ଭୋଟିଂ ପୂର୍ବରୁ ଜବତ ହେଲା ୪୨୮ କୋଟିର ମୂଲ୍ୟବାନ ଧାତୁ ଓ ନଗଦ ଟଙ୍କା

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବ। ଗତକାଲି ଠାରୁ ଏଥିପାଇଁ ପ୍ରଚାର ଶେଷ ହୋଇଛି। ହେଲେ ଆଜି ରାଜ୍ୟରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ମୂଲ୍ୟବାନ ଧାତୁ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୪୨୮ କୋଟି ଟଙ୍କା ହେବ।

ଭୋଟରଙ୍କୁ ମତଦାନ ପୂର୍ବରୁ ଏଗୁଡ଼ିକୁ ବାଣ୍ଟିବା ପାଇଁ ରଖା ଯାଇଥିଲା ବୋଲି ନିର୍ବାଚନ କିମଶନ ସୂଚନା ଦେଇଛନ୍ତି। କମିଶନ ପକ୍ଷରୁ କୁହାଯାଇଛି ଯେ ଭୋଟିଂ ପୂର୍ବରୁ ୨୨୫.୫ କୋଟିର ନଗଦ ଟଙ୍କା ଜବତ ହୋଇଥିବା ବେଳେ ୧୭୬.୧୧ କୋଟି ଟଙ୍କାର ମୂଲ୍ୟବାନ ଧାତୁ ମିଳିଛି। ଏଥିରେ ସୁନା ମଧ୍ୟ ରହିଛି। ସେହିପରି ବୁପଳ ମଦ ମଧ୍ୟ ଜବତ କରାଯାଇଛି।

ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଏହି ସମୟରେ ଏତେ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ମିଳିଛି। ୯୧.୫୬ ଲକ୍ଷ ଟଙ୍କା ରାନିପେଟରୁ ମିଳିଥିବା ବେଳେ ୧.୨୩ କୋଟି ଟଙ୍କା ଚେନ୍ନାଇ ଓ ୧.୧୫ କୋଟି ଟଙ୍କା ସାଲେମରେ ଥିବା ବୀରାପାଣ୍ଡିରୁ ମିଳିଛି। ରାଜ୍ୟରେ ଟଙ୍କା କାରବର ଅଧିକ ଆସନ୍ତା ଥିବା ୧୦୫ଟି ନିର୍ବାଚନ ମଣ୍ଡଳୀ ଉପରେ ଅଧିକ ନଜର ରଖାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ ଜାରି ରହିଥିବା କମିଶନ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।