୫୦% ମହିଳା ଜଜ୍‌ ପଦ ସପକ୍ଷରେ ମତ ଦେଲେ ସିଜେଆଇ

ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ମହିଳାମାନଙ୍କ ପାଇଁ ୫୦% ବିଚାରପତି ପଦ ରହିବା ସପକ୍ଷରେ ମତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। କଲେଜିୟମ ସଦସ୍ୟଙ୍କ ସହ ସେ ସାମ୍ବିଧାନିକ କୋର୍ଟଗୁଡ଼ିକରେ ୫୦% ବିଚାରପତି ପଦ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯିବା ପ୍ରସଙ୍ଗରେ କଥା ହେବେ ବୋଲି କହିଛନ୍ତି। ମହିଳା ଓକିଲମାନଙ୍କୁ ସମ୍ବୋଧନ କରିବା ବେଳେ ଜଷ୍ଟିସ ରମନ୍ନା ଏକଥା କହିଛନ୍ତି। ଏଥିସହ ଅଧିକରୁ ଅଧିକ ଝିଅମାନେ ଆଇନ ପାଠ୍ୟକ୍ରମ ପଢ଼ିବାକୁ ଆଗ୍ରହ ଦେଖାନ୍ତୁ ବୋଲି ମଧ୍ୟ […]

CJI

CJI

Hemant Lenka
  • Published: Wednesday, 15 December 2021
  • Updated: 15 December 2021, 08:02 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ମହିଳାମାନଙ୍କ ପାଇଁ ୫୦% ବିଚାରପତି ପଦ ରହିବା ସପକ୍ଷରେ ମତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। କଲେଜିୟମ ସଦସ୍ୟଙ୍କ ସହ ସେ ସାମ୍ବିଧାନିକ କୋର୍ଟଗୁଡ଼ିକରେ ୫୦% ବିଚାରପତି ପଦ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯିବା ପ୍ରସଙ୍ଗରେ କଥା ହେବେ ବୋଲି କହିଛନ୍ତି। ମହିଳା ଓକିଲମାନଙ୍କୁ ସମ୍ବୋଧନ କରିବା ବେଳେ ଜଷ୍ଟିସ ରମନ୍ନା ଏକଥା କହିଛନ୍ତି। ଏଥିସହ ଅଧିକରୁ ଅଧିକ ଝିଅମାନେ ଆଇନ ପାଠ୍ୟକ୍ରମ ପଢ଼ିବାକୁ ଆଗ୍ରହ ଦେଖାନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ବର୍ତ୍ତମାନ ସୁପ୍ରିମକୋର୍ଟର ୩୩ ବିଚାରପତି ପଦରୁ ୪ଟିରେ ମହିଳାଙ୍କୁ ନିଯୁକ୍ତି ମିଳିଛି। ସେହିପରି ଦେଶର ବିଭିନ୍ନ ହାଇକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ମାତ୍ର ୧୧.୫%। ଏହାକୁ ଦୃଷ୍ଟିରେ ରଖି ଜଷ୍ଟିସ ରମନ୍ନା ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, “ସିଜେଆଇ ଭାବେ ମୁଁ ନିଶ୍ଚିତ ଏ ପ୍ରସଙ୍ଗରେ ବିଚାର କରିବି। ଏହାକୁ କେବେ ହେଲେ ଅଣଦେଖା କରାଯାଇ ପାରିବ ନାହିଁ।”

ନ୍ୟାୟପାଳିକାରେ ୫୦% ମହିଳା ପ୍ରତିନିଧି ପାଇଁ ଚାଲିଥିବା ଦାବି ଉପରେ ସେ କହିଛନ୍ତି, “କୋର୍ଟଗୁଡ଼ିକରେ ମହିଳା ବିଚାରପତିଙ୍କୁ ନିଯୁକ୍ତ କରିବାକୁ ହେଲେ ଅଧିକରୁ ଅଧିକ ଝିଅ ଆଇନ ପାଠକ୍ରମ୍ୟରେ ଗ୍ରାଜ୍ୟୁଏଟ କରିବା ଉଚିତ। ଏହି କାରଣରୁ ମୁଁ ପୂର୍ବରୁ ଦେଶର ବିଭିନ୍ନ ଆଇନ କଲେଜରେ ଝିଅମାନଙ୍କ ପାଇଁ ସମାନ ସଂରକ୍ଷଣ ନୀତି ଲାଗୁ କରିବା ସପକ୍ଷରେ ମତ ଦେଇଥିଲି।

ଆମ ନିମ୍ନ ନ୍ୟାୟପାଳିକାରେ ମହିଳା ବିଚାରପତିଙ୍କ ହାର ୩୦% ରହିଛି। ମହିଳା ଓକିଲଙ୍କ ସଂଖ୍ୟା ମଧ୍ୟ ଉତ୍ସାହନଜନକ ନୁହେଁ। ପଞ୍ଜିକୃତ ହୋଇଥିବା ୧.୭ ମିଲିୟନ ଓକିଲଙ୍କ ମଧ୍ୟରୁ କେବଳ ୧୫% ହେଉଛନ୍ତି ମହିଳା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos