ବିବାଦ ପରେ ସ୍ପଷ୍ଟୀକରଣ ଦେଲେ କେନ୍ଦ୍ରମନ୍ତ୍ରୀ, ଆସିବନି ବିବାଦୀୟ କୃଷି ଆଇନ୍‌

ଗ୍ୱାଲିୟର: ମହାରାଷ୍ଟ୍ରରେ କୃଷି ଆଇନ ପୁଣି ଆସିବ ବୋଲି ଦମ୍ଭୋକ୍ତି କରି ଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦମ୍ଭ ମଧ୍ୟପ୍ରଦେଶରେ ଭାଙ୍ଗି ଯାଇଛି। କେନ୍ଦ୍ର ସରକାର ପୁଣିଥରେ କୃଷି ଆଇନ ଆଣିବେ ବୋଲି ଶୁକ୍ରବାର ଶ୍ରୀ ସିଂହ କହିଥିଲେ। ହେଲେ ଏହାକୁ ନେଇ ବିବାଦ ହେବାରୁ ଶନିବାର ସେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ପ୍ରତ୍ୟାହାର ହୋଇଥିବା କୃଷି ଆଇନକୁ ପୁଣିଥରେ ସଂଶୋଧନ କରି କେବେ ହେଲେ ଆଣିବେ ନାହିଁ।” […]

Farmer

Farmer

Hemant Lenka
  • Published: Sunday, 26 December 2021
  • Updated: 26 December 2021, 10:40 AM IST

Sports

Latest News

ଗ୍ୱାଲିୟର: ମହାରାଷ୍ଟ୍ରରେ କୃଷି ଆଇନ ପୁଣି ଆସିବ ବୋଲି ଦମ୍ଭୋକ୍ତି କରି ଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦମ୍ଭ ମଧ୍ୟପ୍ରଦେଶରେ ଭାଙ୍ଗି ଯାଇଛି। କେନ୍ଦ୍ର ସରକାର ପୁଣିଥରେ କୃଷି ଆଇନ ଆଣିବେ ବୋଲି ଶୁକ୍ରବାର ଶ୍ରୀ ସିଂହ କହିଥିଲେ। ହେଲେ ଏହାକୁ ନେଇ ବିବାଦ ହେବାରୁ ଶନିବାର ସେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ପ୍ରତ୍ୟାହାର ହୋଇଥିବା କୃଷି ଆଇନକୁ ପୁଣିଥରେ ସଂଶୋଧନ କରି କେବେ ହେଲେ ଆଣିବେ ନାହିଁ।”

ମହାରାଷ୍ଟ୍ରରେ ଶ୍ରୀ ତୋମାର କୃଷି ଆଇନ ପୁଣି ଆସିବ ବୋଲି କହିବା ପରେ ବିରୋଧୀ କଂଗ୍ରେସ ଆଟାକିଂ ମୋଡକୁ ଚାଲି ଆସିଥିଲା। କଂଗ୍ରେସ କହିଥିଲା ଯେ କେନ୍ଦ୍ର ସରକାର ପ୍ରତ୍ୟାହାର ହୋଇଥିବା କୃଷି ଆଇନକୁ ସଂଶୋଧନ କରି ପୁଣି ଆଣିବେ ବୋଲି ଯୋଜନା କରୁଛନ୍ତି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଛି। ହେଲେ ନିର୍ବାଚନ ଶେଷ ହେବା ପରେ ଏହାକୁ ପୁଣି ଲାଗୁ କରାଯିବ ବୋଲି କଂଗ୍ରେସ ଅଭିଯୋଗ କରିଥିଲା।

ଏହି ଅଭିଯୋଗ ଉପରେ ମଧ୍ୟପ୍ରଦେଶର ଗ୍ୱାଲିୟର୍‌ରେ ଶ୍ରୀ ତୋମାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ମୁଁ କେବେ ହେଲେ କୃଷି ଆଇନ ପୁଣି ଆସିବ ବୋଲି କହିନି। ମୁଁ କହିଥିଲି ଯେ ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ଗୋଟିଏ ଭଲ ଆଇନ ଆଣିଥିଲେ। ଆମେ କିଛି କାରଣ ପାଇଁ ଏହାକୁ ପ୍ରତ୍ୟାହାର କରି ନେଇଛୁ। ସରକାର ସବୁବେଳେ ଚାଷୀଙ୍କ କଲ୍ୟାଣ ପାଇଁ କାମ କରିବେ। ମୁଁ କେବେ ହେଲେ ସରାକାର ଗୋଟିଏ ପାଦ ପଛକୁ ହଟିଛନ୍ତି ଓ ପୁଣି ଆଗକୁ କୃଷି ଆଇନ ଆଣିବେ ବୋଲି କହିନି। ମୋ ବୟାନକୁ ନେଇ ଭୁଲ ଭାବେ ପ୍ରଚାର କରାଯାଉଛି। କୃଷି ଆଇନ ଆସିବ ନାହିଁ।”

ଶୁକ୍ରବାର ନାଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ତୋମାର କହିଥିଲେ ଯେ “ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ବଡ଼ ସଂସ୍କାର ପାଇଁ ପଦେକ୍ଷପ ନିଆଯାଇଥିଲା। ହେଲେ କିଛି ଲୋକଙ୍କୁ ଏହି ଆଇନ ପସନ୍ଦ ଆସିଲା ନାହିଁ।

କିନ୍ତୁ ସରକାର ଆଇନ ପ୍ରତ୍ୟାହାର କରି ଆଦୌ ନିରୁତ୍ସାହିତ ନୁହନ୍ତି। ଆମେ ଗୋଟିଏ ପାଦ ପଛେଇଛୁ। ପୁଣି ଆଗକୁ ବଢ଼ିବୁ। କାରଣ ଚାଷୀମାନେ ହେଉଛନ୍ତି ଦେଶର ମେରୁଦଣ୍ଡ।”

ଏହି ବୟାନକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ତୋମାରଙ୍କ ବୟାନ କେନ୍ଦ୍ର ସରକାରଙ୍କ ଅସଲ ମୁଖାକୁ ପୁଣି ଖୋଲି ଦେଇଛି। ସେମାନେ ପୁଣି କୃଷି ଆଇନ ଆଣିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି।

୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନ ଆଣିବାକୁ ଚେଷ୍ଟା କରୁଛନ୍ତି। ପୁଞ୍ଜିପତିଙ୍କ ଚାପ ଯୋଗୁ ସେମାନେ ନୂଆ ରୂପରେ କୃଷି ଆଇନ ଆଣିବେ। ନିର୍ବାଚନରେ ହାରିବା ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି।”

ରାହୁଲ ଗାନ୍ଧି ମଧ୍ୟ ତୋମାରଙ୍କ ବୟାନ ପ୍ରଧାନମନ୍ତ୍ରୀ ମୋଦି ମାଗିଥିବା କ୍ଷମାକୁ ଅପମାନିତ କରିଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story