ବାଦୁଡ଼ିଙ୍କ ଶରୀରରୁ ମିଳିଲା ଏକାଧିକ ନୂଆ କରୋନା ଭାଇରସ

ୱାଶିଂଟନ: କୋଭିଡ-୧୯ ମହାମାରୀ ସୃଷ୍ଟି କରିଥିବା କରୋନା ଭାଇରସର ଉତ୍ପତ୍ତି ସ୍ଥଳ ବିଷୟରେ ତଦନ୍ତ କରିବାକୁ ଦାବି ହେଉଥିବା ବେଳେ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାଇନିଜ ବୈଜ୍ଞାନିକମାନେ ବାଦୁଡ଼ି ମାନଙ୍କ ଶରୀରରୁ ଏକାଧିକ ନୂଆ କରୋନା ଭାଇରସ ଠାବ କରିଥିବା ଦାବି କରିଛନ୍ତି। ନୂଆ କରି ବାଦୁଡ଼ିଙ୍କ ଶୀରରରୁ ଠାବ ହୋଇଥିବା ଭାଇରସ ମଧ୍ୟରେ ଗୋଟିଏ ଭୂତାଣୁ କୋଭିଡ-୧୯ ସୃଷ୍ଟି କରିବା ସହ ପ୍ରାୟତଃ ସମାନ ବୋଲି କୁହାଯାଉଛି। ଗବେଷକମାନେ […]

Corona

Corona

Hemant Lenka
  • Published: Saturday, 12 June 2021
  • Updated: 12 June 2021, 06:41 PM IST

Sports

Latest News

ୱାଶିଂଟନ: କୋଭିଡ-୧୯ ମହାମାରୀ ସୃଷ୍ଟି କରିଥିବା କରୋନା ଭାଇରସର ଉତ୍ପତ୍ତି ସ୍ଥଳ ବିଷୟରେ ତଦନ୍ତ କରିବାକୁ ଦାବି ହେଉଥିବା ବେଳେ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାଇନିଜ ବୈଜ୍ଞାନିକମାନେ ବାଦୁଡ଼ି ମାନଙ୍କ ଶରୀରରୁ ଏକାଧିକ ନୂଆ କରୋନା ଭାଇରସ ଠାବ କରିଥିବା ଦାବି କରିଛନ୍ତି। ନୂଆ କରି ବାଦୁଡ଼ିଙ୍କ ଶୀରରରୁ ଠାବ ହୋଇଥିବା ଭାଇରସ ମଧ୍ୟରେ ଗୋଟିଏ ଭୂତାଣୁ କୋଭିଡ-୧୯ ସୃଷ୍ଟି କରିବା ସହ ପ୍ରାୟତଃ ସମାନ ବୋଲି କୁହାଯାଉଛି।

ଗବେଷକମାନେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ଚାଇନାରୁ ବାଦୁଡ଼ିଙ୍କ ଶରୀରରୁ ଏହା ଠାବ ହୋଇଛି। ବାଦୁଡ଼ିଙ୍କ ଶରୀରରେ କେତେ ପ୍ରକାରର କରୋନା ଭାଇରସ ରହିଛି ଓ ଏହା ମଧ୍ୟରେ କେଉଁ ଗୁଡ଼ିକ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି, ସେକଥା ଜାଣିବା ପାଇଁ ଗବେଷଣା କରାଯାଇଥିଲା।

ଜର୍ଣ୍ଣାଲ ସେଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଶାନଡଙ୍ଗ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରମାନେ କହିଛନ୍ତି, “ମୋଟ ଉପରେ ଆମେ ବିଭିନ୍ନ ପ୍ରଜାତିର ବାଦୁଡ଼ିଙ୍କ ଠାରୁ ୨୪ ପ୍ରକାରର ନୋଭେଲ କରୋନା ଭାଇରସଗୁଡ଼ିକର ଜେନୋମ ଏକାଠି କରିଥିଲୁ। ଏହା ମଧ୍ୟରେ ସାର୍ସ କୋଭ-୨ ଭଳି ୪ଟି କରୋନା ଭାଇରସ ରହିଥିଲା।

ନମୁନା ଗୁଡ଼ିକ ଛୋଟ, ଜଙ୍ଗଲ ମଧ୍ୟରେ ଥିବା ବାଦୁଡ଼ିଙ୍କ ଠାରୁ ୨୦୧୯ ମେ’ ମାସରୁ ୨୦୨୦ ନଭେମ୍ବର ମାସରେ ସଂଗ୍ରହ କରାଯାଇଥିଲା। ବାଦୁଡ଼ିଙ୍କ ମୁତ୍ର ଠାରୁ ଆରମ୍ଭ କରି ମଳ ଓ ମୁହଁରୁ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଗବେଷଣା ବେଳେ ଜଣାପଡ଼ିଛି ଯେ ଗୋଟିଏ ଭାଇରସର ସମାନତା ସାର୍ସ କୋଭ-୨ ଭାଇରସ ସହ ଜେନେଟିକାଲି ରହିଛି।

ଏହି ସାର୍ସ କୋଭ-୨ ହିଁ ଏବେ ମହାମାରୀ ସୃଷ୍ଟି କରିଛି। ସ୍ପାଇକ ପ୍ରୋଟିନକୁ ଛାଡ଼ିଦେଲେ ଠାବ ହୋଇଥିବା ଭୂତାଣୁ ପୂରା ସାର୍ସ କୋଭ-୨ ସହ ସମାନ। ଏଥିରୁ ସ୍ପଷ୍ଟ ଯେ ସାର୍ସ କୋଭ-୨ ଭାଇରସ ବାଦୁଡ଼ିଙ୍କ ମଧ୍ୟରେ ହିଁ ରହିଛି। କିଛି ଅଞ୍ଚଳରେ ଏହା ଅଧିକ ସଂଖ୍ୟାରେ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos