ଚମକୌର ସାହିବରୁ ଚନ୍ନି, ସିଦ୍ଧୁଙ୍କୁ କେଉଁଠୁ ପ୍ରାର୍ଥୀ କଲା କଂଗ୍ରେସ

ଚଣ୍ଡିଗଡ଼: ଆସନ୍ତା ଫେବୃଆରୀ ୧୪ରେ ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଆଜି ପ୍ରଥମ ଦଫାରେ ୮୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସର ନିଷ୍ପତ୍ତି ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚମକୌର ସାହିବ ଆସନରୁ ପ୍ରାର୍ଥୀ ହେବେ। ସେହିପରି ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅମୃତସର ଇଷ୍ଟରୁ ଲଢ଼ିବେ। ଏହାବାଦ ନିକଟରେ କଂଗ୍ରେସରେ ମିଶିଥିବା ବଲିଉଡ ଅଭିନେତା […]

Punjab

Punjab

Hemant Lenka
  • Published: Saturday, 15 January 2022
  • Updated: 15 January 2022, 03:06 PM IST

Sports

Latest News

ଚଣ୍ଡିଗଡ଼: ଆସନ୍ତା ଫେବୃଆରୀ ୧୪ରେ ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଆଜି ପ୍ରଥମ ଦଫାରେ ୮୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

କଂଗ୍ରେସର ନିଷ୍ପତ୍ତି ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚମକୌର ସାହିବ ଆସନରୁ ପ୍ରାର୍ଥୀ ହେବେ। ସେହିପରି ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅମୃତସର ଇଷ୍ଟରୁ ଲଢ଼ିବେ। ଏହାବାଦ ନିକଟରେ କଂଗ୍ରେସରେ ମିଶିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦଙ୍କୁ କଂଗ୍ରେସ ମୋଗା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି।

‌ଅନ୍ୟପକ୍ଷରେ ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧୱା ଡେରା ବାବା ନାନକ ସିଟ ଓ ରାଜ୍ୟ ପରିବହନ ମନ୍ତ୍ରୀ ରାଜ ଅରମିନ୍ଦର ୱାରିଂଙ୍କୁ ଗିଦ୍ଦେରବାହରୁ ଟିକେଟ ମିଳିଛି। ପଞ୍ଜାବ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ଦଳ ମାନସାରୁ ପ୍ରାର୍ଥୀ କରିଛି।

ଏହାବାଦ ମାଜିଥାରୁ ଜଗୱିନ୍ଦର ପାଲ ସିଂହ, ଅମୃତସର ପଶ୍ଚିମରୁ ରାଜ କୁମାର ଭେରକା, ଫିତେଗତ ସାହିବରୁ କୁଲଜୀତ ନାଗ୍ରା, ଭାଟିଣ୍ଡା ଅର୍ବାନ ମନପ୍ରୀତ ସିଂହ ବାଦଲ, ସଙ୍ଗରୁରରୁ ବିଜୟ ଇନ୍ଦର ସିଙ୍ଗଲା ଓ ଫତେଗଡ଼ ଚୁରିଆନରୁ ତ୍ରିପ୍ତୀ ରାଜିନ୍ଦର ସିଂହ ବାଜୱା କଂଗ୍ରେସ ଟିକେଟରୁ ଲଢ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos