ଘାରିଲା ଜିକା ଭାଇରସ ଟେନସନ, କେନ୍ଦ୍ର ପଠାଇଲା ମେଡିକାଲ ଟିମ୍‌

ମୁମ୍ବାଇ: ମହାମାରୀ କରୋନା ଭାଇରସର ସଂକ୍ରମଣ ଭିତରେ ଏବେ ଆଉ ଗୋଟିଏ ଭୂତାଣୁ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ପକ୍ଷରୁ ଗୋଟିଏ ବିଶେଷଜ୍ଞ ମେଡିକାଲ ଟିମ୍‌ ପଠା ଯାଇଛି।

ଏହି ଟିମ୍‌ ସଂକ୍ରମଣ କେମିତି ରୋକାଯାଇ ଲୋକଙ୍କୁ ଜିକା ଭାଇରସ କବଳରୁ ରକ୍ଷା କରାଯିବ, ତା’ ଉପରେ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବ। କେନ୍ଦ୍ରୀୟ ଟିମରେ ଦିଲ୍ଲୀର ଲେଡି ହାର୍ଡିଙ୍ଗ ମେଡିକାଲର କଲେଜର ଜଣେ gynecologist ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ମେଲେରିଆ ରିସର୍ଚ୍ଚର ଜଣେ entomologist ଅଛନ୍ତି।

ସେମାନେ ରାଜ୍ୟରେ ଜିକା ଭାଇରସର ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜିକା ଭାଇରସ ମ୍ୟାନେଜମେଣ୍ଟର ଆକ୍ସନ ପ୍ଲାନ କାର୍ଯ୍ୟକାରୀ ହେଉଛି କି ନାହିଁ, ତା’ର ତଦାରଖ କରିବେ।

ଏଯାଏ ମହାମାରୀ କରୋନାର ପ୍ରାଣକେନ୍ଦ୍ର ଥିବା ମହାରାଷ୍ଟ୍ରରେ ରବିବାର ପ୍ରଥମ ଜିକା ଭାଇରସ ରୋଗୀ ଚିହ୍ନଟ ହୋଇଥିଲେ। ପୁଣେ ଜିଲ୍ଲାର ଏହି ୫୦ ବର୍ଷୀୟ ମହିଳା ଭାଇରସ ଜଣଙ୍କ ଜିକା ଭାଇରସ ସହ ଚିକୁନଗୁନିୟା ଭାଇରସରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ମହିଳା ଜଣଙ୍କ ଏହି ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା କହିଛି।

ଅନ୍ୟପକ୍ଷରେ କେରଳରେ ଚିଳିତ ବର୍ଷ ୬୩ଟି ଜିକା ଭାଇରସ କେସ୍‌ ସାମ୍ନାକୁ ଆସିଛି। ଏହି ଭାଇରସ ସାଧାରଣତଃ ଅଣ୍ଡିରା ମଶା କାମୁଡ଼ିବା ଯୋଗୁ ହୋଇଥାଏ। ଏହି ମଣା ଦ୍ୱାରା ଡେଙ୍ଗୁ ଓ ଚିକୁନଗୁନିୟା ମଧ୍ୟ ବ୍ୟାପିଥାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।