ରେଡ୍‌ ବିରୋଧରେ ନିର୍ବାଚନ କମିଶନ ଓ ରାଷ୍ଟ୍ରପତିଙ୍କ ପାଖକୁ ଯିବ ସମାଜବାଦୀ ପାର୍ଟି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ବିରୋଧୀ ଦଳର ନେତାଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସି ରେଡ୍‌ କରିବା ଘଟଣା ରାଜନୀତିକ ହଟଚମଟ ସୃଷ୍ଟି କରିଛି। ବିଶେଷ କରି ଆଜି ସକାଳୁ ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନଙ୍କ ଘରେ ଆୟକର ବିଭାଗ ରେଡ୍‌ କରିବାକୁ ନେଇ ବିବାଦ ଦେଖାଯାଇଛି। ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ଜାଣିଶୁଣି ଏପରି ରେଡ୍‌ କରିଥିବା ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ବିରୋଧରେ ଦଳ ନିର୍ବାଚନ କମିଶନ […]

akhilesh

akhilesh

Hemant Lenka
  • Published: Friday, 31 December 2021
  • Updated: 31 December 2021, 04:25 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ବିରୋଧୀ ଦଳର ନେତାଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସି ରେଡ୍‌ କରିବା ଘଟଣା ରାଜନୀତିକ ହଟଚମଟ ସୃଷ୍ଟି କରିଛି। ବିଶେଷ କରି ଆଜି ସକାଳୁ ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନଙ୍କ ଘରେ ଆୟକର ବିଭାଗ ରେଡ୍‌ କରିବାକୁ ନେଇ ବିବାଦ ଦେଖାଯାଇଛି। ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ଜାଣିଶୁଣି ଏପରି ରେଡ୍‌ କରିଥିବା ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି।

ଏହା ବିରୋଧରେ ଦଳ ନିର୍ବାଚନ କମିଶନ ଓ ଦେଶର ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବ ବୋଲି ସାମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି। ନିଜର ରାଜନୀତିକ ଫାଇଦା ପାଇଁ ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛନ୍ତି। ଏଜେନ୍ସିଗୁଡ଼ିକୁ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ମଧ୍ୟ ସେ କହିଛନ୍ତି।

ରେଡ୍‌ ସମ୍ପର୍କରେ ଅଖିଲେଶ କହିଛନ୍ତି, “ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ କେଉଁଭଳି ଭାବେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରାଯାଉଛି, ସେ ସମ୍ପର୍କରେ ମୁଁ ନିର୍ବାଚନ କମିଶନ ଓ ଭାରତର ରାଷ୍ଟ୍ରପତିଙ୍କୁ ଚିଠି ଲେଖିବି। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରି ସରକାର ଗଣତନ୍ତ୍ରର ମୂଲ୍ୟବୋଧକୁ ପରିହାସ କରୁଛନ୍ତି। ଦିଲ୍ଲୀରେ ଏବେ ସମସ୍ତେ ଜାଣି ସାରିଲେଣି ଯେ ଯୋଗୀ(ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ) ଏଥର ହାରିବେ। ଏଥିପାଇଁ ରେଡ ଓ ଅନ୍ୟ ପଦକ୍ଷେପ ନିଆଯାଉଛି। ଏକଥା ଲୋକମାନେ ଭଲ ଭାବେ ବୁଝିଛନ୍ତି। କେନ୍ଦ୍ରୀୟ ଏଜେନ୍ସିର ଏପରି ରେଡ୍ ଯୋଗୀଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଲୋକମାନେ ଠିକଣା ସମୟରେ ଉଚିତ ଜବାବ ଦେବେ।”

ପୁଷ୍ପରାଜ ଜୈନ ଜଣେ ଅତର ବ୍ୟବସାୟୀ ଓ ସାମାଜବାଦୀ ପାର୍ଟିରୁ ବିଧାନ ପରିଷଦକୁ ନିର୍ବାଚିତ ହୋଇଛନ୍ତି। ନିକଟରେ ସେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ‘ସମାଜାବାଦୀ ଅତର’ ବାହାର କରିଥିଲେ। ନିର୍ବାଚନ ପୂର୍ବରୁ ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ଏହାକୁ ଲଞ୍ଚ କରାଯାଇଥିଲା। ସେ ଟିକସ ଫାଙ୍କି ଅର୍ଥ ଠୁଳ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଆୟକର ବିଭାଗ ରେଡ୍‌ କରିଛି।

ଏହାପୂର୍ବରୁ ଆୟକର ବିଭାଗ ଓ ଜିଏସ୍‌ଟି ଗୁଇନ୍ଦା ବିଭାଗ ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ରେଡ୍‌ କରିଥିଲେ। ଦୀର୍ଘ ୧୨୦ ଘଣ୍ଟାରୁ ଅଧିକ ସମୟ ଜାରି ରହିଥିବା ଏହି ରେଡ୍‌ ବେଳେ ପୀୟୂଷ ଜୈନଙ୍କ ପାଖରୁ ୨୦୦ କୋଟିରୁ ଅଧିକ ନଗଦ ଟଙ୍କା, ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା। ତାଙ୍କ ସହ ପୁଷ୍ପରାଜଙ୍କ ଲିଙ୍କ ଥିବା ଆଶଙ୍କା କରି ଆୟକର ବିଭାଗ ଛାନଭିନ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos