ବେଙ୍ଗଲ ସରକାରଙ୍କ ଓକିଲାତି କରି କଂଗ୍ରେସ ସମର୍ଥକଙ୍କ ବିରୋଧର ସମ୍ମୁଖୀନ ହେଲେ ଚିଦାମ୍ବରମ

କୋଲକାତା: ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଆଜି ନିଜ ଦଳର ଓକିଲ ଓ ସମର୍ଥକମାନେ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି। ସେ କ୍ୟାଲକାଟା ହାଇକୋର୍ଟରେ ବେଙ୍ଗଲ ସରକାରଙ୍କ ଓକିଲାତି କରିବାରୁ ତାଙ୍କୁ ଏପରି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସେ କୋର୍ଟରୁ ବାହାରିବା ମାତ୍ରେ ଅନେକ ଓକିଲ ଓ କଂଗ୍ରେସ ସମର୍ଥକମାନେ ତାଙ୍କ ସାମ୍ନାରେ ଅସନ୍ତୋଷ ପ୍ରକାଶ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି। ଚିଦାମ୍ବରମ କଂଗ୍ରେସର ବରିଷ୍ଠ ନେତା ସହ ଜଣେ ଆଇନଜୀବୀ। […]

congress

congress

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 10:12 PM IST

Sports

Latest News

କୋଲକାତା: ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଆଜି ନିଜ ଦଳର ଓକିଲ ଓ ସମର୍ଥକମାନେ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି। ସେ କ୍ୟାଲକାଟା ହାଇକୋର୍ଟରେ ବେଙ୍ଗଲ ସରକାରଙ୍କ ଓକିଲାତି କରିବାରୁ ତାଙ୍କୁ ଏପରି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସେ କୋର୍ଟରୁ ବାହାରିବା ମାତ୍ରେ ଅନେକ ଓକିଲ ଓ କଂଗ୍ରେସ ସମର୍ଥକମାନେ ତାଙ୍କ ସାମ୍ନାରେ ଅସନ୍ତୋଷ ପ୍ରକାଶ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି।

ଚିଦାମ୍ବରମ କଂଗ୍ରେସର ବରିଷ୍ଠ ନେତା ସହ ଜଣେ ଆଇନଜୀବୀ। ଏଥିପାଇଁ ସେ ହାଇକୋର୍ଟରେ ବେଙ୍ଗଲ ସରକାରଙ୍କ ବିରୋଧରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରୁଜୁ କରିଥିବା ଆବେଦନ ବିପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ବେଙ୍ଗଲ ସରକାର ମେଟ୍ରୋ ଡାଏରୀ ଅଂଶଧନକୁ ଘରୋଇ ଏଗ୍ରି ପ୍ରୋସେସିଂ ଫାର୍ମ କେଭେନଣ୍ଟରକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଶ୍ରୀ ଚୌଧୁରୀ ଗୋଟିଏ ଆବେଦନ କ୍ୟାଲକାଟା ହାଇକୋର୍ଟରେ ଦାଖଲ କରିଥିଲେ। ତେବେ ବେଙ୍ଗଲ ସରକାରଙ୍କ ସପକ୍ଷରେ ଚିଦାମ୍ବରମ ଯୁକ୍ତି ଉପସ୍ଥାପନ କରିବାରୁ କଂଗ୍ରେସର ଅଡ଼ୁଆ ବଢ଼ିଛି।

ଏଥିପାଇଁ ଆଜି କଂଗ୍ରେସ ସମର୍ଥକମାନେ ଚିଦାମ୍ବରମଙ୍କୁ ବିରୋଧ କରିଥିଲେ। ବିକ୍ଷୋଭକାରୀ ଓକିଲ ଓ ସମର୍ଥକଙ୍କ କହିବା କଥା ଯେ ଚିଦାମ୍ବରମ ଏପରି କରି କଂଗ୍ରେସର ଭାବାବେଗ ସହ ଖେଳୁଛନ୍ତି। ଚିଦାମ୍ବରମଙ୍କୁ କୋର୍ଟରେ ବିରୋଧ କରାଯାଉଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଚିଦାମ୍ବରମ ଚାଲିଚାଲି ଯାଉଥିବା ବେଳେ ତାଙ୍କ ଆଗରେ ଓ ପଛରେ କଂଗ୍ରେସ ସମର୍ଥକମାନେ ନାରାବାଜୀ କରିଥିଲେ।

ଏପରି କି କଂଗ୍ରେସ ଦୁର୍ବଳ ହେବା ପଛରେ ଚିଦାମ୍ବରମଙ୍କ ଭଳି ଦଳୀୟ ନେତା ଦାୟୀ ବୋଲି ମଧ୍ୟ ସେମାନେ କହିଥିଲେ। ସେହିପରି ସେମାନେ ‘ଚିଦାମ୍ବରମ ଗୋ ବ୍ୟାକ୍’ ନାରା ଦେଇଥିଲେ। ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଚିଦାମ୍ବରମ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos