ଚିନ୍ତା ବଢ଼ାଇଲା ଓମିକ୍ରନ ସଂକ୍ରମଣ: ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଓମିକ୍ରନ ଜନିତ ସଂକ୍ରମଣ ବଢ଼ିବାରେ ଲାଗିଛି। କିଛି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସହ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ସେହିପରି କିଛି ରାଜ୍ୟରେ ଟିକାକରଣ ହାର କମ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବା ୧୦ ରାଜ୍ୟକୁ କେନ୍ଦ୍ରୀୟ ଟିମ୍‌ ଗସ୍ତ କରିବେ। ଏଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ପରାମର୍ଶଦାତା ରହିବେ। ଏମାନେ ରାଜ୍ୟଗୁଡ଼ିକୁ ଗସ୍ତ କରି ସେଠାରେ ସ୍ଥାନୀୟ ପ୍ରଶାସନ […]

Omicron

Omicron

Hemant Lenka
  • Published: Saturday, 25 December 2021
  • Updated: 25 December 2021, 03:33 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଓମିକ୍ରନ ଜନିତ ସଂକ୍ରମଣ ବଢ଼ିବାରେ ଲାଗିଛି। କିଛି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସହ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ସେହିପରି କିଛି ରାଜ୍ୟରେ ଟିକାକରଣ ହାର କମ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

କରୋନା ସଂକ୍ରମଣ ବଢ଼ୁଥିବା ୧୦ ରାଜ୍ୟକୁ କେନ୍ଦ୍ରୀୟ ଟିମ୍‌ ଗସ୍ତ କରିବେ। ଏଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ପରାମର୍ଶଦାତା ରହିବେ। ଏମାନେ ରାଜ୍ୟଗୁଡ଼ିକୁ ଗସ୍ତ କରି ସେଠାରେ ସ୍ଥାନୀୟ ପ୍ରଶାସନ ସହ ସଂକ୍ରମଣ ହାର ରୋକିବା ଦିଗରେ କାମ କରିବେ। ଏଥିସହ ଟିକାକରଣ କେମିତି ଜୋରଦାର ହୋଇପାରିବ, ତା’ର ବ୍ୟବସ୍ଥା କରିବେ।

ଏହି ୧୦ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ ଓ ପଞ୍ଜାବ ମଧ୍ୟ ରହିଛନ୍ତି। ଆସନ୍ତାବର୍ଷ ପ୍ରଥମ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ହିଁ ସେଠାକୁ କେନ୍ଦ୍ରୀୟ ଟିମ୍‌ ଯାଇ ସ୍ଥିତି ପରଖିବେ।

ପଞ୍ଜାବ ଓ ୟୁପି ବ୍ୟତୀତ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ବେଙ୍ଗଲ, ମିଜୋରାମ, କର୍ଣ୍ଣାଟକା, ବିହାର ଓ ଝାରଖଣ୍ଡକୁ ମଧ୍ୟ କେନ୍ଦ୍ରୀୟ ଟିମ୍‌ ଗସ୍ତ କରିବେ। ଏହି ସବୁ ରାଜ୍ୟରେ ଓମିକ୍ରନ ଜନିତ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଟିମ୍‌ ରାଜ୍ୟଗୁଡ଼ିକରେ ୫ ଦିନ କାଳ କାର୍ଯ୍ୟ କରିବେ। ଏହି ସମୟରେ ସେମାନେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ମିଶି ଟେଷ୍ଟିଂ, ସର୍ଭେଲାନ୍ସ ଓ କୋଭିଡର ଉଚିତ ବ୍ୟବହାର ପାଳନ କରିବା ଉପରେ ଫୋକସ କରିବେ। ଏଥିସହ କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ରାଜ୍ୟରେ ଟିକାକରଣ ହାରର ଯାଞ୍ଚ କରିବେ ଓ ହସ୍ପିଟାଲ ଭିତ୍ତିଭୂମିଗୁଡ଼ିକର ତର୍ଜମା କରିବେ। ଜେନୋମ ସିକ୍ୱେନ୍ସିଂ ପାଇଁ ହୋଇଥିବା ବ୍ୟବସ୍ଥାକୁ ମଧ୍ୟ କେନ୍ଦ୍ରୀୟ ଟିମ୍‌ ଦେଖିବେ ବୋଲି ଜଣାପଡ଼ିଛି।

କେରଳରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬,୨୬୫ ଥିବା ବେଳେ ମହାରାଷ୍ଟ୍ରରେ ୧୨,୧୦୮, ବେଙ୍ଗଲରେ ୭,୪୬୬, କର୍ଣ୍ଣାଟକାରେ ୭,୨୮୦ ଓ ତାମିଲନାଡୁରେ ୬,୭୯୮ ରହିଛି। ମିଜୋରାମ, ବିହାର ଓ ଝାରଖଣ୍ଡରେ କେସ୍‌ ଲୋଡ କମ ରହିଥିଲେ ମଧ୍ୟ ଏଠାରେ ଟିକାକରଣ ହାର ଯଥେଷ୍ଟ କମ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିମ୍‌ ଉକ୍ତ ରାଜ୍ୟଗୁଡ଼ିକୁ ଗସ୍ତ କରିବେ। ପ୍ରତି ଦିନ ସନ୍ଧ୍ୟା ୭ଟାରେ କେନ୍ଦ୍ରୀୟ ଟିମ୍‌ ରାଜ୍ୟର ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରି ରିପୋର୍ଟ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇବେ। ସୂଚନାଯୋଗ୍ୟ, ଦେଶରେ ୪୧୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos