ଭାରତରେ ହ୍ରାସ ପାଉଛି ସ୍ୱାଧୀନତା: ମୁହଁ ଖୋଲିଲେ ସରକାର

ନୂଆଦିଲ୍ଲୀ: ଫ୍ରିଡମ ହାଉସ ରିପୋର୍ଟରେ ଭାରତରେ ଆଜାଦୀ ବା ସ୍ୱାଧୀନତା ହ୍ରାସ ପାଉଛି ବୋଲି ଦାବି କରାଯାଇଛି। ଏଥିପାଇଁ ଉକ୍ତ ସଂସ୍ଥା ଭାରତକୁ ସ୍ୱାଧୀନ ରାଷ୍ଟ୍ର ଗୁଡ଼ିକ ତାଲିକାରୁ ବାଦ୍‌ ଦେଇ “ଆଶିଂକ ସ୍ୱାଧୀନ” ତାଲିକାରେ ସ୍ଥାନିତ କରିଛି। ତେବେ ଭାରତ ସରକାର ଏହି ରିପୋର୍ଟକୁ ବିଭ୍ରାନ୍ତିକର, ଭୁଲ ଓ ଭିତ୍ତିହୀନ ବୋଲି କହିଛନ୍ତି। ଏଥିସହ ଆମେରିକାର ଥିଙ୍କଟ୍ୟାଙ୍କ ଫ୍ରିଡମ ହାଉସ ରିପୋର୍ଟକୁ ଜୋରଦାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି ଯେ ଜାତୀୟ ସ୍ତରରେ ଶାସକ ଦଳ […]

India

India

Hemant Lenka
  • Published: Friday, 05 March 2021
  • Updated: 06 March 2021, 02:42 PM IST

Sports

Latest News

ନୂଆଦିଲ୍ଲୀ: ଫ୍ରିଡମ ହାଉସ ରିପୋର୍ଟରେ ଭାରତରେ ଆଜାଦୀ ବା ସ୍ୱାଧୀନତା ହ୍ରାସ ପାଉଛି ବୋଲି ଦାବି କରାଯାଇଛି। ଏଥିପାଇଁ ଉକ୍ତ ସଂସ୍ଥା ଭାରତକୁ ସ୍ୱାଧୀନ ରାଷ୍ଟ୍ର ଗୁଡ଼ିକ ତାଲିକାରୁ ବାଦ୍‌ ଦେଇ “ଆଶିଂକ ସ୍ୱାଧୀନ” ତାଲିକାରେ ସ୍ଥାନିତ କରିଛି। ତେବେ ଭାରତ ସରକାର ଏହି ରିପୋର୍ଟକୁ ବିଭ୍ରାନ୍ତିକର, ଭୁଲ ଓ ଭିତ୍ତିହୀନ ବୋଲି କହିଛନ୍ତି। ଏଥିସହ ଆମେରିକାର ଥିଙ୍କଟ୍ୟାଙ୍କ ଫ୍ରିଡମ ହାଉସ ରିପୋର୍ଟକୁ ଜୋରଦାର ଖଣ୍ଡନ କରିଛନ୍ତି।

ସରକାର କହିଛନ୍ତି ଯେ ଜାତୀୟ ସ୍ତରରେ ଶାସକ ଦଳ ବ୍ୟତୀତ ଅନେକ ରାଜ୍ୟରେ ଅନ୍ୟ ଦଳର ସରକାର ଅଛନ୍ତି। ଦେଶରେ ଏକ ନିରପେକ୍ଷ ନିର୍ବାଚନ ଆୟୋଗ ଦ୍ୱାରା ସ୍ୱଚ୍ଛତାର ସହ ନିର୍ବାଚନ କରାଯାଏ। କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ସମାନ ବ୍ୟବହାର କରନ୍ତି। ଭାରତରେ ଏକ ପ୍ରଗତିଶୀଳ ଗଣତନ୍ତ୍ର ଅଛି। ଯେଉଁଠାରେ ଭିନ୍ନ ଭିନ୍ନ ମତ ଓ ବିଚାରଧାରାର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ସ୍ଥାନ ରହିଛି।

ଫ୍ରିଡମ ହାଉସର ବାର୍ଷିକ ରିପୋର୍ଟରେ କୁହାଯାଇଥିଲା ଯେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ଏବେ ସମୁଦାୟବାଦୀ ଆଡ଼କୁ ଗତି କରୁଛି। ଏଥିରେ ଦିଲ୍ଲୀ ଦଙ୍ଗା ଘଟଣାରେ ମୁସଲମାନମାନଙ୍କ ବିରୋଧରେ ଭିଡ଼ ହିଂସା ବିଷୟରେ କୁହାଯାଇଛି। ଭାରତରେ ସରକାରଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରାଯାଉଛି ଓ କରୋନା ଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ବିଷୟରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି।

ଏହା ଉପରେ କେନ୍ଦ୍ର ସରକାର କହିଛନ୍ତି, ସମ୍ବିଧାନରେ ଉଲ୍ଲେଖ ଥିବା ବିଷୟବସ୍ତୁକୁ ଆଧାର କରି ଭାରତ ସରକାର ସମସ୍ତ ନାଗରିକଙ୍କୁ ସମାନ ବ୍ୟବହାର କରନ୍ତି ଓ ସବୁ ଆଇନ ବିନା ଭେଦଭାବରେ ସମସ୍ତ ପାଇଁ ଲାଗୁ ହୋଇଥାଏ। ଆଇନ ଶୃଙ୍ଖଳା ମାମଲାରେ ପୂରା ଆଇନ ପ୍ରକ୍ରିୟାର ପାଳନ କରାଯାଏ। ଏପରି ସ୍ଥିତିରେ ଉତ୍ତେଜନାକୁ ଉସକାଇଥିବା ଲୋକଙ୍କ ପରିଚୟ ଯାହା ବି ହେଉନା କାହିଁକି ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଏ।

ଜାନୁଆରୀ ୨୦୧୯ ଉତ୍ତର ପୂର୍ବ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ସରକାର କହିଛନ୍ତି ଯେ ଆଇନ ପ୍ରଣୟନକାରୀ ସଂସ୍ଥା ସ୍ୱତନ୍ତ୍ର ଓ ନିରପେକ୍ଷ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସମସ୍ତ ଅଭିଯୋଗ ଉପରେ ଆବଶ୍ୟକ ଆଇନଗତ ଓ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିଆଯାଇଛି।

ଦେଶଦ୍ରୋହ ଆଇନର ବ୍ୟବହାର ଉପରେ ସରକାର କହିଛନ୍ତି, ଆଇନ ଶୃଙ୍ଖଳା ଓ ପୁଲିସ ହେଉଛି ରାଜ୍ୟର ବିଷୟ। ଆଇନ ଶୃଙ୍ଖଳା ବଜାୟ ରଖିବା ସେମାନଙ୍କର ଦାୟିତ୍ୱ। ଅପରାଧର ତଦନ୍ତ ଭାର ସେମାନଙ୍କ ଉପରେ ରହିଛି। ଏଭଳି ସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ତଦନ୍ତକାରୀ ସଂସ୍ଥା ଯାହା ଉଚିତ ମନେ କରିବେ, ତଦ୍‌ନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ସରକାର କହିଛନ୍ତି।

ଲକଡାଉନକୁ ନେଇ ହୋଇଥିବା ସମାଲୋଚନା ଉପରେ ସରକାର କହିଛନ୍ତି, ଯଦି ଦେଶରେ ଲୋକମାନେ ଭିଡ଼ ହୋଇ ବୁଲି ଥାଆନ୍ତେ, ତା’ହେଲେ ସମଗ୍ର ଦେଶରେ କରୋନା ଭାଇରସ ଦ୍ରୁତଗତିରେ ସଂକ୍ରମଣ କରିଥା ଆନ୍ତା। ଏହାକୁ ଦୃଷ୍ଟିରେ ରଖି ତଥା ବିଶ୍ୱସ୍ତରୀୟ ଅଭିଜ୍ଞତାକୁ ବ୍ୟବହାର କରି ସମଗ୍ର ଦେଶରେ ଲକଡାଉନ ଜାରି କରାଯାଇଥିଲା। ଏହି କାରଣରୁ ଭାରତ ଭଳି ବିଶାଳ ଦେଶରେ ସଂକ୍ରମଣ ଓ ମୃତ୍ୟୁହାର ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ କମ ରହିଛି। ଲକଡାଉନ ଯୋଗୁ ଲୋକେ ଭୋଗୁଥିବା ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି।

ଆଲୋଚନା, ବିତର୍କ ଓ ମତଭେଦ ଭାରତୀୟ ଗଣତନ୍ତ୍ରର ଏକ ଅଂଶବିଶେଷ। ଭାରତ ସରକାର ସବୁବେଳେ ସବୁ ନାଗରିକଙ୍କ ସୁରକ୍ଷା ଓ ସମ୍ମାନକୁ ଗୁରୁତ୍ୱ ଦିଅନ୍ତି। ଏହି ତାଲିକାରେ ସାମ୍ବାଦିକମାନେ ମଧ୍ୟ ରହିଛନ୍ତି। ବିଶେଷ କରି ସାମ୍ବାଦିକମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ଭାରତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos