ମଙ୍କିପକ୍ସ: ସଂକ୍ରମଣ ରୋକିବାକୁ କ’ଣ କରିବେ ଓ କ’ଣ କରିବେ ନାହିଁ

ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ୁଥିବାରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେତେକ ଗାଇଡଲାଇନ ଜାରି କରିଛି। ମଙ୍କିପକ୍ସ ସଂକ୍ରମଣକୁ ରୋକିବା ପାଇଁ କ’ଣ କରିବା ଦରକାର ଓ କ’ଣ ନ କରିବା ଦରକାର ଏଥିରେ ପରାମର୍ଶ ଦିଆଯାଇଛି।
କ’ଣ କରିବେ
୧- ସଂକ୍ରମିତଙ୍କୁ ତୁରନ୍ତ ଆଇସୋଲେସନ ରଖିବାକୁ ହେବ। ଏହାଦ୍ୱାରା ଅନ୍ୟମାନେ ସଂକ୍ରମିତ ହେବେ ନାହିଁ।
୨-ନିୟମିତ ସାନିଟାଇଜର ବ୍ୟବହାର କରନ୍ତୁ।
୩-ସାବୁନ ଓ ପାଣିରେ ନିୟମିତ ହାତ ଧୁଅନ୍ତୁ।
୪-ଆକ୍ରାନ୍ତଙ୍କ ପାଖକୁ ଯିବା ବେଳେ ଭଲ ଭାବେ ମାସ୍କ ପିନ୍ଧନ୍ତୁ ଓ ଡିସପୋଜେବୁଲ ଗ୍ଲୋବସ ବ୍ୟବହାର କରନ୍ତୁ।
୫-ଆକ୍ରାନ୍ତ ରହୁଥିବା ସ୍ଥାନକୁ ନିୟମିତ ସାନିଟାଇଜ କରନ୍ତୁ
କ’ଣ କରିବେ ନାହିଁ
୧-ମଙ୍କିପକ୍ସ ଆକ୍ରାନ୍ତଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ। ସେ ବ୍ୟବହାର କରୁଥିବା ପୋଷାକ, ବେଡ, ଟାୱେଲ ଓ ଅନ୍ୟାନ୍ୟ ଜିନିଷକୁ ଅନ୍ୟମାନେ ସ୍ପର୍ଶ କରନ୍ତୁ ନାହିଁ।
୨-ମଙ୍କିପକ୍ସର କୌଣସି ଲକ୍ଷଣ ଥିଲେ ସର୍ବସାଧାରଣ ସ୍ଥାନକୁ ଯାଆନ୍ତୁ ନାହିଁ।
୩- ସଂକ୍ରମିତ ହୋଇଥିବା ଲୋକଙ୍କ କପଡ଼ାକୁ ଅନ୍ୟ ଲୋକଙ୍କ ପୋଷାକ ସହ ମିଶାଇ ସଫା କରନ୍ତୁ ନାହିଁ।
୪- ଭାଇରସ ଦ୍ୱାରା ସଂକ୍ରମିତ କିମ୍ବା ସନ୍ଦିଗ୍ଧ ଲୋକଙ୍କୁ ଘୃଣା କରନ୍ତୁ ନାହିଁ
୫-କୌଣସି ମିଥ୍ୟା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।
ସୂଚନାଯୋଗ୍ୟ, ଏଯାଏ ଭାରତରୁ ୮ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଇତି ମଧ୍ୟରେ ସୁସ୍ଥ ହୋଇ ସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।