ସିସିଟିଭିରେ ଦୁର୍ବୃତ୍ତ କଏଦ: ପିପିଇ କିଟ୍‌ ପିନ୍ଧି ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଗାଡ଼ି ରଖିଥିଲା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଖଚିତ ଗାଡ଼ି ରଖିଥିବା ଦୁର୍ବୃତ୍ତ ଜଣଙ୍କ ସିସିଟିଭରେ ଧରାପଡ଼ିଛି। ପିପିଇ କିଟ୍‌ ପିନ୍ଧି ଜଣେ ବ୍ୟକ୍ତି ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଫେବୃଆରୀ ଶେଷ ସପ୍ତାହରେ ଅମ୍ବାନୀଙ୍କ ଘର ନିକଟରୁ ଗୋଟିଏ ପରିତ୍ୟକ୍ତ ସ୍କପ୍ରିଓ ଠାବ ହୋଇଥିଲା। ବୋମା ନିଷ୍କ୍ରିୟ ଟିମ୍‌ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ କରିଥିଲା। ଜିଲୋଟିନ୍‌ […]

cctv

cctv

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 01:49 PM IST

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଖଚିତ ଗାଡ଼ି ରଖିଥିବା ଦୁର୍ବୃତ୍ତ ଜଣଙ୍କ ସିସିଟିଭରେ ଧରାପଡ଼ିଛି। ପିପିଇ କିଟ୍‌ ପିନ୍ଧି ଜଣେ ବ୍ୟକ୍ତି ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଫେବୃଆରୀ ଶେଷ ସପ୍ତାହରେ ଅମ୍ବାନୀଙ୍କ ଘର ନିକଟରୁ ଗୋଟିଏ ପରିତ୍ୟକ୍ତ ସ୍କପ୍ରିଓ ଠାବ ହୋଇଥିଲା।

ବୋମା ନିଷ୍କ୍ରିୟ ଟିମ୍‌ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ କରିଥିଲା। ଜିଲୋଟିନ୍‌ ଗୁଡ଼ିକର ଓଜନ ପ୍ରାୟ ୨.୫ କେଜି ହେବ। ଏବେ ଜଣାପଡ଼ିଛି ଯେ ଦୁର୍ବୃତ୍ତ ଜଣଙ୍କ ନିଜ ପରିଚୟକୁ ଗୋପନ ରଖିବା ପାଇଁ ଜାଣିଶୁଣି ପିପିଇ କିଟ୍‌ ପିନ୍ଧି ବିସ୍ଫୋରକ ଖଚିତ ଗାଡ଼ିକୁ ଅମ୍ବାନୀଙ୍କ ଘର ପାଖରେ ରଖିଥିଲା।

ଏହାପରେ ସେ ରାସ୍ତାରେ ସେହି ପିପିଇ କିଟ ପିନ୍ଧି ଚାଲି ଚାଲି ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାର ତଦନ୍ତ ଗତକାଲି ଠାରୁ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ତେଣୁ ଏହି ସିସିଟିଭିକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଆଗକୁ ବଢ଼ିବ। ପୁଲିସ୍‌ କହିଛି ଯେ ଏହି ଗାଡ଼ିଟିକୁ ଫେବୃଆରୀ ୧୮ରେ ଅଇରୋଲି-ମୁଲୁନ୍ଦ ବ୍ରିଜ୍‌ ନିକଟରୁ ଚୋରି କରି ନିଆଯାଇଥିଲା।

ପୁଲିସ ଗାଡ଼ିର ମାଲିକଙ୍କୁ ମଧ୍ୟ ଠାବ କରିଥିଲା। ତେବେ ମାଲିକଙ୍କ ପାଖରେ ପୁଲିସ୍‌ ପହଞ୍ଚିବା ପୂର୍ବରୁ ତାଙ୍କ ମୃତଦେହ ମୁମ୍ବାଇର ଗୋଟିଏ ନାଳ ପାଖରୁ ମିଳିଥିଲା। ତାଙ୍କ ମୁହଁରେ ୫ଟି ରୁମାଲ ମଧ୍ୟ ବନ୍ଧା ଯାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏସବୁ ଭିତରେ ଏନଆଇଏ ତଦନ୍ତଭାର ହାତକୁ ନେଇଛି। ଗାଡ଼ିଟିକୁ କିଏ ଓ କାହିଁକି ଏଠାରେ ରଖିଲା? ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେସବୁର ତଦନ୍ତ ଏନଆଇଏ କରିବ। ଏଥିସହ ଗାଡ଼ି ମାଲିକଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ମଧ୍ୟ ପରଦା ହଟାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story