ସିଦ୍ଧୁଙ୍କ ବିରୋଧରେ କ୍ୟାପ୍ଟେନଙ୍କ ଯୁଦ୍ଧ ଡାକରା, ସୋନିଆ କହିଲେ ‘I am Sorry’

ଚଣ୍ଡିଗଡ଼: ବିବାଦୀୟ ପରିସ୍ଥିତି ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ରାଜ୍ୟର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ସିଦ୍ଧୁଙ୍କ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ଏବେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚୟନ କରାଗଲେ, ତା’କୁ ଅମରିନ୍ଦର ମଧ୍ୟ ବିରୋଧ କରିବେ ବୋଲି କହିଛନ୍ତି। ସେହିପରି ତାଙ୍କ ଇସ୍ତଫା କଥା ଶୁଣି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କେବଳ […]

cogrees

cogrees

Hemant Lenka
  • Published: Saturday, 18 September 2021
  • Updated: 18 September 2021, 08:55 PM IST

ଚଣ୍ଡିଗଡ଼: ବିବାଦୀୟ ପରିସ୍ଥିତି ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ରାଜ୍ୟର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ସିଦ୍ଧୁଙ୍କ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ଏବେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚୟନ କରାଗଲେ, ତା’କୁ ଅମରିନ୍ଦର ମଧ୍ୟ ବିରୋଧ କରିବେ ବୋଲି କହିଛନ୍ତି। ସେହିପରି ତାଙ୍କ ଇସ୍ତଫା କଥା ଶୁଣି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କେବଳ “I am sorry ଅମରିନ୍ଦର” ବୋଲି କହିଛନ୍ତି।

ସିଦ୍ଧୁଙ୍କ ବିରୋଧରେ ଅମରିନ୍ଦରଙ୍କ ଏପରି ବୟାନ କଂଗ୍ରେସ ପାଇଁ ଆହୁରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସିଦ୍ଧୁଙ୍କୁ କଂଗ୍ରେସ ମୁଖ୍ୟ କରାଇ କଂଗ୍ରେସ ଅମରିନ୍ଦର ସିଂହଙ୍କ ସହ ତାଙ୍କର ବିବାଦରେ ତାଳି ପକାଇବାକୁ ଲକ୍ଷ୍ୟ ରଖିଥିଲା। ହେଲେ ତାହା ସମ୍ଭବ ହୋଇ ନଥିଲା।

ଏବେ ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅମରିନ୍ଦରଙ୍କ ମୁଖ୍ୟମନ୍ତ୍ରୀ ପଦରେ କଂଗ୍ରେସ ବଳି ଚଢ଼ାଇଛି। ତଥାପି ସିଦ୍ଧୁ ଓ ଅମରିନ୍ଦରଙ୍କ କଳି ଥମିବା ବଦଳରେ ଦିନକୁ ଦିନ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ କଂଗ୍ରେସର ଦୁଇ ହେଭିୱେଟଙ୍କ କଳି ଦଳର ତଣ୍ଟିରେ କଣ୍ଟା ହୋଇ ଲାଗିଛି।

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଧୁ କହିଛନ୍ତି, “ପଞ୍ଜାବର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଯଦି ସିଦ୍ଧୁଙ୍କ ନାଁକୁ ଘୋଷଣା କରାଯାଏ, ତା’ହେଲେ ଦେଶର ଭଲ ପାଇଁ ମୁଁ ଏହାକୁ ବିରୋଧ କରିବି। ଏହା ଦେଶର ସୁରକ୍ଷା ସହ ଜଡ଼ିତ। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ(ସିଦ୍ଧୁ) ସାଙ୍ଗ। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ସହ ତାଙ୍କର ସମ୍ପର୍କ ରହିଛି।

ସେଭଳି ଲୋକ କେମିତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚେହେରା ହେବେ? ନବଜୋତ ସିଂହ ସିଦ୍ଧୁ ଜଣେ ଅସର୍ମଥ ବ୍ୟକ୍ତି। ସେ ମୋ ସରକାରରେ ସବୁଠାରୁ ବିପର୍ଯ୍ୟୟ ସୃଷ୍ଟି କରିଥିବା ଜଣେ ବ୍ୟକ୍ତି। ସେ ଗୋଟିଏ ବଭାଗର କାମକୁ ଠିକ୍‌ ଭାବେ ସମ୍ପାଦନ କରିପାରି ନଥିଲେ। ସେ ଦୀର୍ଘ ୭ ମାସ କାଳ ଗୋଟିଏ ଫାଇଲକୁ ପକାଇ ରଖିଥିଲେ।”

କ’ଣ ଅମରିନ୍ଦର ପୂର୍ବଭଳି କଂଗ୍ରେସରେ ରହିବେ କି ପ୍ରଶ୍ନର ଉତ୍ତରରେ ୭୯ ବର୍ଷୀୟ କ୍ୟାପ୍ଟେନ କହିଛନ୍ତି, “ବର୍ତ୍ତମାନ ପରିସ୍ଥିତିରେ ଏହାର ଉତ୍ତର ଦେଇ ହେବନି।”

ଆଜି ସକାଳେ ସେ ସୋନିଆ ଗାନ୍ଧିଙ୍କୁ ଫୋନ କରି ନିଜର ଇସ୍ତଫା ସମ୍ପର୍କରେ ଅବଗତ କରାଇଥିଲେ। ଦଳରେ ସେ ଅପମାନିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ ବୋଲି ସୋନିଆଙ୍କୁ କହିଥିଲେ। ଏହାର ଜବାବରେ ସୋନିଆ କେବଳ “ଆଇ ଆମ ସରି ଅମରିନ୍ଦର” ବୋଲ କହିଥିବା ଶ୍ରୀ ସିଂହ ଆଜି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos