ସିଦ୍ଧୁଙ୍କ ପରେ କୋଷାଧ୍ୟକ୍ଷ ପଦରୁ ଚହଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଇସ୍ତଫା ନାଟକ ଜାରି ରହିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସମାନ ପଦକ୍ଷେପ ନେଇଛନ୍ତି ଦଳର କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ଚହଲ। ସେ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। ତତ୍କାଳ ଭାବେ ସେ ପଦ ଛାଡ଼ୁଥିବା ସମ୍ପର୍କରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଅବଗତ କରାଇଛନ୍ତି। ସୋନିଆଙ୍କ ଠିକଣାରେ ସେ ନିଜର ଇସ୍ତଫାପତ୍ର ମଧ୍ୟ ପଠାଇଛନ୍ତି। […]

Chahal

Chahal

Hemant Lenka
  • Published: Tuesday, 28 September 2021
  • Updated: 28 September 2021, 05:44 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଇସ୍ତଫା ନାଟକ ଜାରି ରହିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସମାନ ପଦକ୍ଷେପ ନେଇଛନ୍ତି ଦଳର କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ଚହଲ। ସେ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି।

ତତ୍କାଳ ଭାବେ ସେ ପଦ ଛାଡ଼ୁଥିବା ସମ୍ପର୍କରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଅବଗତ କରାଇଛନ୍ତି। ସୋନିଆଙ୍କ ଠିକଣାରେ ସେ ନିଜର ଇସ୍ତଫାପତ୍ର ମଧ୍ୟ ପଠାଇଛନ୍ତି।

ସେପ୍ଟେମ୍ବର ୨୧ରେ କଂଗ୍ରେସ ପକ୍ଷରୁ ଚହଲଙ୍କୁ ଦଳର କୋଷାଧ୍ୟ କରାଯାଇଥିଲା। ସେହିପରି ପ୍ରଗତ ସିଂହ ଓ ଯୋଗିନ୍ଦର ପାଲ ଧିଙ୍ଗାରଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ଦିନ ପରେ ସେମାନେ ନିଯୁକ୍ତି ପାଇଥିଲେ।

ତେବେ କୋଷାଧ୍ୟକ୍ଷ ପଦରେ ୭ ଦିନ କାର୍ଯ୍ୟ କରିବା ପରେ ଚହଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପଞ୍ଜାବ କଂଗ୍ରେସରେ ଏପରି ଡବଲ ଇସ୍ତଫା ଦଳକୁ ଶକ୍ତ ଝଟକା ସଦୃଶ ହୋଇଛି। ଚହଲ ହେଉଛନ୍ତି ପଞ୍ଜାବର ଲୋକପ୍ରିୟ ଅଭିନେତା। ଅନେକ ଗୀତ ଓ ସିନେମାରେ ସେ ଅଭିନୟ କରିଛନ୍ତି। ଅଭିନୟରେ ଲୋକପ୍ରିୟତା ହାସଲ କରିବା ପରେ ସେ କଂଗ୍ରେସ ମିଶି ନିଜର ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି।
Imageଗୋଟିଏ ପଟେ ପଞ୍ଜାବରେ ଜଣଙ୍କ ପରେ ଜଣେ ନେତା ପଦ ଛାଡ଼ୁଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ମିଶ୍ରଣ ପର୍ବ ଚାଲିଛି। ଆଜି କଂଗ୍ରେସରେ ଯୁବ ନେତା କହ୍ନେୟା କୁମାର ଓ ଦଳିତ ନେତା ଜିଗ୍ନେଶ ମେୱାନି ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos