ଭାରତରୁ ନୂଆ ଭାରିଏଣ୍ଟ XE ଠାବ ହେବା ଖବରକୁ ସରକାରଙ୍କ ଖଣ୍ଡନ

ମୁମ୍ବାଇ: ମହାମାରୀ କରୋନାର ନୂଆ ଭାରିଏଣ୍ଟ XE ଭାରତରୁ ଠାବ ହେବା ରିପୋର୍ଟକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା ଭାରତରୁ XE ଭାରିଏଣ୍ଟ ଠାବ ହୋଇଥିବାର କୌଣସି ପ୍ରମାଣ ମିଳିନି। ଏଥିସହ ମୁମ୍ବାଇରୁ XE ଭାରିଏଣ୍ଟ ମିଳିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରେ ସତ୍ୟତା ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ପିଆଇବି ମହାରାଷ୍ଟ୍ର ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ମୁମ୍ବାଇରୁ କରୋନାର XE ଭାରିଏଣ୍ଟ ଠାବ ହୋଇଥିବା ଖବର […]

Corona1

Corona1

Hemant Lenka
  • Published: Thursday, 07 April 2022
  • Updated: 07 April 2022, 11:29 AM IST

Sports

Latest News

ମୁମ୍ବାଇ: ମହାମାରୀ କରୋନାର ନୂଆ ଭାରିଏଣ୍ଟ XE ଭାରତରୁ ଠାବ ହେବା ରିପୋର୍ଟକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା ଭାରତରୁ XE ଭାରିଏଣ୍ଟ ଠାବ ହୋଇଥିବାର କୌଣସି ପ୍ରମାଣ ମିଳିନି। ଏଥିସହ ମୁମ୍ବାଇରୁ XE ଭାରିଏଣ୍ଟ ମିଳିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରେ ସତ୍ୟତା ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ପିଆଇବି ମହାରାଷ୍ଟ୍ର ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ମୁମ୍ବାଇରୁ କରୋନାର XE ଭାରିଏଣ୍ଟ ଠାବ ହୋଇଥିବା ଖବର ପ୍ରକାଶ ପାଇବାର କିଛି ଘଣ୍ଟା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଭାରତରୁ କୌଣସି ପ୍ରକାରର ନୂଆ ଭାରିଏଣ୍ଟ ଠାବ ହୋଇନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।”

ବୁଧବାର ଗ୍ରେଟର ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ କହିଥିଲା ଯେ ୨୩୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ XE ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ଜେନୋମ ସିକ୍ୱେନ୍ସିଂରୁ ଏପରି ରିପୋର୍ଟ ଆସିଥିବା କର୍ପୋରେସନ କହିଥିଲା। ହେଲେ ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରିଛି।

ମନ୍ତ୍ରଣାଳୟ କହିଛି, ଯେଉଁ ନମୁନାକୁ ଏକ୍ସଇ ଭାରିଏଣ୍ଟ କୁହାଯାଉଥିଲା, ତା’ର ବିସ୍ତୃତ ବିଶ୍ଲେଷଣ INSACOGର ଜେନୋମିକ୍‌ ବିଶେଷଜ୍ଞମାନେ କରିଛନ୍ତି। ବିଶ୍ଲେଷଣ ଜଣାପଡ଼ିଛି ଯେ ଏହି ଭାରିଏଣ୍ଟରର ଜେନୋମିକ ଗଠନ ଆଦୌ ଏକ୍ସଇ ଜେନୋମିକ ଛବି ସହ ମେଳ ଖାଉନି। ତେଣୁ ଭାରତରେ ଏକ୍ସଇ ପ୍ରବେଶ କରିଥିବାର କୌଣସି ପ୍ରମାଣ ନାହିଁ।

ସେହିପରି ଯେଉଁ ମହିଳା ଜଣଙ୍କ ଏକ୍ସଇ ଭାରିଏଣ୍ଟରେ ଚିହ୍ନଟ ହୋଇଥିବା କୁହାଯାଉଥିଲା ତାଙ୍କ ବୟସ ୫୦। ସେ ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି। ସେହିପରି ସେ କୌଣସି ବହୁବିଧ ରୋଗରେ ପୀଡ଼ିତ ନାହାନ୍ତି କିମ୍ବା ସେ କରୋନାରେ ଆକ୍ରାନ୍ତ ହେବା ପରେ ବି ତାଙ୍କର କୌଣସି ଲକ୍ଷଣ ଦେଖାଯାଇନି। ସେ ଫେବୃଆରୀ ୧୦ରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ସେହି ସମୟରେ ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ଜାନୁଆରୀ ୧୯ ତାରିଖରେ ପ୍ରଥମେ ବ୍ରିଟେନ୍‌ ଏହି ଏକ୍ସଇ ଭାରିଏଣ୍ଟ ଚିହ୍ନଟ ହୋଇଥିଲା। ଏହାପରେ ବର୍ତ୍ତମାନ ସୁଦ୍ଧା ଏହି ଭାରିଏଣ୍ଟରେ ୬୦୦ରୁ ଅଧିକ ମାମଲା ଚିହ୍ନଟ ହୋଇସାରିଲାଣି। ଏହି ଭାରିଏଣ୍ଟ କରୋନାର ଅନ୍ୟ ରୂପ ଗୁଡ଼ିକ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story