ସ୍କୁଲ କ୍ୟାପ୍‌କୁ ନେଇ ଥଟ୍ଟା ପରିହାସ, ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ

ବେଙ୍ଗାଲୁରୁ: ମୁସଲିମ ଧର୍ମାବଲମ୍ବୀମାନେ ପିନ୍ଧୁଥିବା ପବିତ୍ର ସ୍କୁଲ କ୍ୟାପର ପରିହାସକୁ ନେଇ ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ବିସ୍ଫୋରକ ରୂପ ଧାରଣ କରିଛି। ଏହି ଘଟଣାକୁ ନେଇ କର୍ଣ୍ଣାଟକାର ବାଗଲକୋଟରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଇଲକାଲ ସହରରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଉଭୟ ସଂପ୍ରଦାୟର ୮ ଜଣଙ୍କୁ ଗିରଫ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମିଳିଥିବା […]

skull-cap

skull-cap

Hemant Lenka
  • Published: Wednesday, 13 October 2021
  • Updated: 13 October 2021, 11:43 AM IST

Sports

Latest News

ବେଙ୍ଗାଲୁରୁ: ମୁସଲିମ ଧର୍ମାବଲମ୍ବୀମାନେ ପିନ୍ଧୁଥିବା ପବିତ୍ର ସ୍କୁଲ କ୍ୟାପର ପରିହାସକୁ ନେଇ ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ବିସ୍ଫୋରକ ରୂପ ଧାରଣ କରିଛି। ଏହି ଘଟଣାକୁ ନେଇ କର୍ଣ୍ଣାଟକାର ବାଗଲକୋଟରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି।

ଇଲକାଲ ସହରରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଉଭୟ ସଂପ୍ରଦାୟର ୮ ଜଣଙ୍କୁ ଗିରଫ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜଣେ ୧୫ ବର୍ଷୀୟ ପିଲା ତା’ ସାଙ୍ଗ ପିନ୍ଧିଥିବା ସ୍କୁଲ ଟୋପିକୁ ନେଇ ପରିହାସ ଓ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲା।

ଏଥିରେ ମର୍ମାହତ ହୋଇ ସ୍କୁଲ ଟୋପି ପିନ୍ଧିଥିବା ପିଲାଟି ତା’ର ଅନ୍ୟ ବନ୍ଧୁମାନଙ୍କୁ ଏକଥା କହିଥିଲା। ସେମାନେ ମିଳିତ ଭାବେ ପରିହାସ କରିଥିବା ପିଲାଟିକୁ ମାଡ଼ ମାରିଥିଲେ। ମାଡ଼ ଖାଇଥିବା ପିଲାଟି ଏହାର ବଦଲା ନେବାକୁ ହିନ୍ଦୁ ସଂଗଠନରେ ଥିବା ତା’ର ସାଙ୍ଗମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲା। ସେମାନେ ମଧ୍ୟ ସ୍କୁଲ ଟୋପି ପିନ୍ଧିଥିବା ପିଲାଟି ପାଖରେ ପହଞ୍ଚି ତା’କୁ ଆକ୍ରମଣ କରିଥିଲେ।

ଏହି ମାରପିଟ ଧୀରେଧୀରେ ସାଂପ୍ରଦାୟିକ ସଂଘର୍ଷର ରୂପ ନେଇଛି। ଉଭୟ ପିଲାଙ୍କ ପରିବାର ସହ ଦୁଇ ଧର୍ମର ଲୋକ ମିଶି ପରସ୍ପରକୁ ଆକ୍ରମଣ କରିଛନ୍ତି। ଦୁଇ ସଂପ୍ରଦାୟକ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ପୁଲିସ୍‌ ଦୁଇଟି ଏଫଆଇଆର ରୁଜୁ କରି ଉଭୟ ପକ୍ଷରୁ ୮ ଜଣଙ୍କୁ ଗିରଫ କରିଛି।

ବାଗଲକୋଟର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଉଭୟ ପକ୍ଷ ଆପୋଷ ବୁଝାମଣା କରିବାକୁ ରାଜି ହୋଇଛନ୍ତି। ସେମାନେ ପୁଲିସ୍‌ କେସ୍‌ କରିବାକୁ ମନା କରୁଛନ୍ତି। ଆମେ ୮ ଜଣଙ୍କୁ ଗିରଫ କରିଛୁ। ପୂରା ସ୍ଥିତି ଉପରେ ନଜର ରଖାଯାଇଛି। ଏହି ସଂଘର୍ଷରେ କେହି ବି ଗୁରୁତର ଆହତ ହୋଇ ନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story