ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମୁକ୍ତ କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ୬ ହତ୍ୟାକାରୀଙ୍କୁ ଜେଲରୁ ଖଲାସ କରିବା ପ୍ରସଙ୍ଗରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ରାଜୀବ ହତ୍ୟାକାରୀଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଏହି ରାୟର ପୁନଃ ବିଚାର କରିବାକୁ କେନ୍ଦ୍ର ସରକାର ନିବେଦନ କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟିଏ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

ଏହି ରିଲିଜ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଇନତଃ ତ୍ରୁଟିପୂର୍ଣ୍ଣ। ତେଣୁ ସର୍ବୋଚ୍ଚ ଅଦାଲତ ୬ ଅଭିଯୁକ୍ତଙ୍କ ରିଲିଜ୍‌ ବିରୋଧରେ ପକ୍ଷ ରଖିବାକୁ କେନ୍ଦ୍ର ସରକାର ଅନୁମତି ମାଗିଛନ୍ତି। ଗତ ସପ୍ତାହରେ ରାଜବୀ ଗାନ୍ଧିଙ୍କ ହତ୍ୟା ଘଟଣାରେ ଆଜୀବନ ସଜା କାଟୁଥିବା ସମସ୍ତ ୬ ଦୋଷୀ ମୁରଗାନ, ସନାତନ, ରର୍ବଟ ପାୟାସ, ନଳୀନ ଓ ଜୟକୁମାରଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେମାନେ ଜେଲରୁ ମଧ୍ୟ ମୁକୁଳିଛନ୍ତି। ମେ’ ମାସରେ ହତ୍ୟା ଘଟଣାର ଅନ୍ୟତମ ଦୋଷୀର ପେରାରିଭାଲାନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜେଲରୁ ଖଲାସ କରିଥିଲେ। ୧୯୯୧ ମସିହା ମେ’ ୨୧ ତାରିଖରେ ରାଜୀବ ଗାନ୍ଧିଙ୍କୁ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରିଥିଲେ। ଏଥିରେ ରାଜୀବ ଗାନ୍ଧି ଓ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁଖ୍ୟ ଖଳାନାୟକ ସୁପ୍ରିମକୋର୍ଟରେ ଜେଲରୁ ମୁକ୍ତି ପାଇଁ ଆବେଦନ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।