାହଙ୍କ ବାସଭବନରେ କ୍ୟାପ୍ଟେନ ଆଲୋଚନା କରୁଥିବା ବେଳେ ବାହାରେ […]

Congress

Congress

Hemant Lenka
  • Published: Wednesday, 29 September 2021
  • Updated: 29 September 2021, 09:16 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ହଠାତ୍‌ ଆଜି ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। କ୍ୟାପ୍ଟେନ ଓ ଶାହଙ୍କ ଭେଟଘାଟକୁ ନେଇ ନାନା ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଥିଲା।

ଏପରି କି କ୍ୟାପ୍ଟେନ ବିଜେପିରେ ମିଶିବେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ଶାହଙ୍କ ବାସଭବନରେ କ୍ୟାପ୍ଟେନ ଆଲୋଚନା କରୁଥିବା ବେଳେ ବାହାରେ ରାଜନୀତିକ ହଟଚମଟ ଜାରି ରହିଥିଲା।

କିନ୍ତୁ ବୈଠକ ଶେଷ ପରେ କ୍ୟାପ୍ଟେନ ନିଜେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ ଶ୍ରୀ ଶାହଙ୍କ ସହ କ’ଣ ଆଲୋଚନା କଲେ, ସେ ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଶାହଙ୍କ ସହ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି।

#NoFarmersNoFood ହ୍ୟାଶଟ୍ୟାଗ ବ୍ୟବହାର କରି କ୍ୟାପ୍ଟେନ ଲେଖିଛନ୍ତି ଯେ “କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆଜି ଦିଲ୍ଲୀରେ ଭେଟିଛି। ଦୀର୍ଘ ଦିନ ଧରି ଚାଷୀମାନେ କୃଷି ଆଇନ ବିରୋଧରେ କରୁଥିବା ଆନ୍ଦୋଳନ ସମ୍ପର୍କରେ ତାଙ୍କ ସହ କଥା ହୋଇଛି। ତୁରନ୍ତ କୃଷି ଆଇନକୁ ପ୍ରତ୍ୟାହାର ଓ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ନିଶ୍ଚିତ କରି ଚାଷୀଙ୍କ ସମସ୍ୟା ସାମାଧାନ କରିବାକୁ ମୁଁ ତାଙ୍କୁ ଅନୁରୋଧ କରିଛି।”

ଏହାପୂର୍ବରୁ କ୍ୟାପ୍ଟେନ ଶ୍ରୀ ଶାହଙ୍କୁ ଭେଟିବାକୁ ଯିବା ବେଳେ ତାଙ୍କ ଟିମ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଥିଲା। ଅମରିନ୍ଦର ସିଂହ ଆଜି ଶାହଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଥିଲା। କିନ୍ତୁ ଏହି ରିପୋର୍ଟ ଭୁଲ ପ୍ରମାଣିତ ହୋଇଛି। ମଙ୍ଗଳବାର ଶ୍ରୀ ସିଂହ ଦିଲ୍ଲୀରେ ପହଞ୍ଚିବା ପରଠାରୁ ହିଁ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।


ସୂଚନାଯୋଗ୍ୟ, ଗତ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର। ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଅମରିନ୍ଦରଙ୍କୁ ହଟାଇ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ କାରଣରୁ ସେ ଇସ୍ତଫା ଦେଇଥିବା ସର୍ବସମ୍ମୁଖରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos