ବେଙ୍ଗଲ ହିଂସା: ଆର୍ଥିକ ସହାୟତା ଘୋଷଣା କଲେ ମମତା, ରାଜ୍ୟପାଳ ଦେବେ ରିପୋର୍ଟ

କୋଲକାତା: ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବେଙ୍ଗଲ ଅଶାନ୍ତ ହୋଇ ଉଠିଛି। ଟିଏମସି ଓ ବିଜେପି କର୍ମୀ ପରସ୍ପରକୁ ଆକ୍ରମଣ କରିବାରେ ଲାଗଛନ୍ତି। ଏଥିରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି। ବିଜେପି ଘଟଣା ପାଇଁ ଟିଏମସିକୁ ଦାୟୀ କରିଛି ଓ ଆକ୍ରମଣରେ ୧୪ ଜଣ ଦଳୀୟ କର୍ମୀ ପ୍ରାଣ ହରାଇଥିବା ଅଭିଯୋଗ କରିଛି। ଟିଏମସି ମଧ୍ୟ ପାଲଟା ଅଭିଯୋଗ କରି ବିଜେପିର ଗୁଣ୍ଡାମାନଙ୍କ ଆକ୍ରମଣରେ ୫ ଜଣ ଦଳୀୟ କର୍ମୀ ପ୍ରାଣ ହରାଇଥିବା କହିଛି। […]

Bengal

Bengal

Hemant Lenka
  • Published: Thursday, 06 May 2021
  • Updated: 06 May 2021, 04:36 PM IST

Sports

Latest News

କୋଲକାତା: ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବେଙ୍ଗଲ ଅଶାନ୍ତ ହୋଇ ଉଠିଛି। ଟିଏମସି ଓ ବିଜେପି କର୍ମୀ ପରସ୍ପରକୁ ଆକ୍ରମଣ କରିବାରେ ଲାଗଛନ୍ତି। ଏଥିରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି। ବିଜେପି ଘଟଣା ପାଇଁ ଟିଏମସିକୁ ଦାୟୀ କରିଛି ଓ ଆକ୍ରମଣରେ ୧୪ ଜଣ ଦଳୀୟ କର୍ମୀ ପ୍ରାଣ ହରାଇଥିବା ଅଭିଯୋଗ କରିଛି।

ଟିଏମସି ମଧ୍ୟ ପାଲଟା ଅଭିଯୋଗ କରି ବିଜେପିର ଗୁଣ୍ଡାମାନଙ୍କ ଆକ୍ରମଣରେ ୫ ଜଣ ଦଳୀୟ କର୍ମୀ ପ୍ରାଣ ହରାଇଥିବା କହିଛି। ଏହି ବାକ୍‌ଯୁଦ୍ଧ ମଧ୍ୟରେ ଆଜି କେନ୍ଦ୍ରୀୟ ଟିମ୍ ବେଙ୍ଗଲ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ରିପୋର୍ଟ ଦେବାକୁ କହିଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାରେ ପ୍ରାଣ ହରାଇଥିବା ସମସ୍ତ ପୀଡ଼ିତଙ୍କ ପରିବାର ବର୍ଗଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ହିଂସାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ମମତା କହିଛନ୍ତି, “ହିଂସାରେ ପ୍ରାଣ ହରାଇଥିବା ଲୋକ ଯେଉଁ ଦଳର ହୋଇଥିଲେ ବି ସେମାନଙ୍କୁ ବେଙ୍ଗଲ ସରକାର ୨ ଲକ୍ଷ ଟଙ୍କା ଲେଖାଏ ଦେବେ। ମୁଁ ଦେଖି ପାରୁଛି କିଛି କେନ୍ଦ୍ରମନ୍ତ୍ରୀମାନେ ଏଠାକୁ ଆସି ଦଙ୍ଗାକୁ ଉସକାଇବାକୁ ଚେଷ୍ଟା କରୁଛନ୍ତି।

ବେଙ୍ଗଲରେ କରୋନା ପାଇଁ ରାଜନୀତିକ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିଲେ ହେଁ ସେମାନେ ଭିଡ଼ କରୁଛନ୍ତି। ନିର୍ବାଚନ ପରେ ଏଠାରେ ସବୁବେଳେ ଏମିତି ଘଟଣା ଘଟେ। ଏଥିପାଇଁ ମୁଁ କୌଣସି ବିଜୟ ଉତ୍ସବ ପାଳନ କରିବାକୁ ମନା କରିଛି। ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨୪ ଘଣ୍ଟା ନପୁରୁଣୁ ଚିଠି ଓ କେନ୍ଦ୍ରୀୟ ଟିମ ଆସିବାରେ ଲାଗିଲାଣି।

ବିଜେପି କୋଚବିହାରରେ ଅଧିକ ଆସନ ଜିତିଥିବାରୁ ଅଧିକ ଉତ୍ସାହିତ ହୋଇ ସେଠାକୁ ଯିବାରେ ଲାଗିଛି। ବେଙ୍ଗଲରେ ଲୋକମାନେ ଯେତେବେଳେ ଅକ୍ସିଜେନ ପାଉ ନଥିଲେ ସେତେବେଳେ ବିଜେପି ନେତା ଆସି ନଥିଲେ। ସେମାନେ ହାଥରସ ଘଟଣା ବେଳେ କେନ୍ଦ୍ରୀୟ ଟିମ୍‌ ପଠାଇ ନଥିଲେ। କିନ୍ତୁ ସେମାନେ ବେଙ୍ଗଲକୁ ଟିମ୍‌ ପଠାଇଛନ୍ତି। ମୁଁ ସମସ୍ତଙ୍କୁ ଏଠାରେ କହିଦେବାକୁ ଚାହେଁ ଯେ ବାହାରୁ ଯିଏ କେହି ବି ଆସିଲେ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଦରକାର। ଏହି ନିୟମ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos