୬୦ ଦିନରେ ଭିତରେ ୧୦ ଟଙ୍କା ବଢ଼ିଥିଲା ପେଟ୍ରୋଲ, ଏବେ କମିବ ୯.୫୦!

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଆଶ୍ୱସ୍ତି ଦେବା କଥା କହି ତୈଳ ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ଆସନ୍ତକାଲି ସକାଳୁ ଲୋକଙ୍କୁ ଶସ୍ତାରେ ତେଲ ଉପଲବ୍ଧ ହେବ। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ଶସ୍ତାରେ ମିଳିବ। କିନ୍ତୁ ତୈଳ ଦର ହ୍ରାସର ଗଣିତକୁ ନେଇ ସମାନ୍ୟ ଅଡ଼ୁଆରେ […]

petrol

petrol

Hemant Lenka
  • Published: Saturday, 21 May 2022
  • Updated: 27 May 2022, 04:57 PM IST

Sports

Latest News

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଆଶ୍ୱସ୍ତି ଦେବା କଥା କହି ତୈଳ ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ଆସନ୍ତକାଲି ସକାଳୁ ଲୋକଙ୍କୁ ଶସ୍ତାରେ ତେଲ ଉପଲବ୍ଧ ହେବ। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ଶସ୍ତାରେ ମିଳିବ।

କିନ୍ତୁ ତୈଳ ଦର ହ୍ରାସର ଗଣିତକୁ ନେଇ ସମାନ୍ୟ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ତୈଳଦର ହ୍ରାସ କରିଥିବା କଥା କହୁଥିଲେ ମଧ୍ୟ ବାସ୍ତବରେ ଏହା କେତେ ହ୍ରାସ ପାଇଛି, ତା’ର ହିସାବ କଂଗ୍ରେସ ଦେଇଛି। ୬୦ ଦିନ ଭିତରେ କେନ୍ଦ୍ର ପେଟ୍ରୋଲର ଦାମ ୧୦ ଟଙ୍କା ବଢ଼ାଇଥିବା ବେଳେ ଏବେ ୯.୫୦ ଟଙ୍କା କମାଇଛି। ସେହିପରି ଡିଜେଲ ସମାନ ଅବଧି ମଧ୍ୟରେ ୧୦ ଟଙ୍କା ମହଙ୍ଗା ହୋଇଥିବା ବେଳେ କେନ୍ଦ୍ର ସରକାର ଏହାର ଦାମ ୭ ଟଙ୍କା କମାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି। ଏଥିସହ ସେ ୨୦୧୪ ପରେ ପେଟ୍ରୋଲ ଓ ଡିଜେଲରେ ଦାମ କେତେ ବଢ଼ିଛି, ତା’ର ହିସାବ ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି, ଆଜି(ଶନିବାର) ପେଟ୍ରଲ ଲିଟର ପିଛା ୧୦୫.୪୧ ଟଙ୍କା(ଦିଲ୍ଲୀ) ରହିଛି। କେନ୍ଦ୍ର ସରକାର ଏହାକୁ ୯.୫୦ ଟଙ୍କା ହ୍ରାସ କରିଛନ୍ତି। ୨୦୨୨ ମସିହା ମାର୍ଚ୍ଚ ୨୧ରେ ପେଟ୍ରୋଲ ଲିଟର ପିଛା ୯୫.୪୧ ଟଙ୍କା(ଦିଲ୍ଲୀ) ରହିଥିଲା। ୬୦ ଦିନ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ବଢ଼ାଇଥିଲେ। ଏବେ ଏହାକୁ ୯.୫୦ ଟଙ୍କା କମାଇଛନ୍ତି।

ଆଜି ଡିଜେଲ ଲିଟର ପିଛା ୯୬.୬୭ ଟଙ୍କା ରହିଛି। ସରକାର ଏହାକୁ ୭ ଟଙ୍କା ହ୍ରାସ କରିଛନ୍ତି। ୬୦ ଦିନ ତଳେ ଅର୍ଥାତ ମାର୍ଚ୍ଚ ୨୧ରେ ଡିଜେଲ ଦାମ ୮୬.୬୭ ଟଙ୍କା ଥିଲା। ୬୦ ଦିନରେ ୧୦ ଟଙ୍କା ବଢ଼ିଥିଲା। ଏବେ ୭ ଟଙ୍କା କମିଲା। ତେଣୁ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୪ ମେ’ ମାସରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୯.୪୮ ଟଙ୍କା ଥିଲା। ୨୦୨୨ ମସିହା ମେ’ ୨୧ ସୁଦ୍ଧା ଏହା ୨୭.୯୦ ଟଙ୍କାରେ ପହଞ୍ଚିଛି। ଏବେ କେନ୍ଦ୍ର ସରକାର ୮ ଟଙ୍କା ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ୮ ବର୍ଷ ଭିତରେ ଉତ୍ପାଦ ଶୁଳ୍କ ୧୮.୪୨ ଟଙ୍କା ବଢ଼ାଇଥିଲେ। ଏବେ ଲିଟର ପିଛା ମାତ୍ର ୮ ଟଙ୍କା ହ୍ରାସ କରିଛନ୍ତି। କଂଗ୍ରେସ ସମୟରେ ଉତ୍ପାଦ ଶୁଳ୍କ ୯.୪୮ ଥିବା ବେଳେ ଏବେ ଏହା ହ୍ରାସ ପାଇବା ପରେ ୧୯.୯୦ ଟଙ୍କା ହୋଇଛି।

ମେ’ ୨୦୧୪ରେ ଡିଜେଲ ଉପରେ ଲିଟର ପିଛା ଉତ୍ପାଦ ଶୁଳ୍କ ୩.୫୬ ଟଙ୍କା ଥିଲା। ୨୦୨୨ ମେ’ ୨୧ ସୁଦ୍ଧା ଡିଜେଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କର ଦାମ ୨୧.୮୦ ଟଙ୍କା ହୋଇଛି। ଏବେ ଏହାକୁ ୬ ଟଙ୍କା ହ୍ରାସ କରାଯାଇଛି। ୮ ବର୍ଷ ମଧ୍ୟରେ ଉତ୍ପାଦ ଶୁଳ୍କ ୧୮.୨୪ ଟଙ୍କା ବଢ଼ିଛି। ହେଲେ ୬ ଟଙ୍କା କମିଛି। ଏବେ ବି ଡିଜେଲ ଉପରେ ୧୫.୮୦ ଟଙ୍କା ଉତ୍ପାଦ ଶୁଳ୍କ ନିଆଯିବ।

ତେଣୁ ଲୋକଙ୍କୁ ସଂଖ୍ୟାର ଖେଳରେ ଭ୍ରମିତ ନ କରି, ୨୦୧୪ରେ ଲାଗୁ ହେଉଥିବା ଦରକୁ ପୁଣି କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story