ଭାରତ-ବାଂଲାଦେଶ ସୀମାରୁ ଧରାପଡ଼ିଲେ ଚାଇନା ନାଗରିକ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଚଳାଇଥିବା ଜଣେ ୩୫ ବର୍ଷୀୟ ଚାଇନା ନାଗରିକଙ୍କୁ ଧରିଛି ବିଏସ୍‌ଏଫ। ସେ ପଶ୍ଚିମବଙ୍ଗର ମାଲଦା ସ୍ଥିତ ବାଂଲାଦେଶ ସୀମାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିଛନ୍ତି। ତାଙ୍କ ଠାରୁ ଚାଇନିଜଜ ପାସପୋର୍ଟ, ବାଂଲାଦେଶ ଭିସା, ଗୋଟିଏ ଲ୍ୟାପଟପ ଓ ୩ଟି ସିମ କାର୍ଡ ମିଳିଛି। ତାଙ୍କ ନାଁ ହାନ ଜୁନୱେଇ ବୋଲି ସୁରକ୍ଷାକର୍ମୀମାନେ ପାସପୋର୍ଟରୁ ଜାଣିବାକୁ ପାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସନ୍ଦିଗ୍ଧ […]

China1

China1

Hemant Lenka
  • Published: Thursday, 10 June 2021
  • Updated: 10 June 2021, 06:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଚଳାଇଥିବା ଜଣେ ୩୫ ବର୍ଷୀୟ ଚାଇନା ନାଗରିକଙ୍କୁ ଧରିଛି ବିଏସ୍‌ଏଫ। ସେ ପଶ୍ଚିମବଙ୍ଗର ମାଲଦା ସ୍ଥିତ ବାଂଲାଦେଶ ସୀମାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିଛନ୍ତି।

ତାଙ୍କ ଠାରୁ ଚାଇନିଜଜ ପାସପୋର୍ଟ, ବାଂଲାଦେଶ ଭିସା, ଗୋଟିଏ ଲ୍ୟାପଟପ ଓ ୩ଟି ସିମ କାର୍ଡ ମିଳିଛି। ତାଙ୍କ ନାଁ ହାନ ଜୁନୱେଇ ବୋଲି ସୁରକ୍ଷାକର୍ମୀମାନେ ପାସପୋର୍ଟରୁ ଜାଣିବାକୁ ପାଇଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସନ୍ଦିଗ୍ଧ ଚାଇନିଜ ବ୍ୟକ୍ତିଙ୍କୁ ସକାଳ ୭ଟାରେ ବାକୁ କରାଯାଇଥିଲା। ତାଙ୍କୁ ଆମେ କାଲିଆଛକ ପୋଷ୍ଟକୁ ଆଣିବା ପରେ ଅନ୍ୟ ଏଜେନ୍ସିମାନଙ୍କୁ ଖବର ଦେଇଥିଲୁ। ତାଙ୍କୁ ସେମାନେ ପଚରାଉଚରା କରୁଛନ୍ତି। ଏହି ଚାଇନିଜ ଅନୁପ୍ରବେଶକାରୀ ଜଣଙ୍କ ଇଂରାଜୀ ଜାଣିନାହାନ୍ତି।

ତେଣୁ ତାଙ୍କୁ ପଚରାଉଚରା କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଶେଷରେ ମାଣ୍ଡାରିନ ଭାଷା ଜାଣିଥିବା ଜଣେ ସୁରକ୍ଷା ଅଧିକାରୀଙ୍କୁ ଡକାଯାଇଥିଲା। ଏହାପରେ ଗୁଇନ୍ଦା ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଜେରା କରାଯାଉଛି। ହାନ ଏକୁଟିଆ ଭାରତରେ ପ୍ରବେଶ କରିଥିଲେ ନା ତାଙ୍କ ସହ ଆଉ କିଛି ଲୋକ ଭାରତକୁ ଆସିଛନ୍ତି, ତା’ର ଖୋଳତାଡ଼ କରାଯାଉଛି।

ଏଥିସହ ତଦନ୍ତକାରୀ ଅଧିକାରୀମାନେ ସେ କାହିଁକି ବାଂଲାଦେଶ ଆସିଥିଲେ, ସେକଥା ମଧ୍ୟ ଜାଣିବାକୁ ଉଦ୍ୟମ କରୁଛନ୍ତି। ପଚରାଉଚରା ସରିବା ପରେ ପୂରା ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos