ଆତଙ୍କୀଙ୍କ ଭୟଙ୍କର ହମଲା, ସେନାଧିକାରୀଙ୍କ ପରିବାର ସମେତ ୭ ଜଣଙ୍କୁ ଉଡ଼ାଇ ଦେଲେ

ନୂଆଦିଲ୍ଲୀ: ମଣିପୁରରେ ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଆତଙ୍କୀଙ୍କ ଆମ୍ବୁସରେ ଜଣେ ଭାରତୀୟ ସେନା ଅଧିକାରୀଙ୍କ, ତାଙ୍କ ପତ୍ନୀ, ପୁଅ ଓ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି। ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏପରି ହମଲା ହୋଇଛି। ହମଲା ହୋଇଥିବା ଅଞ୍ଚଳଟି ମିଆଁମାର ସୀମାନ୍ତକୁ ଲାଗିଛି। ତେଣୁ ମିଆଁମାର ସୀମାରେ ସକ୍ରିୟ ଥିବା ଆତଙ୍କୀଙ୍କ ହାତ ଏହା ପଛରେ ରହିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଚୁରାଚାନ୍ଦପୁରର ସିଂହହାଟ ସବ ଡିଭିଜନରେ ଦିନ ୧୦ଟାରେ ଏପରି ହମଲା […]

terrorist

terrorist

Hemant Lenka
  • Published: Saturday, 13 November 2021
  • Updated: 13 November 2021, 03:37 PM IST

Sports

Latest News

ନୂଆଦିଲ୍ଲୀ: ମଣିପୁରରେ ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଆତଙ୍କୀଙ୍କ ଆମ୍ବୁସରେ ଜଣେ ଭାରତୀୟ ସେନା ଅଧିକାରୀଙ୍କ, ତାଙ୍କ ପତ୍ନୀ, ପୁଅ ଓ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି। ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏପରି ହମଲା ହୋଇଛି। ହମଲା ହୋଇଥିବା ଅଞ୍ଚଳଟି ମିଆଁମାର ସୀମାନ୍ତକୁ ଲାଗିଛି। ତେଣୁ ମିଆଁମାର ସୀମାରେ ସକ୍ରିୟ ଥିବା ଆତଙ୍କୀଙ୍କ ହାତ ଏହା ପଛରେ ରହିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଚୁରାଚାନ୍ଦପୁରର ସିଂହହାଟ ସବ ଡିଭିଜନରେ ଦିନ ୧୦ଟାରେ ଏପରି ହମଲା ହୋଇଛି। ୪୬ ଆସାମ ରାଫଲର ଯବାନମାନେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଓ ପରିବାର ଲୋକଙ୍କ ସହ କନଭୟରେ ଯାଉଥିବା ବେଳେ ହଠାତ ଏପରି ହମଲାର ଶିକାର ହୋଇଛନ୍ତି।

ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଏହି ହମଲା କରିଛନ୍ତି। ଆତଙ୍କୀମାନେ ବିସ୍ଫୋରଣ କରିବା ସହ ଚାରିପଟୁ ଘେରି ରହି ଗୁଳିମାଡ଼ କରିଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ ହେଁ ସେତେବେଳେକୁ ଆତଙ୍କୀମାନେ ଫେରାର ହୋଇଯାଇଥିଲେ। ଆତଙ୍କୀଙ୍କ ହମଲାରେ କମାଣ୍ଡିଂ ଅଫିସରଙ୍କ ସମେତ ୭ ଜଣ ପ୍ରାଣ ହରାଇଥିବା ସେନା ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୌଣସି ଆତଙ୍କୀ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରି ନଥିଲେ ହେଁ ମିଣିପୁରର ପିପୁଲ୍ସ ଲିବେରେସନ ଆର୍ମି ଏପରି କାଣ୍ଡ ଘଟାଇଛି ବୋଲି କୁହାଯାଇଛି।

ଏହି ଭୟଙ୍କର ହମଲାକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, “୪୬ ଆସାମ ରାଇଫଲର କନଭୟ ଉପରେ ହୋଇଥିବା ହମଲାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ଏହି ହମଲାରେ କିଛି ଯବାନଙ୍କ ସହ କମାଣ୍ଡିଂ ଅଫିସର ଓ ତାଙ୍କ ପରିବାର ଲୋକଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ପୁଲିସ ଓ ପାରା ମିଲିଟାରୀ ଯବାନମାନେ ଏବେ ଆତଙ୍କୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରି ସାରିଛନ୍ତି। ହମଲାକାରୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ।”

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆସାମ ରାଇଫଳର କନଭୟ ଉପରେ ହୋଇଥିବା ହମଲା ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ଦେଶ ଆଜି ୪୬ ଆସାମ ରାଫଲର କମାଣ୍ଡିଂ ଅଫିସରଙ୍କ ସମେତ ୫ ଜଣ ବୀର ଯବାନଙ୍କୁ ହରାଇଛି। ସେହିପରି କମାଣ୍ଡିଂ ଅଫିସରଙ୍କ ପରିବାରର ୨ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ସବୁ ବୀରଙ୍କ ପରିବା ବର୍ଗଙ୍କୁ ମୋର ସମବେଦନା। ଖୁବଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story