ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ଜେରା କଲା ସିବିଆଇ

ନୂଆଦିଲ୍ଲୀ: କୋଇଲା ଚୋରାଚାଲାଣ ଅଭିଯୋଗରେ ଫସିଥିବା ଟିଏମସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ଆଜି ସିବିଆଇ ଜେରା କରିଛି। ରୁଜିରାଙ୍କୁ ଜେରା କରିବା ପାଇଁ ସିବିଆଇର ଗୋଟିଏ ଟିମ୍‌ ଆଜି ତାଙ୍କ କୋଲକାତା ସ୍ଥିତ ବାସଭବନରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ଘର ମଧ୍ୟରେ ପ୍ରାୟ ୧ ଘଣ୍ଟା କାଳ ଜେରା କରିଛି। ସିବିଆଇ ଟିମ ଅଭିଷେକଙ୍କ କୋଲକାତାର ହରିଶ ମୁଖାର୍ଜୀ ରୋଡ ସ୍ଥିତ ଘରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ […]

rujira

rujira

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 03:09 PM IST

Sports

Latest News

ନୂଆଦିଲ୍ଲୀ: କୋଇଲା ଚୋରାଚାଲାଣ ଅଭିଯୋଗରେ ଫସିଥିବା ଟିଏମସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ଆଜି ସିବିଆଇ ଜେରା କରିଛି। ରୁଜିରାଙ୍କୁ ଜେରା କରିବା ପାଇଁ ସିବିଆଇର ଗୋଟିଏ ଟିମ୍‌ ଆଜି ତାଙ୍କ କୋଲକାତା ସ୍ଥିତ ବାସଭବନରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ଘର ମଧ୍ୟରେ ପ୍ରାୟ ୧ ଘଣ୍ଟା କାଳ ଜେରା କରିଛି।

ସିବିଆଇ ଟିମ ଅଭିଷେକଙ୍କ କୋଲକାତାର ହରିଶ ମୁଖାର୍ଜୀ ରୋଡ ସ୍ଥିତ ଘରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାକୁ ଯାଇଥିଲେ। ଏଠାରେ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରାଙ୍କ ସହ ମମତା ପ୍ରାୟ ୧୦ ମିନିଟ୍‌ କାଳ ଆଲୋଚନା କରିଥିଲେ। ରବିବାର କୋଇଲା ଚୋରାଚାଲାଣ ଘଟଣାରେ ସିବିଆଇ ରୁଜିରାଙ୍କୁ ସମନ କରିଥିଲା।

ଏହାର ଜବାବ ସେ ସୋମବାର ଦେଇଥିଲେ। ସିବିଆଇ ତାଙ୍କ ଘରକୁ ଆସି କୋଇଲା ଚୋରି ଘଟଣାରେ ପଚରାଉଚରା କରୁ ବୋଲି ରୁଜିରା ନିବେଦନ କରିଥିଲେ। ମଙ୍ଗଳବାର ଦିନ ୧୧ଟାରୁ ୩ଟା ମଧ୍ୟରେ ସିବିଆଇ ଟିମ୍‌ ତାଙ୍କୁ ପ୍ରଶ୍ନ କରିପାରିବ ବୋଲି ରୁଜିରା ତାଙ୍କ ଜବାବରେ ଉଲ୍ଲେଖ କରିଥିଲେ। ସିବିଆଇ ଏହି ଚିଠି ପାଇବା ପରେ ରୁଜିରାଙ୍କ ଅନୁରୋଧ ରକ୍ଷା କରି ଆଜି ତାଙ୍କ ଘରେ ଜେରା କରିବାକୁ ପହଞ୍ଚିଥିଲା।


ଆଜି ମଧ୍ୟାହ୍ନ ୧୨ଟା ବେଳକୁ ସିବିଆଇ ଟିମ୍‌ ତାଙ୍କ ଘରେ ପହଞ୍ଚିଥିଲା। ଏହାପରେ ଗୋଟିଏ ରୁମ୍‌ରେ ରୁଜିରାଙ୍କୁ ସିବିଆଇ ଟିମ୍‌ ଜେରା ଆରମ୍ଭ କରିଥିଲା। ପ୍ରାୟ ୧.୧୫ରେ ସିବିଆଇ ଟିମ୍‌ ତାଙ୍କ ଘରୁ ବାହାରିଥିଲା। ଏହି ସମୟରେ ବିପୁଳ ସଂଖ୍ୟା ପୁଲିସ୍‌ ଅଭିଷେକ ବାନାର୍ଜୀଙ୍କ ଘର ଆଗରେ ମୁତୟନ ରହିଥିଲେ। ସୂତ୍ର ଅନୁସାରେ, ସିବିଆଇ ଟିମ୍‌ ରୁଜିରାଙ୍କୁ ତାଙ୍କ ବ୍ୟାଙ୍କ ନେଣଦେଣ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ କହିଛି।

କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ଶୁକ୍ରବାର ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍‌ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ ଆରମ୍ଭ କରିଛି।

ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos