ସାମ୍ନାକୁ ଆସିଲା ଚାଇନାର ନୂଆ ଚାଲ୍‌, ବେଆଇନ ଭାବେ ପାଙ୍ଗୋଙ୍ଗରେ ତିଆରି କରୁଛି ବ୍ରିଜ୍‌

ନୂଆଦିଲ୍ଲୀ: ପୁଣିଥରେ ବିସ୍ତାରବାଦୀ ଚାଇନାର ଆଉ ଏକ ଚାଲ ସାମ୍ନାକୁ ଆସିଛି। ଚାଇନା ବିବାଦୀୟ ପାଙ୍ଗୋଙ୍ଗ ହ୍ରହରେ ବେଆଇନ ଭାବେ ବ୍ରିଜ୍‌ କାମ ଜୋରସୋରରେ ଚଳାଇଛି। ଏବେ ପ୍ରବଳ ତୁଷାର ପାତ ହେଉଛି। ଏହି ତୁଷାର ପାତ ବନ୍ଦ ହେବା ପୂର୍ବରୁ ହିଁ ବ୍ରିଜ୍‌ କାମ ଶେଷ କରି ଚାଇନା ପଡ଼ୋଶୀ ଭାରତକୁ ଚେକ୍‌ ଦେବାକୁ ଚାହୁଁଥିବା ନୂଆ ସ୍ୟାଟେଲାଇଟ ଛବିରୁ ତଥ୍ୟ ସାମ୍ନାକୁ ଆସିଛି। ଚାଇନା ପାଙ୍ଗୋଙ୍ଗରେ ନିର୍ମାଣ କରୁଥିବା ବ୍ରିଜ୍‌ର ଲମ୍ବ ୪୦୦ ମିଟର […]

china

china

Hemant Lenka
  • Published: Tuesday, 18 January 2022
  • Updated: 18 January 2022, 03:49 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ବିସ୍ତାରବାଦୀ ଚାଇନାର ଆଉ ଏକ ଚାଲ ସାମ୍ନାକୁ ଆସିଛି। ଚାଇନା ବିବାଦୀୟ ପାଙ୍ଗୋଙ୍ଗ ହ୍ରହରେ ବେଆଇନ ଭାବେ ବ୍ରିଜ୍‌ କାମ ଜୋରସୋରରେ ଚଳାଇଛି। ଏବେ ପ୍ରବଳ ତୁଷାର ପାତ ହେଉଛି। ଏହି ତୁଷାର ପାତ ବନ୍ଦ ହେବା ପୂର୍ବରୁ ହିଁ ବ୍ରିଜ୍‌ କାମ ଶେଷ କରି ଚାଇନା ପଡ଼ୋଶୀ ଭାରତକୁ ଚେକ୍‌ ଦେବାକୁ ଚାହୁଁଥିବା ନୂଆ ସ୍ୟାଟେଲାଇଟ ଛବିରୁ ତଥ୍ୟ ସାମ୍ନାକୁ ଆସିଛି।

ଚାଇନା ପାଙ୍ଗୋଙ୍ଗରେ ନିର୍ମାଣ କରୁଥିବା ବ୍ରିଜ୍‌ର ଲମ୍ବ ୪୦୦ ମିଟର ଓ ଚଉଡ଼ା ୮ ମିଟର। ପାଙ୍ଗୋଙ୍ଗର ଉତ୍ତର ଉପକୂଳରେ ଥିବା ଗୋଟିଏ ଚାଇନିଜ୍ ଆର୍ମି ଫିଲ୍ଡର ଦକ୍ଷିଣ ଭାଗରେ ଏହି ବ୍ରିଜ୍‌ଟି ରହିଛି। ୨୦୨୦ ମସିହାରେ ଭାରତ ଓ ଚାଇନା ମଧ୍ୟରେ ଯେତେବେଳେ ବିବାଦ ହୋଇଥିଲା ଏଠାରେ ବେଜିଂର ହସ୍ପିଟାଲ ଓ ଯବାନଙ୍କ ରହିବା ପାଇଁ ବିଭିନ୍ନ ନିର୍ମାଣ କାମ କରାଯାଇଥିବା ଦେଖିବାକୁ ମିଳିଥିଲା।

