ଆକାର ପଟେଲଙ୍କ ବିରୋଧରେ ଆବେଦନ କରିବ ସିବିଆଇ

ନୂଆଦିଲ୍ଲୀ: ଆମନେଷ୍ଟି ଇଣ୍ଟରନ୍ୟାଶନାଲର ପୂର୍ବତନ ଭାରତ ମୁଖ୍ୟ ଆକାର ପଟେଲ ଓ ସିବିଆଇ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଚରମସୀମାରେ ପହଞ୍ଚିଛି। ସିବିଆଇ ତାଙ୍କ ବିରୋଧରେ ଲୁକଆଉଟ ସର୍କ୍ୟୁଲାର ଜାରି କରିଥିବାରୁ ଆକାରଙ୍କୁ ଆମେରିକା ଯିବାକୁ ଅନୁମତି ମିଳୁନି। ଏଥିପାଇଁ ସେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟ ଆକାରଙ୍କ ସପକ୍ଷରେ ରାୟ ଦେଇ ସର୍କ୍ୟୁଲାର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସିବିଆଇକୁ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି। ହେଲେ ସିବିଆଇ ଏହି ରାୟ […]

aakar-patel

aakar-patel

Hemant Lenka
  • Published: Friday, 08 April 2022
  • Updated: 08 April 2022, 08:41 AM IST

Sports

Latest News

ନୂଆଦିଲ୍ଲୀ: ଆମନେଷ୍ଟି ଇଣ୍ଟରନ୍ୟାଶନାଲର ପୂର୍ବତନ ଭାରତ ମୁଖ୍ୟ ଆକାର ପଟେଲ ଓ ସିବିଆଇ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଚରମସୀମାରେ ପହଞ୍ଚିଛି। ସିବିଆଇ ତାଙ୍କ ବିରୋଧରେ ଲୁକଆଉଟ ସର୍କ୍ୟୁଲାର ଜାରି କରିଥିବାରୁ ଆକାରଙ୍କୁ ଆମେରିକା ଯିବାକୁ ଅନୁମତି ମିଳୁନି।

ଏଥିପାଇଁ ସେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟ ଆକାରଙ୍କ ସପକ୍ଷରେ ରାୟ ଦେଇ ସର୍କ୍ୟୁଲାର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସିବିଆଇକୁ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି।

ହେଲେ ସିବିଆଇ ଏହି ରାୟ ବିରୋଧରେ ଆବେଦନ କରିବ ବୋଲି ଜଣାପଡ଼ିଛି। ଆଜି ହିଁ ସିବିଆଇ ଉଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହେବ। ଗତକାଲି କୋର୍ଟଙ୍କ ରାୟ ପରେ ଆକାର ଆମେରିକା ଯିବା ପାଇଁ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିଥିଲେ ଆକାର। ହେଲେ ତାଙ୍କୁ ସେଠାରେ ପୁଣିଥରେ ଉଡ଼ାଣ ପାଇଁ ଅନୁମତି ମିଳି ନଥିଲା।

କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ତାଙ୍କ ବିରୋଧରେ ଜାରି ସର୍କ୍ୟୁଲାର ପ୍ରତ୍ୟାହାର କରି ନଥିବା ସେ ଟ୍ୱିଟ କରି ସମସ୍ତଙ୍କୁ ସୂଚନା ଦେଇଥିଲେ। ଏହାର କିଛି ସମୟ ପୂର୍ବରୁ ହିଁ ସ୍ୱତନ୍ତ୍ର କୋର୍ଟ ଆକାରଙ୍କ ନାଁଙ୍କୁ ଲୁକ ଆଉଟ ସର୍କ୍ୟୁଲାର ନୋଟିସରୁ ବାଦ ଦେବାକୁ ସିବିଆଇକୁ କହିଥିଲେ।

ଏହି ନିର୍ଦ୍ଦେଶକୁ ସିବିଆଇ ବେଖାତିର କରିଛି। ଏୟାରପୋର୍ଟ ଅଧିକାରୀମାନେ ସିବିଆଇ ଅଫିସକୁ ଫୋନ କରିଥିଲେ ମଧ୍ୟ କେହି ଏହାର ଜବାବ ଦେଇ ନଥିଲେ। କୋର୍ଟ ଗତକାଲି ୪.୩୦ରେ ରାୟ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ୨୪ ଘଣ୍ଟା ସମୟ ଲାଗିଥାଏ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି। ଏବେ ସିବିଆଇ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହା ବିରୋଧରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି।

ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆ ନାଁରେ ମୋଦି ସରକାର ମାମଲା କରିଥିବାରୁ ଆକାରଙ୍କ ବିରୋଧରେ ଏମିତି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି। ତେବେ ଗୁଜରାଟ କୋର୍ଟ ତାଙ୍କୁ ଆମେରିକା ଗସ୍ତ କରିବାକୁ ଅନୁମତି ଦେଇଥିଲେ। ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ସମାନ ରାୟ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶରେ ଆକାରଙ୍କୁ ପାସପୋର୍ଟ ମଧ୍ୟ ମିଳିଥିଲା।

ସିବିଆଇ ଏଫଆଇଆର ଆଧାରରେ ଇଡି ଆମନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ନାଁରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ୨୦୧୯ରେ ଇଡି ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆକୁ ନୋଟିସ କରି ୫୧ କୋଟି ଟଙ୍କାର ବିଦେଶୀ ପାଣ୍ଠି ସଂଗ୍ରହ ସମ୍ପର୍କରେ ପକ୍ଷ ରଖିବାକୁ କହିଥିଲା। ଏହି ସମୟରେ ବିଜେପି ଓ ଆରଏସଏସକୁ ନେଇ ଆକାର କଟୁ ମନ୍ତବ୍ୟ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସିବିଆଇ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା କରିଛି। ସେହିପରି ପୁଲିସ୍‌ ମଧ୍ୟ ତାଙ୍କ ନାଁରେ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରୁଥିବା ଅଭିଯୋଗରେ ମାମଲା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos