ଚାଷୀ ନେତାଙ୍କ ବଡ଼ ବୟାନ: କେନ୍ଦ୍ର ସରକାର କମ୍ପାନୀମାନଙ୍କ ଦ୍ୱାରା ପରିଚାଳିତ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଭାରତୀୟ କିଷାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତ ଆଜି ବଡ଼ ବୟାନ ଦେଇଛନ୍ତି। କେନ୍ଦ୍ର ସରକାର ଭାରତୀୟ ଜନତା ପାର୍ଟି(ବିଜେପି) ଦ୍ୱାରା ପରିଚାଳିତ ହେଉନାହିଁ। ଏହା ବିଜେପି ସରକାର ନୁହେଁ। ବରଂ କେନ୍ଦ୍ର ସରକାର କମ୍ପାନୀମାନଙ୍କ ଦ୍ୱାରା ପରିଚାଳିତ। ଏହା କମ୍ପାନୀମାନଙ୍କ ସରକାର ବୋଲି ସେ କହିଛନ୍ତି। ଗୋଟିଏ ଜାତୀୟ ଗଣମାଧ୍ୟମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “ଚାଷୀ ଆନ୍ଦୋଳନ ଦେଶର ପ୍ରତିଟି କୃଷକମାନଙ୍କର ଓ […]

BKU

BKU

Hemant Lenka
  • Published: Friday, 06 August 2021
  • Updated: 06 August 2021, 06:49 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଭାରତୀୟ କିଷାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତ ଆଜି ବଡ଼ ବୟାନ ଦେଇଛନ୍ତି। କେନ୍ଦ୍ର ସରକାର ଭାରତୀୟ ଜନତା ପାର୍ଟି(ବିଜେପି) ଦ୍ୱାରା ପରିଚାଳିତ ହେଉନାହିଁ। ଏହା ବିଜେପି ସରକାର ନୁହେଁ। ବରଂ କେନ୍ଦ୍ର ସରକାର କମ୍ପାନୀମାନଙ୍କ ଦ୍ୱାରା ପରିଚାଳିତ। ଏହା କମ୍ପାନୀମାନଙ୍କ ସରକାର ବୋଲି ସେ କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “ଚାଷୀ ଆନ୍ଦୋଳନ ଦେଶର ପ୍ରତିଟି କୃଷକମାନଙ୍କର ଓ ଏହା କୌଣସି ରାଜନୀତିକ ଆନ୍ଦୋଳନ ନୁହେଁ।”

ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯିବାରୁ ରାକେଶ ଟିକାୟତ କହିଛନ୍ତି, “ଆମେ ନିର୍ବାଚନ କଥା କହୁନାହୁଁ। ଆମେ କେବଳ ସେମାନଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛୁ। ଏହା ଗଣତାନ୍ତ୍ରିକ ଉପାୟରେ ହେଉଥିବା ଆନ୍ଦୋଳନ। ସରକାର ଆମ ଆନ୍ଦୋଳନକୁ ବ୍ୟାନ କରିଛନ୍ତି। ସେମାନେ ଆମ ଦାବି ସମ୍ପର୍କରେ କୌଣସି ପ୍ରକାରର ଆଲୋଚନା କରୁନାହାନ୍ତି।”

ଅନ୍ୟପକ୍ଷରେ ପିଏସପି(ଲୋହିଆ)ର ମୁଖ୍ୟ ଶିବପାଲ ଯାଦବ ଚାଷୀମାନେ କୃଷି ଆଇନ ବିରୋଧରେ କରୁଥିବା ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲେ ଓ ସେମାନେ ଉପଯୁକ୍ତ ଏମଏସପି ପାଉ ନଥିବା କହିଥିଲେ। ଏଥିସହ ସେ ଦେଶର ସମସ୍ତ ଚାଷୀଙ୍କୁ ଏକାଠି ହୋଇ କୃଷି ଆଇନକୁ ବିରୋଧ କରିବାକୁ ଆହ୍ୱାନ କରିଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀର ସୀମାନ୍ତରେ ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଏକାଠି ହୋଇ ପ୍ରାୟ ୭ ମାସ ହେଲାଣି କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏପି ଉପରେ ଆଇନଗତ ଗ୍ୟାରେଣ୍ଟି ଚାହୁଁଛନ୍ତି। ହେଲେ କେନ୍ଦ୍ର ସରକାର କୃଷି ଆଇନକୁ କୌଣସି ପ୍ରକାରର ପ୍ରତ୍ୟାହାର କରାଯିବ ନାହିଁ ବୋଲି କହି ଚାଲିଛନ୍ତି।

ଏବେ ସଂସଦର ମୌସୁମୀ ଅଧିବେଶନ ଚାଲି ଥିବାରୁ ଦିଲ୍ଲୀର ସିଙ୍ଘୁ ସୀମାରୁ ପ୍ରତିଦିନ ୨୦୦ରୁ ଅଧିକ ଚାଷୀ ଯନ୍ତରମନ୍ତର ଆସି କିଷାନ ସଂସଦ ଚଳାଇଛନ୍ତି। ସଂସଦ ଭଳି ଏଠାରେ ଚାଷୀମାନେ ବାଚସ୍ପତି ଓ ଉପବାଚସ୍ପତି ଚୟନ କରୁଛନ୍ତି। ସବୁ ସଦସ୍ୟ ବିତର୍କରେ ଭାଗ ନେଇ ନିଜର ମତାମତ ରଖୁଛନ୍ତି ଓ ବିଲ୍‌ ମଧ୍ୟ ପାରିତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos