କେନ୍ଦ୍ରର ଓଟିଟି ପ୍ଲାଟଫର୍ମ ଓ ସୋଶାଲ ମିଡିଆ ଗାଇଡଲାଇନକୁ ପ୍ରଭାବହୀନ କହିଲେ କୋର୍ଟ

ନୂଆଦିଲ୍ଲୀ: ଓଟିଟି ଫ୍ଲାଟଫର୍ମ ଓ ସୋଶାଲ ମିଡିଆର ଅପବ୍ୟବହାର ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ନିକଟରେ ଗାଇଡଲାଇନ ଜାରି କରିଥିଲେ। ହେଲେ ଏହାକୁ ମୂଲ୍ୟହୀନ ଓ ଏହାର କୌଣସି ପ୍ରଭାବ ପଡ଼ି ନପାରେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ କୋର୍ଟ କେନ୍ଦ୍ରକୁ ଓଟିଟି ଓ ସୋଶାଲ ମିଡିଆର ଅପବ୍ୟବହାରକୁ ରୋକିବା ପାଇଁ କଠୋର ନିୟମ ଏବଂ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ […]

sc

sc

Hemant Lenka
  • Published: Friday, 05 March 2021
  • Updated: 05 March 2021, 05:30 PM IST

Sports

Latest News

ନୂଆଦିଲ୍ଲୀ: ଓଟିଟି ଫ୍ଲାଟଫର୍ମ ଓ ସୋଶାଲ ମିଡିଆର ଅପବ୍ୟବହାର ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ନିକଟରେ ଗାଇଡଲାଇନ ଜାରି କରିଥିଲେ। ହେଲେ ଏହାକୁ ମୂଲ୍ୟହୀନ ଓ ଏହାର କୌଣସି ପ୍ରଭାବ ପଡ଼ି ନପାରେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ କୋର୍ଟ କେନ୍ଦ୍ରକୁ ଓଟିଟି ଓ ସୋଶାଲ ମିଡିଆର ଅପବ୍ୟବହାରକୁ ରୋକିବା ପାଇଁ କଠୋର ନିୟମ ଏବଂ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କେନ୍ଦ୍ରର ଗାଇଡଲାଇନକୁ ସମୀକ୍ଷା କରି କହିଛନ୍ତି ଯେ ସମସ୍ୟା ସହ ଲଢ଼ିବାକୁ ଏହି ସବୁ ଗାଇଡଲାଇନ ପାଖରେ କୌଣସି କ୍ଷମତାନାହିଁ। ଏହା କେବଳ ଗୋଟିଏ ଚିରାଚରିତ ଗାଇଡଲାଇନ ଭଳି ଦୃଶ୍ୟମାନ ହେଉଛି। ନିୟମକୁ ନ ମାନୁଥିବା ଲୋକଙ୍କୁ ବିଚାର ପରିସର ଭୁକ୍ତ କରିବାକୁ ସମ୍ଭବତଃ ଗାଇଡଲାଇନରେ ବ୍ୟବସ୍ଥା ହେବା ଦରକାର। ଏଥିସହ ସଲିସେଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟ ସୋଶାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ନିର୍ଦ୍ଧାରଣ କରିବାକୁ ବିଧେୟକ ଆଣିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

କୋର୍ଟଙ୍କ କଥାରେ ଏକମତ ହୋଇ ସଲିସେଟର ଜେନେରାଲ ମେହେଟ୍ଟା କହିଛନ୍ତି, ସରକାର କଠୋର ଆଇନ ପ୍ରଣୟନ କରିବାକୁ ବିଚାର କରୁଛନ୍ତି ଓ ଆଇନର ଡ୍ରାଫ୍ଟ ଖୁବଶୀଘ୍ର କୋର୍ଟଙ୍କ ଆଗରେ ଉପସ୍ଥାପନ କରାଯିବ।

ଅନ୍ୟପକ୍ଷରେ କୋର୍ଟ ଆମାଜନ ପ୍ରାଇମର ଭାରତୀୟ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆମାଜନ ପ୍ରାଇମରେ ପ୍ରସାରିତ ୱେବ ସିରିଜ୍‌ ତାଣ୍ଡବ ବିବାଦକୁ ନେଇ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା। ଏଥିସହ ତାଙ୍କ ପ୍ରତି ଗିରଫଦାରୀର ଭୟ ମଧ୍ୟ ସୃଷ୍ଟି ହୋଇଥିଲା।

ତାଙ୍କୁ ଆହ୍ଲାବାଦ ହାଇକୋର୍ଟ ଫେବୃଆରୀ ୨୫ରେ ଗିରଫଦାରୀରୁ କୌଣସି ଆଶ୍ୱସ୍ତି ଦେଇ ନଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଧାର୍ମିକ ଭାବନାକୁ ତାଣ୍ଡବ ୱେବ ସିରିଜ୍‌ ଦ୍ୱାରା ଆଘାତ ଦିଆଯାଇଥିବାରୁ ଉତ୍ତର ପ୍ରଦେଶ ପୁଲିସ୍‌ ଆମାଜନ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

ଗୁରୁବାର କୋର୍ଟ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କଣ୍ଟେଣ୍ଟର ସ୍କ୍ରିନିଂର ସପକ୍ଷରେ ମତ ଦେବା ସହ କେନ୍ଦ୍ର ସରକାର ନିକଟରେ ପ୍ରସ୍ତୁତ କରିଥିବା ଗାଇଡଲାଇନକୁ ସମୀକ୍ଷା କରିବା ପାଇଁ ଆଗ୍ରହ ଦେଖାଇଥିଲେ। ଆଜି ଏହାକୁ ସମୀକ୍ଷା କରି ସୁପ୍ରିମକୋର୍ଟ ଏଭଳି ବୟାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos