ଅଚାନକ ବଢ଼ିଲା ସଂକ୍ରମଣ, ୮ ରାଜ୍ୟକୁ ଚିଠି ଲେଖି ଏମିତି କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଅଚାନକ କରୋନା ସଂକ୍ରମଣ ବଢ଼ି ଯାଇଛି। ୨୪ ଘଣ୍ଟା ମଧ୍ୟରେ ୧୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ବୁଧବାର ତୁଳନାରେ ଗୁରୁବାର କରୋନାର ଦୈନିକ ସଂକ୍ରମଣ ୪୩% ବଢ଼ିବାରୁ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି। ବିଶେଷ କରି ଓମିକ୍ରନ ଭାରିଏଣ୍ଟ ବିପଦ ସୃଷ୍ଟି କରୁଥିବାରୁ କେନ୍ଦ୍ର ପକ୍ଷରୁ ୮ ରାଜ୍ୟକୁ ଚିଠି ଲେଖାଯାଇଛି। ଏହି ଚିଠିରେ କେନ୍ଦ୍ର ସରକାର ସଂକ୍ରମଣ ରୋକିବାକୁ ରାଜ୍ୟଗୁଡ଼ିକୁ […]

Omicron

Omicron

Hemant Lenka
  • Published: Thursday, 30 December 2021
  • Updated: 30 December 2021, 03:18 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଅଚାନକ କରୋନା ସଂକ୍ରମଣ ବଢ଼ି ଯାଇଛି। ୨୪ ଘଣ୍ଟା ମଧ୍ୟରେ ୧୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ବୁଧବାର ତୁଳନାରେ ଗୁରୁବାର କରୋନାର ଦୈନିକ ସଂକ୍ରମଣ ୪୩% ବଢ଼ିବାରୁ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି।

ବିଶେଷ କରି ଓମିକ୍ରନ ଭାରିଏଣ୍ଟ ବିପଦ ସୃଷ୍ଟି କରୁଥିବାରୁ କେନ୍ଦ୍ର ପକ୍ଷରୁ ୮ ରାଜ୍ୟକୁ ଚିଠି ଲେଖାଯାଇଛି। ଏହି ଚିଠିରେ କେନ୍ଦ୍ର ସରକାର ସଂକ୍ରମଣ ରୋକିବାକୁ ରାଜ୍ୟଗୁଡ଼ିକୁ ବିଭନ୍ନ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଦିଲ୍ଲୀ, ହରିଆଣା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକା ଓ ଝାରଖଣ୍ଡ ସରକାରଙ୍କୁ ଚିଠି ଲେଖି ସଂକ୍ରମଣ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।

ଏଥିସହ ଟେଷ୍ଟିଂ ବୃଦ୍ଧି ଓ ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଚିଠିରେ କୁହାଯାଇଛି। ରାଜ୍ୟ ସରକାରମାନେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଟିକା ପହଞ୍ଚାଇବାକୁ ପଦକ୍ଷେପ ନେବା ଦରକାର। କରୋନା ଯୋଗୁ ଘଟୁଥିବା ମୃତ୍ୟୁକୁ ହ୍ରାସ କରିବା ପାଇଁ ଏବେ ହିଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଭୂଷଣ ପରାମର୍ଶ ଦେଇଛନ୍ତି।

ସେହିପରି ଦିଲ୍ଲୀ ସରକାର ଲାଗୁ କରୁଥିବା ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରପିଏ) ମଧ୍ୟ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି।

୨୪ ଘଣ୍ଟା ମଧ୍ୟରେ ଦେଶର ୧୪ଟି ବଡ଼ ସହରରେ ସଂକ୍ରମଣ ହଠାତ୍‌ ବୃଦ୍ଧି ପାଇଛି। ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମଣ ସବୁଠାରୁ ଅଧିକ ବଢ଼ିଥିବା ବେଳେ ଗୁରୁଗ୍ରାମ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ଅହମଦାରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୫୧୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ବୁଧବାର ତୁଳନାରେ ଏହା ୮୨% ଅଧିକ। ଦିଲ୍ଲୀରେ ମଧ୍ୟ ୨୪ ଘଣ୍ଟାରେ ୯୨୩ ଜଣ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି, ଏହା ପୂର୍ବଦିନ ତୁଳନାରେ ୮୬% ଅଧିକ।

ଏହି ଦୁଇ ସହରରେ ସବୁଠାରୁ ଅଧିକ ସଂଖ୍ୟକ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି। ଏହାବାଦ ବେଙ୍ଗାଲୁରୁ ଓ ଅହମଦରେ ମଧ୍ୟ ଓମିକ୍ରନ ସଂକ୍ରମିତ ବଢ଼ୁଛନ୍ତି। ହରିଆଣାର ଗୁରୁଗ୍ରାମରେ ଡିସେମ୍ବର ୧୫ରୁ ଡିସେମ୍ବର ୨୧ ମଧ୍ୟରେ ୧୯୪ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ହେଲେ ଡିସେମ୍ବର ୨୨ରୁ ୨୮ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୮ରେ ପହଞ୍ଚିଛି। ସମାନ ସମୟରେ ଚେନ୍ନାଇରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୩୯ରୁ ବଢ଼ି ୧୭୨୦ ଛୁଇଁଛି। କୋଲକାତାରେ ୧୪୯୪ରୁ ୨୬୩୬ ଓ ବେଙ୍ଗାଲୁରୁରେ ଏହା ୧୪୪୫ରୁ ୧୯୦୨ ରହିଛି।

ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ତଥାପି ଓମିକ୍ରନ ଯୋଗୁ ସଂକ୍ରମଣ ଉପରେ ବ୍ରେକ ଲାଗୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos