କ୍ଲାସରୁମରେ ହିଜାବକୁ ବିରୋଧ କରି ଗେରୁଆ ସ୍କାର୍ପ ପିନ୍ଧିଲେ

ବେଙ୍ଗାଲୁରୁ: କଲେଜରେ ପାଠପଢ଼ିବାକୁ ଆସିଥିବା ପିଲାମାନଙ୍କ ମଧ୍ୟରେ ଗେରୁଆ ବନାମ ହିଜାବ କଳି ଦେଖିବାକୁ ମିଳିଛି। କ୍ଲାସରୁମରେ ହିଜାବ ପିନ୍ଧିବାକୁ ବିରୋଧ କରି କର୍ଣ୍ଣାଟକାର କୋପ୍ପା ଜିଲ୍ଲାର କିଛି ପିଲା ଗେରୁଆ ସ୍କାର୍ପ ପିନ୍ଧି କଲେଜ ଆସିଛନ୍ତି। ଏହି ଘଟଣା ଏବେ କଲେଜରେ ଚାପା ଉତ୍ତେଜନା ସୃଷ୍ଟି କରିଛି। ବାଲାଗାଡି ଗାଁରେ ଥିବା ସରକାରୀ କଲେଜରେ ଏପରି ଘଟଣା ଘଟିଛି। ଗେରୁଆ ରଙ୍ଗର ସ୍କାର୍ପ ପିନ୍ଧି ଆସିଥିବା ପିଲାମାନେ କହିଛନ୍ତି, ଯଦି କ୍ଲାସରୁମରେ ହିଜାବ ପିନ୍ଧି ବସିବାକୁ […]

saffron-scarves

saffron-scarves

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 12:19 PM IST

ବେଙ୍ଗାଲୁରୁ: କଲେଜରେ ପାଠପଢ଼ିବାକୁ ଆସିଥିବା ପିଲାମାନଙ୍କ ମଧ୍ୟରେ ଗେରୁଆ ବନାମ ହିଜାବ କଳି ଦେଖିବାକୁ ମିଳିଛି। କ୍ଲାସରୁମରେ ହିଜାବ ପିନ୍ଧିବାକୁ ବିରୋଧ କରି କର୍ଣ୍ଣାଟକାର କୋପ୍ପା ଜିଲ୍ଲାର କିଛି ପିଲା ଗେରୁଆ ସ୍କାର୍ପ ପିନ୍ଧି କଲେଜ ଆସିଛନ୍ତି। ଏହି ଘଟଣା ଏବେ କଲେଜରେ ଚାପା ଉତ୍ତେଜନା ସୃଷ୍ଟି କରିଛି।

ବାଲାଗାଡି ଗାଁରେ ଥିବା ସରକାରୀ କଲେଜରେ ଏପରି ଘଟଣା ଘଟିଛି। ଗେରୁଆ ରଙ୍ଗର ସ୍କାର୍ପ ପିନ୍ଧି ଆସିଥିବା ପିଲାମାନେ କହିଛନ୍ତି, ଯଦି କ୍ଲାସରୁମରେ ହିଜାବ ପିନ୍ଧି ବସିବାକୁ ଅନୁମତି ଦିଆଯାଉଛି, ତା’ହେଲେ ଗେରୁଆ ସ୍କାର୍ପକୁ ମଧ୍ୟ ଅନୁମତି ଦିଆଯାଉ। ଗେରୁଆ ସ୍କାର୍ପ ପିନ୍ଧିଥିବା ପିଲାମାନେ ପୂର୍ବରୁ ହିଜାବ ପରିଧାନ କରି କଲେଜ ଆସୁଥିବା ମୁସଲିମ ଛାତ୍ରୀମାନଙ୍କୁ ଏଥିରୁ ନିବୃତ ରହିବାକୁ କହିଥିଲେ।

