ମନ୍ଦିର ନିକଟରେ କାର୍‌ ବିସ୍ଫୋରଣ ଘଟଣା: ୫ ଗିରଫ, ଲାଗିଲା ୟୁଏପିଏ

କୋଏମ୍ବାଟୁର: ରବିବାର ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଗୋଟିଏ ମନ୍ଦିର ପାଖରେ ହୋଇଥି କାର୍‌ ବିସ୍ଫୋରଣ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ତଦନ୍ତକାରୀ ସଂସ୍ଥା। ଏହି ବିସ୍ଫୋରଣ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗୁ ହୋଇଥିଲେ ମଧ୍ୟ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଅଭିଯୁକ୍ତମାନଙ୍କ ନାଁରେ କଠୋର ଆତଙ୍କବାଦ ନିରୋଧ ଆଇନ ୟୁଏପିଏରେ ମାମଲା ରୁଜୁ କରାଯାଇଛି। ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଜାମେଜା ମୁବିନ ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କ […]

Blast

Blast

Hemant Lenka
  • Published: Tuesday, 25 October 2022
  • Updated: 25 October 2022, 04:58 PM IST

Sports

Latest News

କୋଏମ୍ବାଟୁର: ରବିବାର ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଗୋଟିଏ ମନ୍ଦିର ପାଖରେ ହୋଇଥି କାର୍‌ ବିସ୍ଫୋରଣ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ତଦନ୍ତକାରୀ ସଂସ୍ଥା। ଏହି ବିସ୍ଫୋରଣ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗୁ ହୋଇଥିଲେ ମଧ୍ୟ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ଆଶଙ୍କା ପ୍ରକାଶ ପାଇଛି।

ଏଥିପାଇଁ ଅଭିଯୁକ୍ତମାନଙ୍କ ନାଁରେ କଠୋର ଆତଙ୍କବାଦ ନିରୋଧ ଆଇନ ୟୁଏପିଏରେ ମାମଲା ରୁଜୁ କରାଯାଇଛି। ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଜାମେଜା ମୁବିନ ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଖୋଳତାଡ଼ କରିବା ପରେ ପ୍ରାଣ ହରାଇଥିବା ଯୁବକଙ୍କ ଠିକଣାରୁ ୭୫ କେଜିର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେଣୁ ୟୁଏପିଏ ଲାଗୁ କରାଯାଇଛି। ଏହାର ଅର୍ଥ ଏବେ ଘଟଣାର ତଦନ୍ତ ଦାୟିତ୍ୱ ତାମିଲନାଡୁ ପୁଲିସ୍‌ ଠାରୁ ଏନଆଇଏ ନେବ।

ରାଜ୍ୟ ପୁଲିସ୍‌ କାର୍‌ରେ ହୋଇଥିବା ସିଲିଣ୍ଡର ବିସ୍ଫୋରଣ ପଛରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହ କରି ତଦନ୍ତ କରୁଥିଲା। ସେହିପରି ପ୍ରାଣ ହରାଇଥିବା ଯୁବକଙ୍କ ଲିଙ୍କରେ ଆଉ ୫ ଜଣଙ୍କୁ ଗିରଫ କରିଥିଲା।

ରବିବାର ବିସ୍ଫୋରଣରେ ପ୍ରାଣ ହରାଇଥିବା ଜାମେଜାକୁ ଆଇଏସଆଇଏ ଲିଙ୍କରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୨୦୧୯ରେ ଜେରା କରିଥିଲା। ଏବେ ଇଞ୍ଜିନିୟାରିଂ ଗ୍ରାଜ୍ୟୁଏଟ ଜାମେଜାର ସହଯୋଗୀଙ୍କୁ ପୁଲିସ୍ ଉଠାଇ ଆଣି ତଦନ୍ତକୁ ବ୍ୟାପକ କରିଛି।

ରବିବାର ଜାମେଜା ଗୋଟିଏ କାର୍‌ରେ ଦୁଇଟି ଖୋଲା ସିଲିଣ୍ଡର ନେଇ ଯାଉଥିଲା। ଏହି ସମୟରେ ହଠାତ୍‌ ମନ୍ଦିର ନିକଟରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜେମେଜାର ମୃତ୍ୟୁ ଘଟିଥିଲା। ଘଟଣା ପରେ ଜାମେଜାର ଘରେ ରେଡ୍‌ କରାଯାଇଥିଲା।

ଏହି ସମୟରେ ଅଳ୍ପ ବିସ୍ଫୋରଣର କ୍ଷମତା ରଖିଥିବା ସାମଗ୍ରୀ ସହ ପୋଟାସିୟ ନାଇଟ୍ରେଟ, ଆଲୁମିନିୟମ ପାଉଡର ଓ ସଲଫର ମିଳିଥିଲା। ଏହି ସବୁ ସମାଗ୍ରୀକୁ ଦେଶୀ ବୋମା ତିଆରି ପାଇଁ ବ୍ୟବହାର କରାଯାଏ। ତେଣୁ ଜେମେଜା ଓ ତା’ର ସହଯୋଗୀମାନେ କୌଣସି ବଡ଼ଧରଣର ଅଘଟଣ ପାଇଁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos