କେନ୍ଦ୍ରକୁ ଦୀପାବଳିରେ ‘ତେଲ ବାଣ’ ମାରିଲେ ଚିଦାମ୍ବରମ

ନୂଆଦିଲ୍ଲୀ: ଦୀର୍ଘ ଦିନର ମହଙ୍ଗା ମାଡ଼ ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଉତ୍ପାଦ ଶୁଳ୍କକୁ ସାମାନ୍ୟ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ ୫ ଟଙ୍କା ଓ ଡିଜେଲ ଉପରକୁ ୧୦ ଟଙ୍କା ଟିକସ ହ୍ରାସ କରାଯାଇଛି। ତଥାପି ବିଭିନ୍ନ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ଉପରେ ରହିଛି। ତେବେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ହଠାତ୍‌ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ ଉପ […]

petrol

petrol

Hemant Lenka
  • Published: Thursday, 04 November 2021
  • Updated: 04 November 2021, 04:05 PM IST

ନୂଆଦିଲ୍ଲୀ: ଦୀର୍ଘ ଦିନର ମହଙ୍ଗା ମାଡ଼ ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଉତ୍ପାଦ ଶୁଳ୍କକୁ ସାମାନ୍ୟ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ ୫ ଟଙ୍କା ଓ ଡିଜେଲ ଉପରକୁ ୧୦ ଟଙ୍କା ଟିକସ ହ୍ରାସ କରାଯାଇଛି। ତଥାପି ବିଭିନ୍ନ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ଉପରେ ରହିଛି।

ତେବେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ହଠାତ୍‌ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ ଉପ ନିର୍ବାଚନ ରେଜଲ୍ଟ ସହ ଯୋଡ଼ିଛନ୍ତି। ଆଜି ଦୀପାବଳିରେ ବରିଷ୍ଠ କଂଗ୍ରେସ ନେତା ଟ୍ୱିଟ କରି କେନ୍ଦ୍ର ସରକାର ଓ ବିଜେପିକୁ ତେଲ ବାଣ ମାରିଛନ୍ତି। ଅକ୍ଟୋବର ୩୦ରେ ଅନୁଷ୍ଠିତ ହୋଇଥିବା ୩ ଲୋକସଭା ଓ ୩୦ ବିଧାନସଭା ଉପ ନିର୍ବାଚନରେ ବିଜେପି ପରାଜୟ ପଛରେ ଦରବୃଦ୍ଧି ମୁଖ୍ୟ କାରଣ ଥିଲା। ଏହାର ପ୍ରଭାବ ଦଳ ଉପରେ ପଡ଼ୁଥିବାରୁ କେନ୍ଦ୍ର ସରକାର ତେଲ ଉପରକୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବା ସେ କହିଛନ୍ତି।

ସେ କହିଛନ୍ତି, ୩୦ ବିଧାନସଭା ଓ ୩ ଲୋକସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନର ରେଜଲ୍ଟ ଯୋଗୁ କେନ୍ଦ୍ର ସରକାର ଏପରି କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଛନ୍ତି। ଉଚ୍ଚ ଟିକସ ଯୋଗୁ ତୈଳ ଦର ଅଧିକ ରହୁଛି। କେନ୍ଦ୍ର ସରକାର ଅଧିକ ଲୋକ କରୁଥିବାରୁ ଲୋକମାନେ ଦର ବୃଦ୍ଧିର ସମ୍ମୁଖୀନ ହେଉଛି ବୋଲି ସେ କହିଛନ୍ତି।

ଏଥିସହ ଚିଦାମ୍ବରମ ଉପ ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଥିବା ଭୋଟ ଶେୟାରକୁ ମଧ୍ୟ ସାର୍ବଜନୀନ କରିଛନ୍ତି। କଂଗ୍ରେସ ଜିତିଥିବା ସ୍ଥାନରେ ଦଳର ଭୋଟ ଶେୟାର ବିଜେପି ତୁଳନାରେ ଯଥେଷ୍ଟ ଅଧିକ ରହିଛି। ହେଲେ ଦଳ ହାରିଥିବା ସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ ଶେୟାର ବହୁତ କମ ରହିଛି।

ସେ କହିଛନ୍ତି, ହିମାଚଳ ପ୍ରଦେଶ ଲୋକସଭା ଉପନିର୍ବାଚନରେ କଂଗ୍ରେସ ଓ ବିଜେପିର ଭୋଟ ଶେୟାର ମଧ୍ୟରେ ୪୮.୯% ଏବଂ ୨୮%ର ପାର୍ଥକ୍ୟ ରହିଛି। ସେହିପରି ମହାରାଷ୍ଟ୍ରରେ ଏହା ୫୭% ଓ ୩୫% ଏବଂ ରାଜସ୍ଥାନରେ କଂଗ୍ରେସ-ବିଜେପି ମଧ୍ୟରେ ଭୋଟ ଶେୟାର ୩୭.୧୮% ଓ ୧୮.୮% ରହିଛି।

ଯେଉଁ ସବୁ ସ୍ଥାନରେ ବିଜେପି ଠାରୁ କଂଗ୍ରେସ ହରାଛି, ସେଠାରେ ଭୋଟ ଶେୟାର ଦୁଇ ଦଳ ମଧ୍ୟରେ ଯଥେଷ୍ଟ କମ ରହିଛି। ମଧ୍ୟପ୍ରଦେଶରେ କଂଗ୍ରେସର ଭୋଟ ଶେୟାର ୪୫.୫% ଥିବା ବେଳେ ବିଜେପିର ୪୭.୫୮% ରହିଛି। କର୍ଣ୍ଣାଟକାରେ ଉଭୟ ଦଳ ଗୋଟିଏ ଲେଖାଏ ଆସନ ଜିତିଛନ୍ତି। ଏଠାରେ କଂଗ୍ରେସର ଭୋଟ ଶେୟାର ୪୪.୭୬% ଓ ବିଜେପିର ଭୋଟ ଶେୟାର ୫୧.୮୬% ରହିଥିବା ଚିଦାମ୍ବରମ ଟ୍ୱିଟ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଲୋକସଭା ଓ ବିଧାନସଭା ଉପନିର୍ବାଚନରେ ଶାସନ ବିଜେପିକୁ ବିଭିନ୍ନ ରାଜ୍ୟରେ ଶକ୍ତ ଝଟକା ଲାଗିଛି। ବିଶେଷ କରି ହିମାଚଳ ପ୍ରଦେଶରେ ନିଜର ଗଡ଼ ଭାବେ ପରିଚିତ ମଣ୍ଡି ଲୋକସଭା ଆସନରେ ବିଜେପି ପରାଜୟର ସ୍ୱାଦ ଚାଖିଥିଲା। ଏହି ପରାଜୟ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଦର ବୃଦ୍ଧି ହିଁ ବିଜେପିର ପରାଜୟର କାରଣ ବୋଲି କହିଥିଲେ। ଯାହା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି ଓ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story