ଥମୁନି ନିଶାଦ୍ରବ୍ୟ ଜବତ ଘଟଣା: ଏଥର ଫଳ କଣ୍ଟେନରୁ ମିଳିଲା ୫୨୦ କୋଟିର କୋକେନ

ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରୁ ଗତ ୨୪ ଘଣ୍ଟା ମଧ୍ୟରେ ବିପୁଳ ପରିମାଣର ନିଶଦ୍ରବ୍ୟ ଜବତ ହେବାରେ ଲାଗିଛି। ପ୍ରଥମେ କୋଚିରୁ ୧୨୦୦ କୋଟି ଓ ପରେ ଗୁଜରାଟରୁ ୩୬୦ କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ଏବେ ଯାଞ୍ଚ ଅଧିକାରୀମାନେ ମୁମ୍ବାଇର ଗୋଟିଏ ପୋର୍ଟରୁ ୫୨୦ କୋଟି ଟଙ୍କାର କୋକେନ ଜବତ କରିଥିବା ସୂଚନା ଦେଇଛନ୍ତି। ଗୋଟିଏ ଫଳ ବୋଝେଇ କଣ୍ଟେନରରୁ ୫୦ କେଜି ଓଜନର କୋକେନ ଡିରେକ୍ଟୋରେଟ ରେଭିନ୍ୟୁ ଇଣ୍ଟଲିଜେନ୍ସ(ଡିଆରଆଇ) ଜବତ କରିଛି। ଏହି […]

cocaine

cocaine

Hemant Lenka
  • Published: Saturday, 08 October 2022
  • Updated: 08 October 2022, 05:11 PM IST

Sports

Latest News

ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରୁ ଗତ ୨୪ ଘଣ୍ଟା ମଧ୍ୟରେ ବିପୁଳ ପରିମାଣର ନିଶଦ୍ରବ୍ୟ ଜବତ ହେବାରେ ଲାଗିଛି। ପ୍ରଥମେ କୋଚିରୁ ୧୨୦୦ କୋଟି ଓ ପରେ ଗୁଜରାଟରୁ ୩୬୦ କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ଏବେ ଯାଞ୍ଚ ଅଧିକାରୀମାନେ ମୁମ୍ବାଇର ଗୋଟିଏ ପୋର୍ଟରୁ ୫୨୦ କୋଟି ଟଙ୍କାର କୋକେନ ଜବତ କରିଥିବା ସୂଚନା ଦେଇଛନ୍ତି।

ଗୋଟିଏ ଫଳ ବୋଝେଇ କଣ୍ଟେନରରୁ ୫୦ କେଜି ଓଜନର କୋକେନ ଡିରେକ୍ଟୋରେଟ ରେଭିନ୍ୟୁ ଇଣ୍ଟଲିଜେନ୍ସ(ଡିଆରଆଇ) ଜବତ କରିଛି। ଏହି ଫଳ ବୋଝେଇ କଣ୍ଟେନରଟି ନଭି ମୁମ୍ବାଇରେ ଥିବା ନହଭା ସେବା ପୋର୍ଟରୁ ଯାଉଥିବା ବେଳେ ଧରାପଡ଼ିଛି।

ଡିଆରଆଇ ପକ୍ଷରୁ ଜାରି ବିବୃତିରେ କୁହଯାଇଛି ଯେ “ଡିଆରଆଇର ମୁମ୍ବାଇ ଜୋନାଲ ୟୁନିଟ ପ୍ରଥମେ କନସାଇନମେଣ୍ଟ ସମ୍ପର୍କରେ ଗୁପ୍ତ ସୂଚନା ହାସଲ କରିଥିଲା। ଦକ୍ଷିଣ ଆଫ୍ରିକାରୁ ନାସପାତି ଓ ଗ୍ରୀନ ଆପଲ ସହ ନହାଭ ସେବା ପୋର୍ଟକୁ କୋକେନ ଆସିଥିବା ସୂଚନା ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ଗୋଟିଏ ଫଳ ବୋଝେଇ କଣ୍ଟେନରକୁ ଜବତ କରାଯାଇଥିଲା।

ଏହାକୁ ଡିଆରଆଇ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ଏହା ମଧ୍ୟରୁ କୋକେନରେ ତିଆରି ବିପୁଳ ପରିମାଣର ଇଟା ଜବତ ହୋଇଥିଲା। କଣ୍ଟେନର ମଧ୍ୟରୁ ୫୦ ଖଣ୍ଡ ଇଟା ଜବତ ହୋଇଛି। ପ୍ରତି ଇଟାର ଓଜନ ପ୍ରାୟ ୧ କେଜି ହେବ। ଏହାର ଅର୍ଥ ଦକ୍ଷିଣ ଆଫ୍ରିକାରୁ ୫୦ କେଜି କୋକେନ ଫଳ ନାଁରେ ଭାରତକୁ ଚାଲାଣ ହୋଇଥିଲା। ଗ୍ରୀନ ଆପଲ ରହିଥିବା ବକ୍ସ ମଧ୍ୟରେ କୋକେନରେ ତିଆରି ଇଟା ଗୁଡ଼ିକୁ ରଖାଯାଇଥିଲା।”

ଆଉ ଜଣେ ଅଧିକାରୀ କହିଛନ୍ତି, ଫଳ କଣ୍ଟେନରରୁ ମୋଟ ୫୦.୨୩ କେଜି ଓଜନର କୋକେନ ଜବତ ହୋଇଛି। ଏହି ନିଶାଦ୍ରବ୍ୟର ମୂଲ୍ୟ ୫୨୦ କୋଟି ଟଙ୍କା ହେବ। ୧୯୮ କେଜି ମେଥ ଓ ୯ କେଜି କୋକେନ ଜବତ ଘଟଣାରେ ପୂର୍ବରୁ ଡିଆରଆଇ ଯେଉଁ ଆମଦାନୀକାରୀଙ୍କୁ ଗିରଫ କରିଥିଲା। ଏବେ ସେହି ବ୍ୟକ୍ତି ହିଁ କୋକେନ ଜବତ ହୋଇଥିବା କଣ୍ଟେନରର ମାଲିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos