ଅଳ୍ପ ଦିନରେ ଡବଲ ଟଙ୍କାର ଲୋଭ ଦେଖାଇ ୧୫୦ କୋଟି ଲୁଟିଛନ୍ତି ଚାଇନିଜ ଆପ୍‌

ନୂଆଦିଲ୍ଲୀ: ଚାଇନିଜ ଆପ୍‌ ଜରିଆରେ ଲୋକଙ୍କୁ ଚୂନ ଲଗାଇବା ଭଳି କାଣ୍ଡ କାରନାମାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଲୋକଙ୍କୁ ୨୪ ଦିନରେ ଟଙ୍କା ଦୁଇ ଗୁଣ କରି ଫେରାଇବାର ଲୋଭ ଦେଖାଇ ଚାଇନିଜ ଆପ୍‌କୁ ପରିଚାଳନା କରୁଥିବା ବ୍ୟକ୍ତିମାନେ ୧୫୦ କୋଟି ଟଙ୍କା ଲୁଟି ନେଇଛନ୍ତି। ଭାରତ ବର୍ଷରେ ପ୍ରାୟ ୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ପରେ ଦିଲ୍ଲୀ ପୁଲିସ୍‌ ପୂରା ଘଟଣା ଉପରୁ ପରଦା ଉଠାଇଛି। ଏହି ଘଟଣାରେ ଦୁଇ ଜଣ ଚାର୍ଟାର୍ଡ […]

China

China

Hemant Lenka
  • Published: Thursday, 10 June 2021
  • Updated: 10 June 2021, 05:37 PM IST

Sports

Latest News

ନୂଆଦିଲ୍ଲୀ: ଚାଇନିଜ ଆପ୍‌ ଜରିଆରେ ଲୋକଙ୍କୁ ଚୂନ ଲଗାଇବା ଭଳି କାଣ୍ଡ କାରନାମାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଲୋକଙ୍କୁ ୨୪ ଦିନରେ ଟଙ୍କା ଦୁଇ ଗୁଣ କରି ଫେରାଇବାର ଲୋଭ ଦେଖାଇ ଚାଇନିଜ ଆପ୍‌କୁ ପରିଚାଳନା କରୁଥିବା ବ୍ୟକ୍ତିମାନେ ୧୫୦ କୋଟି ଟଙ୍କା ଲୁଟି ନେଇଛନ୍ତି।

ଭାରତ ବର୍ଷରେ ପ୍ରାୟ ୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ପରେ ଦିଲ୍ଲୀ ପୁଲିସ୍‌ ପୂରା ଘଟଣା ଉପରୁ ପରଦା ଉଠାଇଛି। ଏହି ଘଟଣାରେ ଦୁଇ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଜଣେ ତିବ୍ବତୀୟ ମହିଳା ଓ ଅନ୍ୟ ୮ ଜଣଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ଚାଇନିଜ ଆପ୍‌ଗୁଡ଼ିକ ଜାଲରେ ୫ ଲକ୍ଷ ଲୋକ ଫସିଥିବା ବେଳେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ ହୋଇଯାଇଛି। ଆପଗୁଡ଼ିକ ପରିଚାଳନା କରୁଥିବା ଲୋକମାନେ ମାତ୍ର ୨ ମାସ ମଧ୍ୟରେ ୧୫୦ କୋଟି ଟଙ୍କା ଭାରତୀୟଙ୍କ ଠାରୁ ଠକି ନେଇଛନ୍ତି।

ସେମାନଙ୍କୁ ପ୍ରଥମେ ଟଙ୍କା ଦୁଇ ଗୁଣ ହେବ ବୋଲି ଲୋଭନୀୟ ଅଫର ଦିଆଯାଉଥିଲା। ଏହି ଲୋଭରେ ସେମାନେ ପୁଞ୍ଜି ବିନିଯୋଗ କରୁଥିଲେ। ଏହାର ଫାଇଦା ଉଠାଇ ଦୁର୍ବୃତ୍ତମାନେ ସେମାନଙ୍କ ଟଙ୍କା ଓ ତଥ୍ୟକୁ ଲୁଟ କରି ଚାଲିଥିଲେ। ପୁଲିସ୍‌ ଏ ସମ୍ପର୍କରେ ସୂଚନା ପାଇବା ପରେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ସିଜ୍‌ କରି ୧୧ କୋଟି ଟଙ୍କା ବ୍ଲକ କରିଥିବା ବେଳେ ଗୁରୁଗ୍ରାମର ଜଣେ ସିଏଙ୍କ ଠାରୁ ୯୭ ଲକ୍ଷ ଟଙ୍କା ଜବତ କରିଛି। ଏହି ସିଏ ଜଣଙ୍କ ଚାଇନିଜ ଠକଙ୍କ ପାଇଁ ପ୍ରାୟ ୧୧୦ଟି ନକଲି କମ୍ପାନୀ ତିଆରି କରିଥିଲେ।

ପ୍ରଥମେ ଆପ ପରିଚାଳନା କରୁଥିବା ବ୍ୟକ୍ତିମାନେ ଲୋକମାନଙ୍କ ସହ ଯୋଗାଯୋଗ କରୁଥିଲେ। ସେମାନଙ୍କୁ ୨୪ରୁ ୩୫ ଦିନ ମଧ୍ୟରେ ସେମାନେ ବିନିଯୋଗ କରୁଥିବା ଟଙ୍କା ଦୁଇ ଗୁଣ ହୋଇଯିବ ବୋଲି ଲୋଭନୀୟ ଅଫର ଦେଉଥିଲେ। ଲୋକଙ୍କୁ ଘଣ୍ଟିକିଆ ଓ ମାସିକା ପେମେଣ୍ଟ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ। ଆପ୍‌ରେ ୩୦୦ ଟଙ୍କାରୁ ଲକ୍ଷାଧିକ ଟଙ୍କା ବିନିଯୋଗ କରିବାର ବ୍ୟବସ୍ଥା ରହିଥିଲା। ନିକଟରେ ଏପରି ଏକ ଆପ୍‌ ପାୱାର ବ୍ୟାଙ୍କ ଗୁଗଲ ପ୍ଲେ ଷ୍ଟୋରର ନଂ ୪ରେ ଟ୍ରେଣ୍ଡିଂ ମଧ୍ୟ କରୁଥିଲା।

ପୁଲିସ୍‌ ଏହି ମହାଦୁର୍ନୀତିର କେମିତି ପର୍ଦ୍ଦାଫାସ କଲା, ତା’ର ତଥ୍ୟ ଡିସିପି ଅନେୟଶ ରୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଇବର କ୍ରାଇମ ସେଲ୍‌ ଏକାଧିକ ଲୋକ ସୋଶାଲ ମିଡିଆରେ ଦୁଇଟି ଆପ୍‌ ସମ୍ପର୍କରେ କରୁଥିବା ପୋଷ୍ଟକୁ ପ୍ରଥମେ ତର୍ଜମା କରିଥିଲା। ଏହି ଦୁଇ ଆପ୍‌ ହେଲା ପାୱାର ବ୍ୟାଙ୍କ ଓ EZPlan। ଏସିପି ଆଦିତ୍ୟ ଗୌତମଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଟେକ୍ନିକାଲ ଲ୍ୟାବରେ ଆପ ଗୁଡ଼ିକ ଅଧିକ ଖୋଳତାଡ଼ କରିଥିଲା।

ଏହି ସମୟରେ ଜଣାପଡ଼ିଥିଲା ଯେ EZPlan ଆପ୍‌ www.ezplan.in ଓ ପାୱାର ବ୍ୟାଙ୍କ ବେଙ୍ଗାଲୁରୁରେ ତିଆରି ହୋଇଛି। କିନ୍ତୁ ଏହାର ମୂଳ ଉତ୍ସ ଚାଇନା ବୋଲି ଖୋଳତାଡ଼ରୁ ସାମ୍ନାକୁ ଆସିଥିଲା। ଏଥିସରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କୁ ୫ରୁ ୧୦% ଅର୍ଥ ମିଳୁଥିବା ବେଳେ ବାକି ଟଙ୍କାକୁ ଲୁଟ କରାଯାଉଥିଲା।

ଲୋକମାନଙ୍କୁ ଚାଇନିଜ ହ୍ୟାକରମାନେ ହ୍ୱାଟସଆପ ଓ ଟେଲିଗ୍ରାମରେ ମେସେଜ କରି ଏହି ଆପ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଭାରତରେ ଥିବା କିଛି ଲୋକଙ୍କୁ ଭଡ଼ାରେ ନକଲି ବ୍ୟାଙ୍କ ଆକାଉଣ୍ଟ, ଶେଲ କମ୍ପାନୀ, ଆପର ବହୁଳ ବ୍ୟବହାର ଓ ଟଙ୍କା କାରବାର ଆଦି କଥା ବୁଝିବାକୁ ନିଯୁକ୍ତ କରାଯାଉଥିଲା। ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପ୍‌କୁ ଡାଉନଲୋଡ କରି ଲୋକ ସବୁ କିଛି ହରାଉଥିଲେ। କେବଳ ଏହି ଦୁଇ ଆପ୍‌ ନୁହେଁ, Sun Factory, Lightening Power Bank ଭଳି ଆପକୁ ମଧ୍ୟ ସେମାନେ ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story