2pnhocfo

ଜାନୁଆରୀ ୧୬ର ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି ଯେ ବ୍ରିଜ୍‌ କାମ ଯଥାଶୀଘ୍ର ଶେଷ କରିବାକୁ ବେଜିଂ ଶ୍ରମିକମାନେ ଜୋରଦାର ଉଦ୍ୟମ କରୁଛନ୍ତି। ଶ୍ରମିକମାନେ ଗୋଟିଏ ବଡ଼ କ୍ରେନ୍ ସହାୟତାରେ ବ୍ରିଜ୍ର ପିଲାରଗୁଡ଼ିକୁ କଂକ୍ରିଟ୍ ସ୍ଲାବ ସହ ଯୋଡ଼ିବା କାମରେ ଲାଗିଛନ୍ତି। ଏହା ଉପରେ tarmac ବିଛାଯିବ।

ନିର୍ମାଣ ଗତିକୁ ଦେଖିଲେ ଏହି ବ୍ରିଜ୍ କାମ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହୋଇଯିବ ବୋଲି କୁହାଯାଉଛି। ତେବେ ଚାଇନାର ମୁଖ୍ୟ ସାମରିକ ହବ୍ ରୁଟୋଗକୁ ସଡ଼କ ପଥ ଯୋଗେ ସଂଯୋଗ କରିବା ପାଇଁ ଆହୁରି ଅଧିକ ସମୟ ଲାଗିବ। ପାଙ୍ଗୋଙ୍ଗରେ ବ୍ରିଜ୍ ନିର୍ମାଣ ହେଉଥିବା ସମ୍ପର୍କରେ ପ୍ରଥମେ ଦି ପ୍ରିଣ୍ଟ୍ ରିପୋର୍ଟ ପ୍ରକାଶ କରିଥିଲା।

ଏବେ ହାଇ ରିଜୋଲ୍ୟୁସନ୍ ସ୍ୟାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି। ଏହି ବ୍ରିଜ୍‌ ଦ୍ୱାରା ଚାଇନା ପାଙ୍ଗୋଙ୍ଗ କୂଳକୁ ବିବାଦ ସମୟରେ ଶୀଘ୍ର ସୈନ୍ୟ ବାହିନୀ ପଠାପାରିବ ବୋଲି କୁହାଯାଉଛି।

amnq8pb8ଉତ୍ତର ଉପକୂଳରେ ରହୁଥିବା ଯବାନମାନଙ୍କୁ ଆଉ ରୁଟୋଗ ବେସ୍‌ରେ ପହଞ୍ଚିବା ପାଇଁ ପାଙ୍ଗୋଙ୍ଗ ହ୍ରଦ ଚାରିପାଖରେ ୨୦୦ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିବ ନାହିଁ। ସେମାନେ ବ୍ରିଜ୍‌କୁ ବ୍ୟବହାର କଲେ, ୧୫୦ କିମି ଦୂରତା କମି ଯିବ। ଯଥାଶୀଘ୍ର ବ୍ରିଜ କାମ ଶେଷ କରିବାକୁ ଚାଇନା ବଡ଼ବଡ଼ କ୍ରେନ ଓ ଯନ୍ତ୍ରପାତିର ବ୍ୟବହାର କରୁଛି।

ଏହା ଖରାପ ପାଗ ଓ ପ୍ରବଳ ତୁଷାର ପାତ ସମୟରେ ମଧ୍ୟ ନିର୍ମାଣ କାମକୁ ତ୍ୱରାନ୍ୱିତ କରିପାରିବ। ଏଥିସହ ପାଙ୍ଗୋଙ୍ଗର ଉତ୍ତର ଭାଗରେ ଚାଇନା ସହଜରେ ଯିବା ଆସିବା କରିବା ପାଇଁ ରାସ୍ତା ମଧ୍ୟ ନିର୍ମାଣ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos