ଭାରତୀୟ ଧୀବରଙ୍କୁ ଗୁଳି, ୧୦ ପାକ୍‌ ନୌସେନା ଅଧିକାରୀଙ୍କ ନାଁରେ ମାମଲା

ପୋରବନ୍ଦର: ସମୁଦ୍ରର ସୀମାନ୍ତ ଅଞ୍ଚଳରେ ଜଣେ ଭାରତୀୟ ଧୀବରଙ୍କୁ ଗୁଳି ମାରି ହତ୍ୟା କରିଛି ପାକିସ୍ତାନ। ଆରବ ସାଗରର ଗୁଜରାଟ ଉପକୂଳରେ ଏପରି ଘଟଣା ଘଟିଛି। ଏହି ଘଟଣାକୁ ନେଇ ପାକିସ୍ତାନ ମାରିଟାଇମ ସିକ୍ୟୁରିଟି ଏଜେନ୍ସି(ପିଏମଏସ୍‌ଏ) ବିରୋଧରେ ମାମଲା ରୁଜୁ କରାଯାଇଛି। ଘଟଣାରେ ଆହତ ହୋଇଥିବା ଆଉ ଜଣେ ଧୀବର ଦୀଲିପ ନାଟୁ ସୋଲାଙ୍କିଙ୍କ ଅଭିଯୋଗ ପରେ ୧୦ ପାକିସ୍ତାନ ନୌସେନା ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଥାଣେରେ […]

Fisherman

Fisherman

Hemant Lenka
  • Published: Monday, 08 November 2021
  • Updated: 08 November 2021, 03:17 PM IST

ପୋରବନ୍ଦର: ସମୁଦ୍ରର ସୀମାନ୍ତ ଅଞ୍ଚଳରେ ଜଣେ ଭାରତୀୟ ଧୀବରଙ୍କୁ ଗୁଳି ମାରି ହତ୍ୟା କରିଛି ପାକିସ୍ତାନ। ଆରବ ସାଗରର ଗୁଜରାଟ ଉପକୂଳରେ ଏପରି ଘଟଣା ଘଟିଛି। ଏହି ଘଟଣାକୁ ନେଇ ପାକିସ୍ତାନ ମାରିଟାଇମ ସିକ୍ୟୁରିଟି ଏଜେନ୍ସି(ପିଏମଏସ୍‌ଏ) ବିରୋଧରେ ମାମଲା ରୁଜୁ କରାଯାଇଛି।

ଘଟଣାରେ ଆହତ ହୋଇଥିବା ଆଉ ଜଣେ ଧୀବର ଦୀଲିପ ନାଟୁ ସୋଲାଙ୍କିଙ୍କ ଅଭିଯୋଗ ପରେ ୧୦ ପାକିସ୍ତାନ ନୌସେନା ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଥାଣେରେ ରହୁଥିବା ୩୨ ବର୍ଷୀୟ ଧୀବର ଶ୍ରୀଧର ରମେଶ ଜଳପରି ବୋଟରେ ଅନ୍ୟମାନଙ୍କ ସହ ମାଛ ଧରିବାକୁ ଯାଇଥିଲେ। ଭାରତୀୟ ସୀମାରେ ବୋଟଟି ରହିଥିବା ବେଳେ ହଠାତ୍‌ ନଭେମ୍ବର ୭ ସନ୍ଧ୍ୟାରେ ହଠାତ୍‌ ପାକିସ୍ତାନ ନୌସେନା ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲା।

ଏଥିରେ ମୋଟ ୭ ଜଣ ସଦସ୍ୟ ଥିଲେ। ଏଥିରେ ଶ୍ରୀଧରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ସାମାନ୍ୟ ଆହତ ହୋଇ ଗୁଜରାଟର ଓକାରେ ଚିକିତ୍ସିତ ହେଉଛନ୍ତି।

ଭାରତ ପକ୍ଷରୁ କୁହାଯାଇଛି ଯେ ଗୁଳିମାଡ଼ ଘଟଣାରେ ଜଣେ ଧୀବରଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ସରିବା ପରେ ହିଁ ଘଟଣାର ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ। ଘଟଣା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ପାକିସ୍ତାନ ଅଧିକାରୀଙ୍କୁ କୂଟନୀତିକ ସ୍ତରରେ ଯୋଗାଯୋଗ କରି ଭାରତ ପ୍ରତିବାଦ ମଧ୍ୟ ଜଣାଇଥିଲା। ଧୀବରଙ୍କ ଉପରେ ଗୁଳି ଚଳାଇ ପାକିସ୍ତାନ ଜାତିସଂଘ ଜାରି କରିଥିବା ଆଇନର ଉଲ୍ଲଙ୍ଘନ କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ପାକିସ୍ତାନ ଓଲଟା କଥା କହିଛି। ଭାରତୀୟ ବୋଟ ନିୟମ ଉଲ୍ଲଙ୍ଘନ କରି ସୀମା ଭିତରେ ପ୍ରବେଶ କରିଥିଲା। ଏହାକୁ ଅଟକାଇବା ପାଇଁ ପିଏମଏସ୍‌ଏ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ବୋଟରେ ଥିବା ସଦସ୍ୟମାନେ କିଛି ବି ଶୁଣି ନଥିଲେ। ପ୍ରଥମେ ସେମାନଙ୍କୁ ଚେତାବନୀ ଦିଆଯାଇ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ତଥାପି ସେମାନେ ବୋଟର ଇଞ୍ଜିନକୁ ବନ୍ଦ କରି ନଥିଲେ। ଶେଷରେ ପିଏମଏସ୍‌ଏ ବାଧ୍ୟ ହୋଇ ସିଧାସଳଖ ଡଙ୍ଗା ଉପରକୁ ଗୁଳି ଚଳାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story