ଏହି ସରକାରୀ ଡିଗ୍ରୀ କଲେଜ କର୍ତ୍ତୃପକ୍ଷ ପ୍ରାଥମିକ ଅବସ୍ଥାରେ ଗେରୁଆ ସ୍କାର୍ପ ପିନ୍ଧିଥିବା ପିଲାମାନଙ୍କ ଦାବି ଅନୁସାରେ ଛାତ୍ରୀମାନଙ୍କୁ  କ୍ଲାସରୁମରେ ହିଜାବ ପିନ୍ଧିବାକୁ ବାରଣ କରିଥିଲେ। କିନ୍ତୁ ଏବେ କଲେଜ କର୍ତ୍ତୃପକ୍ଷ ଜାନୁଆରୀ ୧୦ ଯାଏ ସବୁ ପିଲାମାନଙ୍କୁ ନିଜ ନିଜ ଇଚ୍ଛାରେ ପୋଷାକ ପିନ୍ଧି ଆସିବାକୁ ଅନୁମତି ଦେଇଛନ୍ତି।

କଲେଜ ପ୍ରିନ୍ସିପାଲ ଅନନ୍ତ ମୂର୍ତ୍ତୀ କହିଛନ୍ତି, “ଆମେ ବିବାଦକୁ ଦୃଷ୍ଟିରେ ରଖି ଜାନୁଆରୀ ୧୦ରେ ଆମେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଡାକିଛୁ। ଜନ ପ୍ରତିନିଧିମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ। ବୈଠକରେ ଯାହା ବି ନିଷ୍ପତ୍ତି ନିଆଯିବ, ତା’କୁ ସମସ୍ତେ ପାଳନ କରିବାକୁ ବାଧ୍ୟ ହେବ।

୩ ବର୍ଷ ତଳେ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତେ ଏଯାଏ ପାଳନ କରୁଥିଲେ। ସବୁ କିଛି ଠିକ ଠାକ ଚାଲିଥିଲା। ତେବେ ଗତକାଲି ହଠାତ୍‌ କିଛି ପିଲା କ୍ଲାସରୁମରେ ସ୍କାର୍ପ ପିନ୍ଧି ପ୍ରବେଶ କରିଥିଲେ। ସେମାନେ କିଛି ପିଲାଙ୍କ ଡ୍ରେସକୋଡ୍‌ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏବେ ଉକ୍ତ ବିବାଦର ସମାଧାନ ପାଇଁ ପ୍ରୟାସ କରାଯାଉଛି।”

ବିକମ ଦ୍ୱିତିୟ ବର୍ଷର ଛାତ୍ର ବିନୟ କୋପ୍ପା କହିଛନ୍ତି, “ ୩ବର୍ଷ ତଳେ ସମାନ ବିବାଦ ଦେଖାଯାଇଥିଲା। ଏହି ସମୟରେ କେହି ବି ହିଜାବ ପିନ୍ଧି କଲେଜ ଆସିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ବିଗତ କିଛି ଦିନ ହେଲେ କିଛି ଛାତ୍ରୀ କଲେଜକୁ ହିଜାବ ପିନ୍ଧି ଆସୁଛନ୍ତି। ଏହି କାରଣରୁ ମଙ୍ଗଳବାର ଠାରୁ ଆମେ ମଧ୍ୟ ଗେରୁଆ ସ୍କାର୍ପ ପିନ୍ଧି କଲେଜ ଆସୁଛୁ। ଆମେ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇଥିଲୁ। ସେମାନେ ମଧ୍ୟ ଛାତ୍ରୀମାନଙ୍କୁ ହିଜାବରୁ ଦୂରେଇ ରହିବାକୁ କହିଥିଲେ। ହେଲେ ସେମାନେ ଏହାକୁ ଖାତିର କରୁନାହାନ୍ତି।”

ଅନ୍ୟପକ୍ଷରେ ଉଡପି ଜିଲ୍ଲାରେ ଥିବା ପିୟୁ କଲେଜରେ ମଧ୍ୟ ହିଜାବ ପିନ୍ଧିଥିବା ମୁସଲିମ ଝିଅମାନଙ୍କୁ କ୍ଲାସରୁମରେ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା। ଏହାକୁ ନେଇ ମଧ୍ୟ ବିବାଦ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story