ଅଗଷ୍ଟ ୩୧ ଯାଏ କରୋନା କଟକଣା ବୃଦ୍ଧି କଲେ କେନ୍ଦ୍ର ସରକାର, ରାଜ୍ୟକୁ ଦେଲେ ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନକୁ ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଛି। ଏଥିସହ କେନ୍ଦ୍ର ସରକାରର ରାଜ୍ୟଗୁଡ଼ିକୁ ପଜିଟିଭିଟି ଅଧିକ ଥିବା ଜିଲ୍ଲାଗୁଡ଼ିକରେ କଠୋର କଟକଣା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କହିଛନ୍ତି ଯେ ସଂକ୍ରମଣ ହାର କମୁଥିଲେ ହେଁ କୋଭିଡ କଟକଣା କ୍ଷେତ୍ରରେ କୌଣସି ବୁଝମାଣାର ସୁଯୋଗ […]

Corona

Corona

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 05:05 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନକୁ ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଛି। ଏଥିସହ କେନ୍ଦ୍ର ସରକାରର ରାଜ୍ୟଗୁଡ଼ିକୁ ପଜିଟିଭିଟି ଅଧିକ ଥିବା ଜିଲ୍ଲାଗୁଡ଼ିକରେ କଠୋର କଟକଣା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କହିଛନ୍ତି ଯେ ସଂକ୍ରମଣ ହାର କମୁଥିଲେ ହେଁ କୋଭିଡ କଟକଣା କ୍ଷେତ୍ରରେ କୌଣସି ବୁଝମାଣାର ସୁଯୋଗ କାହା ପାଖରେ ନାହିଁ। ବର୍ତ୍ତମାନ ସମସ୍ତେ ସତର୍କ ରହିବା ଦରକାର। ଆଗକୁ ପାର୍ବଣ ଋତୁ ଆସୁଛି। ଏଥିପାଇଁ ଭିଡ଼ ହେଉଥିବା ସ୍ଥାନରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଛନ୍ତି।

ସେ କହିଛନ୍ତି, ସଂକ୍ରମଣ ହାର କମୁଥିବାରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିୟମିତ ଭାବେ କଟକଣା କୋହଳ କରିବାରେ ଲାଗିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ଏକ ଭଲ ଖବର ହୋଇଥିଲେ ହେଁ କୌଣସି ପ୍ରକାରର ଅବହେଳା ଆଦୌ ଗ୍ରହଣୀୟ ନୁହେଁ।

ସେହିପରି କଟକଣା କୋହଳ କରିବା ବେଳେ କୌଣସି ପ୍ରକାରର ତ୍ରୁଟି ଯେମିତି ନ ହେବ, ତା’କୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ଦେଶରେ ଆର୍‌ ଫ୍ୟାକ୍ଟର ୧ ତଳେ ରହିଛି। ହେଲେ କିଛି ରାଜ୍ୟରେ ଏହା ବୃଦ୍ଧି ପାଇବା ଆରମ୍ଭ କରିଛି। ତେଣୁ ଆର ଫ୍ୟାକ୍ଟର ଯେମିତି ନ ବଢ଼ିବ, ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ।

ଯେଉଁ ସବୁ ଜିଲ୍ଲାରେ ଏବେ ବି ପିଜିଟିଭିଟି ରେଟ୍‌ ଅଧିକ ରହିଛି, ସେଠାରେ କଟକଣାକୁ କଡ଼ାକଡ଼ି କରାଯାଉ। ସବୁବେଳେ ସମସ୍ତେ କୋଭିଡ ପ୍ରୋଟକଲ ମାନିବେ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ୫ ସୂତ୍ରୀ ମନ୍ତ୍ରକୁ ପାଳନ କରିବେ। ସେଗୁଡ଼ିକ ହେଲା-ଟେଷ୍ଟ, ଟ୍ରେସ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଯଥା ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜନ।

କୋଭିଡ-୧୯ ମ୍ୟାନେଜମେଣ୍ଟ ପାଇଁ ରାଜ୍ୟ ସରକାରମାନେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ କଡ଼ା ନିର୍ଦ୍ଦେଶନାମା ଜାରି କରନ୍ତୁ। ଯଦି କୌଣସି ଅଞ୍ଚଳରେ କଟକଣା ପାଳନ କରାଯାଉନି, ତା’ହେଲେ ସଂପୃକ୍ତ ଅଧିକାରୀ ଏଥିପାଇଁ ଉତ୍ତରଦୀୟ ରହିବ ବୋଲି ଶ୍ରୀ ଭଲ୍ଲା ଚିଠିରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story