ଅଭାବ ଦୂର କରିବାକୁ କେନ୍ଦ୍ରର ପଦକ୍ଷେପ, ୭୪ କୋଟି ଟିକା ପାଇଁ ଦେଲେ ଅର୍ଡର

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ସମସ୍ତ ନାଗରିକଙ୍କ ପାଇଁ ମାଗଣା ଟିକାକରଣ ଘୋଷଣା କରିବା ପରେ କେନ୍ଦ୍ର ସରକାର ଆଗୁଆ ଅଧିକ ଟିକା କିଣିବାକୁ ଅର୍ଡର କରିଛନ୍ତି। ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ଖବର ଆସୁଥିବାରୁ କେନ୍ଦ୍ର ସରକାର ୭୪ କୋଟି ଟିକା କିଣିବାକୁ ଅର୍ଡର ଦେଇଥିବା ଆଜି ନୀତି ଆୟୋଗ ସଦସ୍ୟ ଭିକେ ପଲ ସୂଚନା ଦେଇଛନ୍ତି। ଏଥିସହ ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ […]

Vaccine123

Vaccine123

Hemant Lenka
  • Published: Tuesday, 08 June 2021
  • Updated: 08 June 2021, 06:15 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ସମସ୍ତ ନାଗରିକଙ୍କ ପାଇଁ ମାଗଣା ଟିକାକରଣ ଘୋଷଣା କରିବା ପରେ କେନ୍ଦ୍ର ସରକାର ଆଗୁଆ ଅଧିକ ଟିକା କିଣିବାକୁ ଅର୍ଡର କରିଛନ୍ତି। ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ଖବର ଆସୁଥିବାରୁ କେନ୍ଦ୍ର ସରକାର ୭୪ କୋଟି ଟିକା କିଣିବାକୁ ଅର୍ଡର ଦେଇଥିବା ଆଜି ନୀତି ଆୟୋଗ ସଦସ୍ୟ ଭିକେ ପଲ ସୂଚନା ଦେଇଛନ୍ତି। ଏଥିସହ ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଖରେ ୧ କୋଟି ଟିକା ମହୁଜୁଦ ହୋଇ ରହିଥିବା ମଧ୍ୟ ସେ କହିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭିକେ ପଲ କହିଛନ୍ତି, ମୋଟ ୭୪ କୋଟି ଟିକାର ଡୋଜ୍‌ ପାଇଁ କେନ୍ଦ୍ର ସରକାର ଆଗୁଆ ଅର୍ଡର ଦେଇଛନ୍ତି। ଏହା ମଧ୍ୟରେ ୨୫ କୋଟି କୋଭିସିଲ୍ଡ ଓ ୧୯ କୋଟି କୋଭାକ୍ସିନ ରହିଛି। ଏଥିପାଇଁ ଅର୍ଡର ଦିଆଯାଇଛି ଓ ମୋଟ ଖର୍ଚ୍ଚର ୩୦% ଅର୍ଥ ମଧ୍ୟ କମ୍ପାନୀଗୁଡ଼ିକୁ ଦିଆଯିବ।

ସେହିପରି ଇ-ବାୟୋଲଜିକାଲ ପ୍ରସ୍ତୁତ କରିଥିବା କରୋନା ଟିକା ସେପ୍ଟେମ୍ବର ସୁଦ୍ଧା ମାର୍କେଟରେ ଉପଲବ୍ଧ ହେବ। ଏହାର ୩୦ କୋଟି ଡୋଜ୍‌ ଆଣିବାକୁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି। ଏଥିପାଇଁ ୧୫ ଶହ କୋଟି ଟଙ୍କା ଦିଆଯାଇଛି। ସୂଚନାଯୋଗ୍ୟ, ଇ-ବାୟୋଲଜିକାଲ ପ୍ରସ୍ତୁତ କରିଥିବା କରୋନା ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଛି।

ଏବେ ଦେଶରେ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରାଯାଉଛି। ଯଦି ଏହା ସଫଳ ହେଲା, ତା’ହେଲେ ଭାରତ ବିଶ୍ୱର ସବୁଠାରୁ ଶସ୍ତା ଟିକା ପାଇବ। କାରଣ ୩୦ କୋଟି ଡୋଜ୍‌ ପାଇଁ ୧୫ଶହ କୋଟି ଦିଆଯାଇଛି। ଏହାର ଅର୍ଥ ଡୋଜ୍‌ ପିଛା କେନ୍ଦ୍ର ସରକାର ୫୦ ଟଙ୍କାରେ ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଦେବେ।

ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଯାଏ ଭାରତ ସରକାର ମାଗଣାରେ ୨୪,୬୫,୪୪, ୦୬୦ ଡୋଜ୍ ଟିକା ଯୋଗାଇ ଦେଇଛନ୍ତି। ଏହା ମଧ୍ୟରୁ ୨୩,୪୭,୪୩,୪୮୯ ଡୋଜ୍ ଲୋକଙ୍କୁ ଦିଆଯାଇଛି। ୧,୧୯,୪୬,୯୨୫ ଡୋଜ୍ ଟିକା ଏବେ ବି ରାଜ୍ୟମାନଙ୍କ ପାଖରେ ରହିଛି ବୋଲି ଭିକେ ପଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos