୩ ନିଲମ୍ବିତ ଆପ୍‌ ବିଧାୟକ କଂଗ୍ରେସରେ ମିଶିଲେ, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ଏହାର ସମାଧାନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଦିଲ୍ଲୀ ଯାଉଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ସେ ୩ ଜଣ ନିଲମ୍ବିତ ଆପ୍‌ ବିଧାୟକଙ୍କୁ କଂଗ୍ରେସକୁ ସ୍ୱାଗତ କରିଛନ୍ତି। ଏହି ୩ ବିଧାୟକ କଂଗ୍ରେସରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସେମାନଙ୍କ ସହ ଫଟୋ ଉଠାଇଥିଲେ। ଏହାପରେ ସେ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି। ଆପ୍‌ ନେତା ସୁଖପାଲ […]

AAP-MLA

AAP-MLA

Hemant Lenka
  • Published: Thursday, 03 June 2021
  • Updated: 03 June 2021, 04:43 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ଏହାର ସମାଧାନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଦିଲ୍ଲୀ ଯାଉଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ସେ ୩ ଜଣ ନିଲମ୍ବିତ ଆପ୍‌ ବିଧାୟକଙ୍କୁ କଂଗ୍ରେସକୁ ସ୍ୱାଗତ କରିଛନ୍ତି।

ଏହି ୩ ବିଧାୟକ କଂଗ୍ରେସରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସେମାନଙ୍କ ସହ ଫଟୋ ଉଠାଇଥିଲେ। ଏହାପରେ ସେ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି। ଆପ୍‌ ନେତା ସୁଖପାଲ ସିଂହ ଖଇରା, ଜଗଦେବ ସିଂହ କାମାଲୁ ଓ ପରିମଲ ସିଂହ ଧୌଲା ଆଜି କଂଗ୍ରେସରେ ଯୋଗଦେଇଛନ୍ତି।

ସେମାନେ ଦଳରେ ସାମିଲ ହେବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅନୁମତି ଦେଇଥିବା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି। ଶ୍ରୀ ଖଇରା ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ସେ ୨୦୧୫ ମସିହା ଡିସେମ୍ବରରେ କଂଗ୍ରେସ ଛାଡ଼ି ଆପ୍‌ରେ ମିଶିଥିଲେ। ୨୦୧୭ରେ ସେ ଭୋଲାଥ ଆସନରୁ ଆପ୍‌ ଟିକେଟରେ ବିଧାନସଭାକୁ ଯାଇଥିଲେ।


୨୦୧୯ରେ ସେ ଆପ୍‌ ଛାଡ଼ି ପଞ୍ଜାବ ଏକତା ପାର୍ଟି ଗଠନ କରିଥିଲେ। ଅନ୍ୟପକ୍ଷରେ ଆଉ ଦୁଇ ଆପ୍‌ ବିଧାୟକ ମଧ୍ୟ ଆଜି କଂଗ୍ରେସରେ ମିଶିଛନ୍ତି। ଏ ସମ୍ପର୍କରେ ପଞ୍ଜାବ କଂଗ୍ରେସ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛି।

ଅନ୍ୟପକ୍ଷରେ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ୩ ଜଣିଆ ପ୍ୟାନେଲ ଗଠନ କରାଯାଇଛି। ଏହି ପ୍ୟାନେଲ ନିକଟରେ ନିଜର ମତ ରଖିବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦିଲ୍ଲୀ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos