ସାମ୍ନାକୁ ଆସିଲା ଉରିରେ ପାକ୍‌ ଆତଙ୍କୀଙ୍କ ଅନୁପ୍ରବେଶ ବେଳର ଭିଡିଓ

ଶ୍ରୀନଗର: ଜମ୍ମୁ-କଶ୍ମୀର ଉରି ସେକ୍ଟର୍‌ରେ ପାକିସ୍ତାନରୁ ୩ ଜଣ ଆତଙ୍କବାଦୀ କେମିତି ଏଲଓସି ଦେଇ ଅନୁପ୍ରବେଶ କରୁଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। ଭାରତୀୟ ସେନା ପକ୍ଷରୁ ଅନୁପ୍ରବେଶ ବେଳର ଭିଡିଓକୁ ରେକର୍ଡ କରାଯିବା ସହ ଏହାକୁ ସାର୍ବଜନୀନ କରାଯାଇଛି। ଏହି ଭିଡିଓରେ ଥିବା ୩ ଜଣ ଆତଙ୍କବାଦୀ ଅଗଷ୍ଟ ୨୫ରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ସେମାନେ ଉରି ସେକ୍ଟରର କାମଲକୋଟ ଅଞ୍ଚଳର ମାଦିୟାନ ନାନକ ପୋଷ୍ଟ ନିକଟରେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ହେଲେ […]

terrorist

terrorist

Hemant Lenka
  • Published: Friday, 26 August 2022
  • Updated: 26 August 2022, 09:42 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀର ଉରି ସେକ୍ଟର୍‌ରେ ପାକିସ୍ତାନରୁ ୩ ଜଣ ଆତଙ୍କବାଦୀ କେମିତି ଏଲଓସି ଦେଇ ଅନୁପ୍ରବେଶ କରୁଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। ଭାରତୀୟ ସେନା ପକ୍ଷରୁ ଅନୁପ୍ରବେଶ ବେଳର ଭିଡିଓକୁ ରେକର୍ଡ କରାଯିବା ସହ ଏହାକୁ ସାର୍ବଜନୀନ କରାଯାଇଛି। ଏହି ଭିଡିଓରେ ଥିବା ୩ ଜଣ ଆତଙ୍କବାଦୀ ଅଗଷ୍ଟ ୨୫ରେ ଅନୁପ୍ରବେଶ ଉଦ୍ୟମ କରିଥିଲେ।

ସେମାନେ ଉରି ସେକ୍ଟରର କାମଲକୋଟ ଅଞ୍ଚଳର ମାଦିୟାନ ନାନକ ପୋଷ୍ଟ ନିକଟରେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀମାନେ ଅତ୍ୟାଧୁନିକ ଇଲେକ୍ଟ୍ରୋଟିନ ସର୍ଭେଲାନ୍ସ ଦ୍ୱାରା ସେମାନଙ୍କ ଗତିବିଧିକୁ ଠାବ କରିଥିଲେ। ଏହାପୂର୍ବରୁ ଅନୁପ୍ରବେଶ ସମ୍ପର୍କରେ ଗୁଇନ୍ଦା ସଂସ୍ଥା ମଧ୍ୟ ସୂଚନା ଦେଇଥିଲା। ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ବେଳର ଭିଡିଓ ମିଳିବା ପରେ ସୁରକ୍ଷାକର୍ମୀମାନେ ଆକ୍ସନ ମୋଡକୁ ଚାଲି ଆସିଥିଲେ।

ସେମାନେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ୩ ଆତଙ୍କୀଙ୍କୁ ନିପାତ କରିଥିଲେ। ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଇମରୋନ ମୁସାଭି କହିଛନ୍ତି, ଆତଙ୍କବାଦୀମାନେ ଜଙ୍ଗଲିଆ ଅଞ୍ଚଳ, ବର୍ଷା ଓ ଅଳ୍ପ ଆଲୁର ଫାଇଦା ନେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଗୁରୁବାର ସକାଳ ପ୍ରାୟ ୮.୪୫ରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିଥିଲା।

ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିଲେ। ଗୁଳିମାଡ଼ ପରେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ପ୍ରାୟ ସନ୍ଧ୍ୟା ସମୟରେ ଏହା ଶେଷ ହେବା ସହ ଆତଙ୍କବାଦୀଙ୍କ ମୃତଦେହକୁ ଜବତ କରାଯାଇଥିଲା। ସେମାନଙ୍କ ନିକଟରୁ ୨ଟି ଏକେ ରାଇଫଲ୍ସ, ଗୋଟିଏ ଚାଇନିଜ ଏମ-୧୬ ରାଇଫଲ ଓ ବିପୁଳ ପରିମାଣର ଗୁଳିଗୋଳା ମିଳିଛି। ଗୁଇନ୍ଦା ବିଭାଗର ସୂଚନା ଓ ବୈଦ୍ୟୁତିକ ସର୍ଭେଲାନ୍ସ ଆତଙ୍କବାଦୀ ଅପରେସନରେ ସହାୟକ ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story