ସୁଶାନ୍ତ ସିଂହ ରାଜପୁତଙ୍କ ଜଣେ ଭଉଣୀଙ୍କ ନାଁରେ ଚାଲିବ ମାମଲା, ଆଉ ଜଣଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦୁଇ ଉଭଣୀଙ୍କ ବିରୋଧରେ ହୋଇଥିବା ମାମଲାରେ ଆଜି ବମ୍ବେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁଶାନ୍ତଙ୍କ ଦୁଇ ଉଭଣୀଙ୍କ ନାଁରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା କରିଥିଲା। ଏହା ବିରୋଧରେ ସେମାନେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟ ସୁଶାନ୍ତଙ୍କ ଉଭଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ମାମଲା ଚାଲିବ ବୋଲି କହିଥିବା ବେଳେ ମିତୁ ସିଂହଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରି […]

sushant

sushant

Hemant Lenka
  • Published: Monday, 15 February 2021
  • Updated: 15 February 2021, 04:14 PM IST

Sports

Latest News

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦୁଇ ଉଭଣୀଙ୍କ ବିରୋଧରେ ହୋଇଥିବା ମାମଲାରେ ଆଜି ବମ୍ବେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁଶାନ୍ତଙ୍କ ଦୁଇ ଉଭଣୀଙ୍କ ନାଁରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା କରିଥିଲା। ଏହା ବିରୋଧରେ ସେମାନେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବମ୍ବେ ହାଇକୋର୍ଟ ସୁଶାନ୍ତଙ୍କ ଉଭଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ମାମଲା ଚାଲିବ ବୋଲି କହିଥିବା ବେଳେ ମିତୁ ସିଂହଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରି ଦେଇଛନ୍ତି। ରିୟା ତାଙ୍କ ଅଭିଯୋଗରେ କହିଥିଲେ ଯେ ପ୍ରିୟଙ୍କା ଓ ମିତୁ ସିଂହ ସୁଶାନ୍ତଙ୍କୁ ନକଲି ପେସକ୍ରିପସନ ଜରିଆରେ ଭୁଲ ଔଷଧ ଦେଉଥିଲେ। ଏହି କାରଣରୁ ତାଙ୍କ ରୋଗ ଅଧିକ ବଢ଼ି ଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ।

ଆଜି ବମ୍ବେ ହାଇକୋର୍ଟ ପ୍ରିୟଙ୍କା ବିରୋଧରେ ମାମଲା କାଏମ ରଖିଥିବାରୁ, ସେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ମଧ୍ୟ କହିଛନ୍ତି। କୋର୍ଟ କହିଛନ୍ତି, ହ୍ୱାଟସଆପ୍‌ରେ ପ୍ରିୟଙ୍କା ସିଂହ ଦିବଂଗତ ସୁଶାନ୍ତଙ୍କ ପାଖକୁ ଯେଉଁ ମିଥ୍ୟା ପେସକ୍ରିପସନ ପଠାଇଥିଲେ, ତା’ର ତଦନ୍ତ ସିବିଆଇ ଜାରି ରଖିବ। ପ୍ରାଥମିକ ତଦନ୍ତରୁ ପ୍ରିୟଙ୍କା ସିଂହଙ୍କ ବିରୋଧରେ ପ୍ରମାଣ ମିଳିଛି। ତେଣୁ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ରୋକା ଯାଇ ପାରିବ ନାହି ବୋଲି କୋର୍ଟ କହିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁର ୬ ଦିନ ଅର୍ଥାତ ଜୁନ୍‌ ୮ରେ ପ୍ରିୟଙ୍କା ହ୍ୱାଟସଆପ୍‌ରେ ନକଲି ଔଷଧର ପେସକ୍ରିପସନର ପଠାଇଥିବା ଅଭିଯୋଗ ହୋଇଛି। ଗତବର୍ଷ ଜୁନ୍ ମାସରେ ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ଜୁଲନ୍ତା ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ମିଳିଥିଲା। ପୁଲିସ୍ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆତ୍ମହତ୍ୟା କହିଥିଲେ ହେଁ ପରିବାର ଲୋକ ଯୋଜନାବଦ୍ଧ ହତ୍ୟାକାଣ୍ତର ଅଭିଯୋଗ ଆଣିଥିଲେ।

ଏପରି କି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପାଇଁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦାୟୀ ବୋଲି ମଧ୍ୟ କୁହାଯାଇଥିଲା। ସିବିଆଇ, ଇଡି ଓ ନାର୍କୋଟିକ୍ସ ବ୍ୟୁରୋ ପୂରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏଯାଏ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ସେକଥା ଜଣାପଡ଼ିନାହିଁ। କିନ୍ତୁ ବିଲଉଡରେ ଚାଲିଥିବା ନିଶା କାରବାର ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା।

ଆଜି ରିୟାଙ୍କ ଓକିଲ କହିଛନ୍ତି, କୋର୍ଟଙ୍କ ରାୟରେ ଆମେ ଖୁସି। ରିୟା ଚକ୍ରବର୍ତ୍ତୀ ଦୀର୍ଘଦିନ ହେଲାଣି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ଦାବି କରୁଥିଲେ। ଏଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଏବେ ସତ୍ୟ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos